୧୦ବର୍ଷ ପରେ ବିଶ୍ୱକପ୍ ଆଶା ଉଜ୍ଜ୍ୱଳ; ଫାଇନାଲରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର
୧୦ ବର୍ଷ ପରେ ବିଶ୍ବକପ୍ ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଶେଷ ଥର ୨୦୧୪ରେ ଫାଇନାଲ୍ ଖେଳିଥିଲା। ଆସନ୍ତାକାଲି ଟି-ଟ୍ବେଣ୍ଟି ବିଶ୍ବକପ୍ ଟାଇଟଲ ପାଇଁ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା।
ଟି-ଟ୍ବେଣ୍ଟି ବିଶ୍ବକପ୍ ଫାଇନାଲରେ ଭାରତ। ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ଏଣ୍ଟ୍ରି ମାରିଛି ଟିମ୍ ଇଣ୍ଡିଆ। ବ୍ୟାଟିଂରେ ଦମ୍ ଦେଖାଇଲେ ରୋହିତ, ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ। ବୋଲିଂରେ ଘାଇଲା କଲେ କୁଳଦୀପ ଓ ଅକ୍ଷର। ଟାର୍ଗେଟ ପୂରା କରି ପାରିଲା ନାହିଁ ଇଂଲିଶ ବାହିନୀ। ଭାରତ ଦେଇଥିବା ୧୭୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ମାତ୍ର ୧୦୩ ରନରେ ଅଲଆଉଟ୍ ହେଲା।
କୁଳଦୀପ ଯାଦବ ଓ ଅକ୍ଷୟ ପଟେଲଙ୍କ ଯାଦୁଗରୀ ସ୍ପିନରେ ଭୁଶୁଡିଲା ଇଂଲଣ୍ଡର ବ୍ୟାଟିଂ ଅର୍ଡର। ଦୁହେଁ ୩ଟି ଲେଖାଏ ୱିକେଟ ନେଇଛନ୍ତି। ବୁମରାଙ୍କୁ ମିଳିଛି ୨ଟି ୱିକେଟ। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ କ୍ୟାପଟେନ୍ ଜୋସ୍ ବଟଲର। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ କରିଥିଲା ୧୭୧ ରନ୍ । ରୋହିତ ଶର୍ମାଙ୍କ ବ୍ୟାଟରୁ ପୁଣି ରନ୍ ବର୍ଷା ହୋଇଥିଲା। ସେ ୩୯ ବଲରେ ୨ଟି ଛକା ଓ ୬ଟି ଚୌକା ବଳରେ କରିଥିଲେ ୫୭ ରନ୍। ସେହିପରି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଥିଲେ।
ସୂର୍ଯ୍ୟକୁମାର ୩୬ ବଲରୁ ୪୭ ଓ ପାଣ୍ଡ୍ୟା ୧୩ ବଲରେ ପିଟିଥିଲେ ୨୩ ରନ୍। ଏହି ବିଜୟ ସହ ଇଂଲଣ୍ଡଠାରୁ ୨୦୨୨ ଟି-ଟ୍ବେଣ୍ଟି ୱାର୍ଲଡ କପ୍ ସେମିଫାଇନାଲ୍ ପରାଜୟର ବଦଲା ନେଇଛି ରୋହିତ ବାହିନୀ। ସେହିପରି ୧୦ ବର୍ଷ ପରେ ବିଶ୍ବକପ୍ ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଶେଷ ଥର ୨୦୧୪ରେ ଫାଇନାଲ୍ ଖେଳିଥିଲା। ଆସନ୍ତାକାଲି ଟି-ଟ୍ବେଣ୍ଟି ବିଶ୍ବକପ୍ ଟାଇଟଲ ପାଇଁ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା। ଏପର୍ଯ୍ୟନ୍ତ ପୂରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଅପରାଜେୟ ରହିଛି। ବିଶ୍ବବିଜେତା ହେବାଠାରୁ ଆଉମାତ୍ର ପାଦେ ଦୂରରେ ରହିଛି ମେନ୍ ଇନ୍ ବ୍ଲୁ।
???????????????? ???????????? ????????????????????????! ???? ????#TeamIndia absolutely dominant in the Semi-Final to beat England! ???? ????
It's India vs South Africa in the summit clash!
All The Best Team India! ???? ????#T20WorldCup | #INDvENG pic.twitter.com/yNhB1TgTHq — BCCI (@BCCI) June 27, 2024