ବିରଳ ବ୍ୟକ୍ତିତ୍ୱ , ସ୍ପିଡ୍ ରେ ଥିବା ଫ୍ୟାନକୁ ଜିଭରେ ଅଟକାଇ ଗିନିଜ ବୁକ୍ ରେ ରେକର୍ଡ

ନୂଆଦିଲ୍ଲୀ 03/ 01 :କୁହାଯାଏ କିଛି କରିବାର ଆଗ୍ରହ ଥିଲେ , କୌଣସି କାମ ଅସମ୍ଭବ ନୁହେଁ। ସେ ଯେତେ ବଡ଼ କାଠିକର ପାଠ ହେଉ ନା କାହିଁକି। ସେମିତି କିଛି କରି ଜଣେ ଭାରତୀୟ କରିଛନ୍ତି ରେକର୍ଡ। ତାଙ୍କ ସଫଳତାକୁ ନେଇ କେବଳ ଚର୍ଚ୍ଚା ହେଉନି ବରଂ ତାଙ୍କ ପ୍ରତିଭା ଯୋଗୁଁ ତାଙ୍କ ନାଁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ଯଦିଓ ସୋସିଆଲ ମିଡିଆରେ ଏହି ଭିଡିଓ  ଅନେକଙ୍କୁ କରିଛି ଆଶ୍ଚର୍ଯ୍ୟ। କାହିଁକିନା ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ୟକ୍ତିଜଣକ ନିଜ ଜିଭରେ ସ୍ପିଡ୍ ବୁଲୁଥିବା ଫ୍ୟାନକୁ  ଅଟକାଉଛନ୍ତି।  ଏହି ଦୃଶ୍ୟ କେବଳ ଚକିତ ନୁହେଁ ବରଂ ସମାନ ଭାବରେ ଭୟାନକ ମଧ୍ୟ।ପିଲା ହେଉକି ବଡ଼,  ଫ୍ୟାନ୍ ଜୋରେ ବୁଲିବା ସମୟରେ ଏହାଠୁ  ଦୂରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥାଏ। କିନ୍ତୁ ଏଠି ଦେଖିବାକୁ ମିଳିଛି ଭିନ୍ନ। ବ୍ୟକ୍ତି ଜଣକ ଟେବୁଲ୍ ଫ୍ୟାନ୍ ସ୍ପିଡ୍ ରେ ବୁଲୁଥିବା ସମୟରେ ସେ ନିଜ ଝିଭରେ ଫ୍ୟାନକୁ ଅଟକାଉଥିବା ଦେଖିବାକୁ  ମିଳିଛି। ଡ୍ରିଲମ୍ୟାନ ଭାବେ ଜଣାଶୁଣା ଭାରତର କ୍ରାନ୍ତି କୁମାର ପାନିକେରା ଏହି ସଫଳତା ହାସଲ କରିଛନ୍ତି।  ତାଙ୍କ ପ୍ରତିଭା ହେତୁ ସେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିଲେ। କେବଳ ଏତିକି ନୁହେଁ, ସେ କେବଳ ଗୋଟିଏ ମିନିଟରେ ଜିଭରେ 57 ଟେବୁଲ୍ ଫ୍ୟାନର ବ୍ଲେଡ୍ କୁ ନିଜ ଜିଭରେ ଅଟକାଇ ରେକର୍ଡ ସୃଷ୍ଟି କରିଛନ୍ତି । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ ଏହି ଭିଡିଓକୁ

ବିରଳ ବ୍ୟକ୍ତିତ୍ୱ , ସ୍ପିଡ୍ ରେ ଥିବା ଫ୍ୟାନକୁ ଜିଭରେ ଅଟକାଇ ଗିନିଜ ବୁକ୍ ରେ ରେକର୍ଡ

ନୂଆଦିଲ୍ଲୀ 03/ 01 :କୁହାଯାଏ କିଛି କରିବାର ଆଗ୍ରହ ଥିଲେ , କୌଣସି କାମ ଅସମ୍ଭବ ନୁହେଁ। ସେ ଯେତେ ବଡ଼ କାଠିକର ପାଠ ହେଉ ନା କାହିଁକି। ସେମିତି କିଛି କରି ଜଣେ ଭାରତୀୟ କରିଛନ୍ତି ରେକର୍ଡ। ତାଙ୍କ ସଫଳତାକୁ ନେଇ କେବଳ ଚର୍ଚ୍ଚା ହେଉନି ବରଂ ତାଙ୍କ ପ୍ରତିଭା ଯୋଗୁଁ ତାଙ୍କ ନାଁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ଯଦିଓ ସୋସିଆଲ ମିଡିଆରେ ଏହି ଭିଡିଓ  ଅନେକଙ୍କୁ କରିଛି ଆଶ୍ଚର୍ଯ୍ୟ। କାହିଁକିନା ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ୟକ୍ତିଜଣକ ନିଜ ଜିଭରେ ସ୍ପିଡ୍ ବୁଲୁଥିବା ଫ୍ୟାନକୁ  ଅଟକାଉଛନ୍ତି।  ଏହି ଦୃଶ୍ୟ କେବଳ ଚକିତ ନୁହେଁ ବରଂ ସମାନ ଭାବରେ ଭୟାନକ ମଧ୍ୟ।

ପିଲା ହେଉକି ବଡ଼,  ଫ୍ୟାନ୍ ଜୋରେ ବୁଲିବା ସମୟରେ ଏହାଠୁ  ଦୂରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥାଏ। କିନ୍ତୁ ଏଠି ଦେଖିବାକୁ ମିଳିଛି ଭିନ୍ନ। ବ୍ୟକ୍ତି ଜଣକ ଟେବୁଲ୍ ଫ୍ୟାନ୍ ସ୍ପିଡ୍ ରେ ବୁଲୁଥିବା ସମୟରେ ସେ ନିଜ ଝିଭରେ ଫ୍ୟାନକୁ ଅଟକାଉଥିବା ଦେଖିବାକୁ  ମିଳିଛି। ଡ୍ରିଲମ୍ୟାନ ଭାବେ ଜଣାଶୁଣା ଭାରତର କ୍ରାନ୍ତି କୁମାର ପାନିକେରା ଏହି ସଫଳତା ହାସଲ କରିଛନ୍ତି।  ତାଙ୍କ ପ୍ରତିଭା ହେତୁ ସେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିଲେ। କେବଳ ଏତିକି ନୁହେଁ, ସେ କେବଳ ଗୋଟିଏ ମିନିଟରେ ଜିଭରେ 57 ଟେବୁଲ୍ ଫ୍ୟାନର ବ୍ଲେଡ୍ କୁ ନିଜ ଜିଭରେ ଅଟକାଇ ରେକର୍ଡ ସୃଷ୍ଟି କରିଛନ୍ତି । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛି। ଏହି ଭିଡିଓ ରିଲିଜ୍ ହେବା ପରେ ଲୋକମାନେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।  ଜଣେ ୟୁଜର ଲେଖିଛନ୍ତି ଯେ ଏହି ବ୍ୟକ୍ତି ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଆଉ କିଛି ୟୁଜର ଏହାକୁ   'ବିପଦପୂର୍ଣ୍ଣ' ବୋଲି କହି ସମାଲୋଚନା କରୁଛନ୍ତି।

Also Read- ୧୫ଘଣ୍ଟା ପର୍ଯ୍ୟନ୍ତ ‘ଅମାନବୀୟ’ ପଚରା ଉଚରା ପାଇଁ ED ଉପରେ ବର୍ଷିଲେ ସୁପ୍ରିମକୋର୍ଟ