ବିଲ୍‌କିସ୍‌ ମାମଲା: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ୫ ଦୋଷୀ

ନୂଆଦିଲ୍ଲୀ,୧୯।୧:୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ୫ ଦୋଷୀ ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆତ୍ମସମର୍ପଣ ଲାଗି ଅଧିକ ସମୟ ମାଗିଛନ୍ତି। ବୁଧବାର ଗୋବିନ୍ଦଭାଇ ନାଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ ନିମନ୍ତେ ୪ ସପ୍ତାହ ସମୟ ବଢ଼ାଇବାକୁ ନିବେଦନ କରିଥିଲେ। ଗୁରୁବାର ପ୍ରଦୀପ, ବିପିନ, ରମେଶ ଏବଂ ମିତେଶ ଅନୁରୂପ ନିବେଦନ କରିଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଅପରାଧୀଙ୍କୁ କ୍ଷମା ପ୍ରଦାନ […] The post ବିଲ୍‌କିସ୍‌ ମାମଲା: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ୫ ଦୋଷୀ appeared first on Dharitri Odia News.

ବିଲ୍‌କିସ୍‌ ମାମଲା: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ୫ ଦୋଷୀ

ନୂଆଦିଲ୍ଲୀ,୧୯।୧:୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ୫ ଦୋଷୀ ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆତ୍ମସମର୍ପଣ ଲାଗି ଅଧିକ ସମୟ ମାଗିଛନ୍ତି। ବୁଧବାର ଗୋବିନ୍ଦଭାଇ ନାଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ ନିମନ୍ତେ ୪ ସପ୍ତାହ ସମୟ ବଢ଼ାଇବାକୁ ନିବେଦନ କରିଥିଲେ। ଗୁରୁବାର ପ୍ରଦୀପ, ବିପିନ, ରମେଶ ଏବଂ ମିତେଶ ଅନୁରୂପ ନିବେଦନ କରିଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଅପରାଧୀଙ୍କୁ କ୍ଷମା ପ୍ରଦାନ କରି ଗୁଜରାଟ ସରକାର ସେମାନଙ୍କୁ ୨୦୨୨ ଅଗଷ୍ଟ ୧୫ରେ ମୁକ୍ତ କରିଦେଇଥିଲେ। ଗତ ୮ ତାରିଖରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେବା ସହ ଅପରାଧୀମାନଙ୍କୁ ୨ ସପ୍ତାହ ମଧ୍ୟରେ ଜେଲ୍‌ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ।

The post ବିଲ୍‌କିସ୍‌ ମାମଲା: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ୫ ଦୋଷୀ appeared first on Dharitri Odia News.