ବିଳମ୍ବ ହେଉଛି ତିନି ଦଳର ଟିକେଟ ଘୋଷଣା, ଆଶା-ଆଶଙ୍କାରେ ଆଶାୟୀ ପ୍ରାର୍ଥୀ
ଭୁବନେଶ୍ୱର ୦୧।୦୪ : ବିଳମ୍ବ ହେଉଛି ଟିକେଟ ଘୋଷଣା । ଆଜି ହେବ କାଲି ହେବ ବୋଲି ସିନା ଚର୍ଚ୍ଚା ହେଉଛି ହେଲେ ନା ବିଜେପି ନା କଂଗ୍ରେସ ଏଯାଏଁ କାର୍ଡ ଖୋଲୁଛନ୍ତି । ବିଜେଡି ବି ଅଧା ବିଧାନସଭା ସିଟରେ କିଏ ଲଢିବେ ତାହା ବାକି ରଖିଛି । ଲାଗୁଛି କିଏ କୋଉଠି ଠିଆ ହେଲେ ଜିତିବ ସେଇ ଅଙ୍କ କଷାରେ ଲାଗିଛନ୍ତି ୩ ପ୍ରମୁଖ ଦଳ । ଅନ୍ୟଦଳରୁ ଆଣି ପ୍ରାର୍ଥି କଲେ ସିଟ୍ ଜିତିବା ଆଶା ଅଧିକ ରହିବ କି ନାହିଁ ସେନେଇ ସବୁ ଦଳ ତର୍ଜମାରେ ମାତିଛନ୍ତି । ଏପଟେ ଗତ ୨ ଦିନ ଧରି ବିଜେଡି ଅଭିଯୋଗ କରୁଛି ବିଜେପି ପାଖରେ ପ୍ରାର୍ଥି ନାହାଁନ୍ତି । ରବିବାର ବିଜେଡି ସାଂସଦ ସସ୍ମିତ ପାତ୍ର ଏଇ ଅଭିଯୋଗ କରିଥିବା ବେଳେ ଆଜି ସ୍ୱଂୟପ୍ରକାଶ ମହାପାତ୍ର ପ୍ରେସମିଟ୍ କରି ସମାନ ଅଭିଯୋଗ ଆଣିଛନ୍ତି । ୧୪୭ କଥା ଛାଡ, ୮୦ ସିଟରେ ବି ବିଜେପି ପାଖରେ ପ୍ରାର୍ଥି ନାହାଁନ୍ତି । ଯିଏ ଯେଉଁ ଦଳରେ ଅଛନ୍ତି ସେହି ଦଳର ଟିକେଟ ଘୋଷଣାକୁ ଅପେକ୍ଷା କରିଛନ୍ତି ଆଶାୟୀ ପ୍ରାର୍ଥି । ପ୍ରାର୍ଥି ଘୋଷଣା ଶେଷ ପରେ ସେମାନେ ଅନ୍ୟ ଦଳକୁ ଯିବା କଥା ଚିନ୍ତା କରିବେ । ହେଲେ ସବୁ ଦଳ ଛକାପଞ୍ଛାରେ ଥିବାରୁ ଆଶାୟୀ ବି ଦ୍ବନ୍ଦରେ । ଏଯାଏଁ ବିଜେପି ୨୧ରୁ ୨୧ ଲୋକସଭା ଘୋଷଣା କରିସାରିଛି । ହେଲେ ୧୪୭ ବିଧାନସଭାରୁ ଗୋଟିଏ ବି ସିଟ୍ ଘୋଷଣା କରିନାହିଁ । ସେପଟେ କଂଗ୍ରେସ ଗୋଟିଏ ବି ବିଧାନସଭା କି ଲୋକସଭା ଟିକେଟ ଘୋଷଣା କରିବାକୁ ନାହିଁ । ବିଜେଡି ୭୨ ବିଧାନସଭା ଓ ୧୫ ଲୋକସଭା
ଭୁବନେଶ୍ୱର ୦୧।୦୪ : ବିଳମ୍ବ ହେଉଛି ଟିକେଟ ଘୋଷଣା । ଆଜି ହେବ କାଲି ହେବ ବୋଲି ସିନା ଚର୍ଚ୍ଚା ହେଉଛି ହେଲେ ନା ବିଜେପି ନା କଂଗ୍ରେସ ଏଯାଏଁ କାର୍ଡ ଖୋଲୁଛନ୍ତି । ବିଜେଡି ବି ଅଧା ବିଧାନସଭା ସିଟରେ କିଏ ଲଢିବେ ତାହା ବାକି ରଖିଛି । ଲାଗୁଛି କିଏ କୋଉଠି ଠିଆ ହେଲେ ଜିତିବ ସେଇ ଅଙ୍କ କଷାରେ ଲାଗିଛନ୍ତି ୩ ପ୍ରମୁଖ ଦଳ ।
ଅନ୍ୟଦଳରୁ ଆଣି ପ୍ରାର୍ଥି କଲେ ସିଟ୍ ଜିତିବା ଆଶା ଅଧିକ ରହିବ କି ନାହିଁ ସେନେଇ ସବୁ ଦଳ ତର୍ଜମାରେ ମାତିଛନ୍ତି । ଏପଟେ ଗତ ୨ ଦିନ ଧରି ବିଜେଡି ଅଭିଯୋଗ କରୁଛି ବିଜେପି ପାଖରେ ପ୍ରାର୍ଥି ନାହାଁନ୍ତି । ରବିବାର ବିଜେଡି ସାଂସଦ ସସ୍ମିତ ପାତ୍ର ଏଇ ଅଭିଯୋଗ କରିଥିବା ବେଳେ ଆଜି ସ୍ୱଂୟପ୍ରକାଶ ମହାପାତ୍ର ପ୍ରେସମିଟ୍ କରି ସମାନ ଅଭିଯୋଗ ଆଣିଛନ୍ତି ।
୧୪୭ କଥା ଛାଡ, ୮୦ ସିଟରେ ବି ବିଜେପି ପାଖରେ ପ୍ରାର୍ଥି ନାହାଁନ୍ତି । ଯିଏ ଯେଉଁ ଦଳରେ ଅଛନ୍ତି ସେହି ଦଳର ଟିକେଟ ଘୋଷଣାକୁ ଅପେକ୍ଷା କରିଛନ୍ତି ଆଶାୟୀ ପ୍ରାର୍ଥି । ପ୍ରାର୍ଥି ଘୋଷଣା ଶେଷ ପରେ ସେମାନେ ଅନ୍ୟ ଦଳକୁ ଯିବା କଥା ଚିନ୍ତା କରିବେ । ହେଲେ ସବୁ ଦଳ ଛକାପଞ୍ଛାରେ ଥିବାରୁ ଆଶାୟୀ ବି ଦ୍ବନ୍ଦରେ । ଏଯାଏଁ ବିଜେପି ୨୧ରୁ ୨୧ ଲୋକସଭା ଘୋଷଣା କରିସାରିଛି । ହେଲେ ୧୪୭ ବିଧାନସଭାରୁ ଗୋଟିଏ ବି ସିଟ୍ ଘୋଷଣା କରିନାହିଁ ।
ସେପଟେ କଂଗ୍ରେସ ଗୋଟିଏ ବି ବିଧାନସଭା କି ଲୋକସଭା ଟିକେଟ ଘୋଷଣା କରିବାକୁ ନାହିଁ । ବିଜେଡି ୭୨ ବିଧାନସଭା ଓ ୧୫ ଲୋକସଭା ସିଟ ପାଇଁ ଟିକେଟ ଘୋଷଣା କରିଥିଲେ ହେଁ ବାକି ୬ ଲୋକସଭା ଓ ୭୫ ବିଧାନସଭା ଟିକେଟରେ କିଏ ଲଢିବେ ସେ କଥା ସ୍ପଷ୍ଟ ହେଉନି । ଫଳରେ ଟିକେଟ ଦ୍ବନ୍ଦ ବଢିବାରେ ଲାଗିଛି ।