ବିଶାଳକାୟ ଗଛ ପଡ଼ି ୨ ପରିବାରର ୯ ଆହତ

ଦାରିଙ୍ଗବାଡ଼ି,୨୨ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଗୁରୁବାର ରାତିରେ ଶୋଇଥିବା ଅବସ୍ଥାରେ ଘର ନିକଟରେ ରହିଥିବା ବିଶାଳକାୟ ଆମ୍ବଗଛ ପଡ଼ି ୨ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ୨ ପରିବାରର ୯ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମନୁ ବଳିୟାରସିଂଙ୍କ ପରିବାରର ଶାନ୍ତି ବଳିୟାର ସିଂଙ୍କ ସମେତ ଟୁନି ନାୟକ,ଶୁଭ […] The post ବିଶାଳକାୟ ଗଛ ପଡ଼ି ୨ ପରିବାରର ୯ ଆହତ appeared first on Dharitri Odia News.

ବିଶାଳକାୟ ଗଛ ପଡ଼ି ୨ ପରିବାରର ୯ ଆହତ

ଦାରିଙ୍ଗବାଡ଼ି,୨୨ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଗୁରୁବାର ରାତିରେ ଶୋଇଥିବା ଅବସ୍ଥାରେ ଘର ନିକଟରେ ରହିଥିବା ବିଶାଳକାୟ ଆମ୍ବଗଛ ପଡ଼ି ୨ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ୨ ପରିବାରର ୯ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମନୁ ବଳିୟାରସିଂଙ୍କ ପରିବାରର ଶାନ୍ତି ବଳିୟାର ସିଂଙ୍କ ସମେତ ଟୁନି ନାୟକ,ଶୁଭ ନାୟକ,ମନୀଷା ବଳିୟାର ସିଂ,ସୁନେଲି ବଳିୟାର ସିଂ,ଜୀବନ୍ତ ବଳିୟାର ସିଂ ଏବଂ ତିନିଜଣ ଶିଶୁ ତଥା ଅର୍ଚ୍ଚିତା ବଳିୟାରସିଂ,ଶିବ ନାୟକ ଓ ନିଶା ନାୟକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା କରାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି।

ପ୍ରକାଶ ଯେ, ପ୍ରତିଦିନ ଭଳି ଗୁରୁବାର ମଧ୍ୟ ପରିବାର ଲୋକ ଖାଇବା ପରେ ଶୋଇପଡ଼ିଥିଲେ। ହଠାତ୍‌ ରାତିରେ ଘର ନିକଟରେ ଥିବା ବିଶାଳକାୟ ଗଛ ଭାଙ୍ଗି ଘର ଉପରେ ମାଡି ବସିଥିଲା। ଗଛଟି ୩ଟି ଘର ଉପରେ ପଡ଼ିଥିଲା କିନ୍ତୁ ଦୁଇଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଓ ଦୁଇଟି ପରିବାର ଲୋକଙ୍କ ଶରୀରର ବିଭିନ୍ନ ଅଙ୍ଗରେ ଶକ୍ତ ଆଘାତ ଲାଗିଥିଲା ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ ବିଳମ୍ବିତ ରାତିରେ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଦାରିଙ୍ଗବାଡ଼ି ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳୁ ୪ ଗୁରୁତରଙ୍କ ସହ ୯ ଜଣଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

The post ବିଶାଳକାୟ ଗଛ ପଡ଼ି ୨ ପରିବାରର ୯ ଆହତ appeared first on Dharitri Odia News.