ବିଶିମୁଣ୍ଡା ପାଖରେ ଗୋଚାଲାଣ ଗାଡି ଓଲଟି ବହୁ ଗାଈଗୋରୁ ମୃତାହତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଆରଏମସି ଛକ ଠାରେ ଆଜି ଭୋର ୪ଟାରେ ଗୋ ଚାଲାଣ କରୁଥିବା ଗାଡ଼ି ଓଲଟି ପଡିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ୨୦ ନିରୀହ ଗୋରୁ ଗାଈ ମୃତ ସହ ଅନେକ ଗାଈ ଗୋରୁ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଗାଡ଼ି ରେ ଶହଶହ ନିରୀହ ଗାଈଗୋରୁ ବୋଝେଇ ହୋଇ ଚାଲାଣ ହେଉଥିବା ସମୟରେ ଭାରସାମ୍ୟ ହୋଇ ଓଲଟି ପଡ଼ିଥିଲା । ଗାଡ଼ି […] The post ବିଶିମୁଣ୍ଡା ପାଖରେ ଗୋଚାଲାଣ ଗାଡି ଓଲଟି ବହୁ ଗାଈଗୋରୁ ମୃତାହତ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଆରଏମସି ଛକ ଠାରେ ଆଜି ଭୋର ୪ଟାରେ ଗୋ ଚାଲାଣ କରୁଥିବା ଗାଡ଼ି ଓଲଟି ପଡିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ୨୦ ନିରୀହ ଗୋରୁ ଗାଈ ମୃତ ସହ ଅନେକ ଗାଈ ଗୋରୁ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଗାଡ଼ି ରେ ଶହଶହ ନିରୀହ ଗାଈଗୋରୁ ବୋଝେଇ ହୋଇ ଚାଲାଣ ହେଉଥିବା ସମୟରେ ଭାରସାମ୍ୟ ହୋଇ ଓଲଟି ପଡ଼ିଥିଲା । ଗାଡ଼ି ତଳେ ଚାପି ହୋଇ ୨୦ନିରୀହ ଗାଈଗୋରୁ ମୃତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।ଆଜି ସକାଳୁ ସ୍ଥାନୀୟ ଲୋକେ ଜାଣି ଗାଈଗୋରୁ ଙ୍କୁ ଉଦ୍ଧାର କରୁଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ଦେଖିବାକୁ ମିଳୁଛି। ଘଟଣାସ୍ଥଳ ରୁ ଗାଡି ଚାଳକ ଓ ଗୋଚାଲାଣକାରୀ ଫେରାର ମାରିଛନ୍ତି। ସୋନପୁର ପୋଲିସ ପହଞ୍ଚି ଏହାର ଅଧିକ ତଦନ୍ତ ଜାରି ରଖିଛି।
The post ବିଶିମୁଣ୍ଡା ପାଖରେ ଗୋଚାଲାଣ ଗାଡି ଓଲଟି ବହୁ ଗାଈଗୋରୁ ମୃତାହତ appeared first on Odisha.News.