ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ ଅବଗତ। ଏହାକୁ ଜାତୀୟ ଉଦ୍ୟାନ ଓ ରାମସାର ସାଇଟ୍‌ ପରି ଅନ୍ତର୍ଜାତୀୟ ମାନ୍ୟତା ମିଳିଛି। ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ପାଇଁ ବିଗତ ଦିନରେ ଉଦ୍ୟମ ହୋଇଥିଲେ ମଧ୍ୟ ୨୦୧୭ ଜୁଲାଇରେ ପୋଲାଣ୍ଡର କ୍ରାକ୍‌ଓଠାରେ ଇଣ୍ଟରନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର (ଆଇୟୁସିଏନ୍‌)ର ବୈଠକରେ ଖାରଜ ହୋଇଛି। ସେଠାରେ […] The post ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ appeared first on Dharitri Odia News.

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ ଅବଗତ। ଏହାକୁ ଜାତୀୟ ଉଦ୍ୟାନ ଓ ରାମସାର ସାଇଟ୍‌ ପରି ଅନ୍ତର୍ଜାତୀୟ ମାନ୍ୟତା ମିଳିଛି। ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ପାଇଁ ବିଗତ ଦିନରେ ଉଦ୍ୟମ ହୋଇଥିଲେ ମଧ୍ୟ ୨୦୧୭ ଜୁଲାଇରେ ପୋଲାଣ୍ଡର କ୍ରାକ୍‌ଓଠାରେ ଇଣ୍ଟରନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର (ଆଇୟୁସିଏନ୍‌)ର ବୈଠକରେ ଖାରଜ ହୋଇଛି। ସେଠାରେ ଏ ନେଇ ହୋଇଥିବା ସମୀକ୍ଷାରେ ଭିତରକନିକା ଆର୍ଦ୍ରଭୂମି ପରିଚାଳନାଗତ ତ୍ରୁଟି ସହ ବିଭିନ୍ନ ଅବ୍ୟବସ୍ଥାକୁ ପଦାରେ ପକାଇଛି। ଭିତରକନିକା ପ୍ରତି ଚାରିଆଡୁ ବିପଦ ଥିବା ଦର୍ଶାଇବା ସହ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲକୁ ଅଗ୍ରାହ୍ୟକରି ଦିଆଯାଇଥିଲା। ଏହାସତ୍ତ୍ୱେ ସମୀକ୍ଷା ହେଉନାହିଁ। ପରିଚାଳନାଗତ ତ୍ରୁଟିକୁ ଅଣଦେଖା କରାଯାଉଥିବା ମତ ମିଳିଛି।
ଏ ସମ୍ପର୍କରେ ପରିବେଶବିତ୍‌ ଶ୍ରୀକାନ୍ତ ନାୟକ, ହେମନ୍ତ କୁମାର ରାଉତ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, ପ୍ରଦୀପ କୁମାର ତରାଇ ପ୍ରମୁଖ କହିଛନ୍ତି, ଲୁଣା କୁମ୍ଭୀର, ୨ ପ୍ରକାର ବିରଳ ସମେତ ୬ ପ୍ରକାର ଡଲ୍‌ଫିନ୍‌, ୪୧ ପ୍ରଜାତିର ମାଛ, ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ, ୩୬ ପ୍ରକାର ବିରଳ ବନ୍ୟଜନ୍ତୁ, ୨୮୦ପ୍ରକାର ଦେଶୀ ବିଦେଶୀ ପକ୍ଷୀ, ୩୪ ପ୍ରକାର ସରୀସୃପ ଆଦି ସହ ହେନ୍ତାଳବଣରେ ପରିପୂର୍ଣ୍ଣ ଏହି ଜାତୀୟ ଉଦ୍ୟାନ। ଜୈବ ବିବିଧତା ଭରା ଏହି ଉଦ୍ୟାନରେ ପ୍ରାୟ ୫୭ ପ୍ରଜାତିର ହେନ୍ତାଳ ଗଛ ଅଛି। ଏହାବ୍ୟତୀତ ଔଷଧୀୟ ଗୁଳ୍ମ ଲଟାରେ ଏହା ଭରପୂର। ଭିତରକନିକା ପାଇଁ ଭାରତୀୟ ଜାତୀୟ ବନ୍ୟଜୀବ ସଂରକ୍ଷଣ ଆଇନ ୧୯୭୨ ଲାଗୁ ହୋଇଛି। ଏହାସତ୍ତ୍ୱେ ଏହି ବନାଞ୍ଚଳ ମଧ୍ୟରେ ବ୍ୟକ୍ତିଗତ ଜମି, ସ୍ଥାନୀୟ ଲୋକଙ୍କ ଅବାଧ ପ୍ରବେଶ, ଚାଷ, ଗୋରୁ, ମଇଁଷି ବୁଲିବା, ଚିଙ୍ଗୁଡ଼ି ଘେରି ଆଦି ରହିଥିବା ୨୦୧୬ ନଭେମ୍ବରରେ ଆସିଥିବା ବୈଷୟିକ ଟିମ୍‌ର ସଦସ୍ୟ ନାଆମୀ ଡୋକ୍‌ ଓ ରେମ୍‌କୋ ଭନ୍‌ ମର୍ମ ଅନୁଧ୍ୟାନ କରିଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେହିପରି ପରିସୀମା ରକ୍ଷଣାବେକ୍ଷଣ ଅଭାବ ରହିଛି। ଭିତରକନିକା ମଧ୍ୟରେ ୪୦୦ରୁ ଅଧିକ ଗ୍ରାମ, ଇକୋ ସେନ୍‌ସେଟିଭ ଜୋନ୍‌ ଅଞ୍ଚଳକୁ ଚିହ୍ନଟ ଓ ଗାଇଡ୍‌ଲାଇନର କାର୍ଯ୍ୟକାରିତା, ଧାମରା ବନ୍ଦରର ଅବସ୍ଥିତି, ହୁଇଲର ଦ୍ୱୀପର ମିଶାଇଲ ଟେଷ୍ଟିଂ ଆଦି ଭିତରକନିକା ସୁରକ୍ଷା ଦିଗରେ ଅଭାବ ସୃଷ୍ଟି କରିଛି। ହେନ୍ତାଳବଣ ଓ ଅନ୍ୟ ପ୍ରାଣୀଙ୍କ ପାଇଁ ମଧୁର ଜଳ ଆବଶ୍ୟକ। ସମ୍ପ୍ରତି ମଧୁରଜଳର ପରିମାଣ କ୍ରମଶଃ ହ୍ରାସ ପାଉଛି। ମତ୍ସ୍ୟଜୀବୀଙ୍କ ଲୋଲୁପଦୃଷ୍ଟି ସର୍ବଦା ଏହି ସଂରକ୍ଷିତ ସାମୁଦ୍ରିକ ଅଞ୍ଚଳରେ ରହିଥିବା ବେଳେ ସୁରକ୍ଷା କର୍ମଚାରୀଙ୍କ ଅଭାବ ରହିଛି। ସେହିପରି ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ଅର୍ଥ ଓ ତଟକ୍ଷୟକୁ ରୋକିବା ଆଦି ପ୍ରସଙ୍ଗ ଅଛି। ବିଶେଷକରି ଇକୋ ସେନ୍‌ସେଟିଭ ଜୋନ୍‌ର ଗାଇଡ୍‌ଲାଇନକୁ କାର୍ଯ୍ୟକାରୀ କରାଯାଉନାହିଁ। ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ନଦୀଭିତ୍ତିକ ବନ୍ଦର ଓ ଶିଳ୍ପ ହେବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଯାହା ଜାତୀୟ ଉଦ୍ୟାନର ଜୈବ ବିବିଧତା ଉପରେ ପ୍ରଭାବ ପକାଇବା ସହ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଆର୍ଥିକ ଦୁର୍ଗତି ଆଣିବ। ଏ ନେଇ ସମୀକ୍ଷା କରାଯିବାକୁ ପରିବେଶବିତ ଓ ସାମାଜିକ କର୍ମୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ପାଇଁ ଥିବା ବାଧାଗୁଡ଼ିକର ସମୀକ୍ଷା କରାଯାଉଛି। ତାଲିକାଭୁକ୍ତ ପାଇଁ ତ୍ରୁଟି ସୁଧାର ପ୍ରୟାସ ଜାରି ରହିଥିବା ସେ କହିଛନ୍ତି।

The post ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ appeared first on Dharitri Odia News.