ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବ ଭାରତ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଭାରତୀୟ କୁସ୍ତି ଦଳ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ। ସରକାର ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଏଫ୍‌ଆଇ) ବୁଧବାର ଆଗାମୀ ବିଶ୍ୱ ଚାମ୍ପିୟନଶିପ୍‌ରୁ ଭାରତୀୟ ଦଳକୁ ପ୍ରତ୍ୟାହାର କରିନେଇଥିଲା। ଫଳତଃ ଏହାଦ୍ୱାରା ପ୍ରଭାବିତ ସମସ୍ତ ୧୨ କୁସ୍ତିଯୋଦ୍ଧା ଶୁକ୍ରବାର ଡବ୍ଲ୍ୟୁଏଫ୍‌ଆଇ ସଭାପତି ସଞ୍ଜୟ ସିଂଙ୍କ ସହିତ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ବାସଭବନକୁ ଯାଇଥିଲେ। ସେମାନେ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ଜଣାଇଥିଲେ। ସେଠାରେ ପ୍ରାୟ […] The post ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବ ଭାରତ appeared first on Dharitri Odia News.

ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବ ଭାରତ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଭାରତୀୟ କୁସ୍ତି ଦଳ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ। ସରକାର ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଏଫ୍‌ଆଇ) ବୁଧବାର ଆଗାମୀ ବିଶ୍ୱ ଚାମ୍ପିୟନଶିପ୍‌ରୁ ଭାରତୀୟ ଦଳକୁ ପ୍ରତ୍ୟାହାର କରିନେଇଥିଲା। ଫଳତଃ ଏହାଦ୍ୱାରା ପ୍ରଭାବିତ ସମସ୍ତ ୧୨ କୁସ୍ତିଯୋଦ୍ଧା ଶୁକ୍ରବାର ଡବ୍ଲ୍ୟୁଏଫ୍‌ଆଇ ସଭାପତି ସଞ୍ଜୟ ସିଂଙ୍କ ସହିତ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ବାସଭବନକୁ ଯାଇଥିଲେ। ସେମାନେ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ଜଣାଇଥିଲେ। ସେଠାରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଆଲୋଚନା ପରେ ସଞ୍ଜୟ ସିଂ ଖବରଦାତାମାନଙ୍କୁ କହିଛନ୍ତି, ମହାସଂଘ ବିରୋଧରେ ଯେଉଁ ଅଦାଲତ ଅବମାନନା ମୋକଦ୍ଦମା ହୋଇଛି ସେସବୁ ସରକାର ବୁଝିବେ। ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ କୁସ୍ତି ଯୋଦ୍ଧାମାନଙ୍କର ଟିକେଟ ସଂରକ୍ଷଣ ହୋଇ ସାରିଛି। ସେମାନେ ରବିବାର ସକାଳେ ପ୍ରସ୍ଥାନ କରିପାରିବେ। ସରକାର ଡବ୍ଲ୍ୟୁଏଫ୍‌ଆଇ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର କରିବା ଲାଗି କୌଣସି ପ୍ରତିଶ୍ରୁତି ଦେଇଛନ୍ତି କି ବୋଲି ତାଙ୍କୁ ପଚରାଯିବାରେ ମନ୍ତ୍ରୀ କହିଥିଲେ ଏହାର ସମୀକ୍ଷା ହେବ। ଏଥିପାଇଁ ଏକମାସ ସମୟ ଲାଗିବ। ମାଣ୍ଡ୍ୟବ କହିଥିଲେ, ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ। ସମସ୍ତ କ୍ରୀଡ଼ା ମହାସଂଘ ସ୍ବାଧୀନ ଭାବେ କାର୍ଯ୍ୟ କରିପାରିବେ। ସରକାର କେବଳ ସେମାନଙ୍କୁ ସହାୟତା ପ୍ରଦାନ କରିବେ। ଦେଶରେ କ୍ରୀଡ଼ାର ଅଗ୍ରଗତି ହେଉ। ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସେମାନେ ଭଲ ପ୍ରଦର୍ଶନ କରିବା ଉଚିତ ବୋଲି ମନ୍ତ୍ରୀ କହିଥିଲେ। ଅକ୍ଟୋବର ୨୮ରୁ ଆଲବାନିଆର ଟିରାନାଠାରେ ୧୨ଟି ଅଣଅଲିମ୍ପିକ କାଟେଗୋରିରେ ସିନିୟର ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହେବ। କୁସ୍ତିଯୋଦ୍ଧାମାନେ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ତେବେ ଏହାର ଶୁଣାଣି ଶୁକ୍ରବାର ପୂର୍ବରୁ ହୋଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ। ଏହି ପରିପ୍ରେକ୍ଷୀରେ କୁସ୍ତିଯୋଦ୍ଧା ମନୀଷା ଭାନଓ୍ବାଲା(୬୫କେଜି) କହିଛନ୍ତି, ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ହାସଲ ପର୍ଯ୍ୟାୟରେ ପହଞ୍ଚତ୍ବା ଲାଗି ଆମକୁ ୧୦ରୁ ୧୨ ବର୍ଷ ସମୟ ଲାଗିଛି। ବର୍ତ୍ତମାନ ଆମ ନିକଟରୁ ଏହି ସୁଯୋଗ ଛଡ଼ାଇ ନିଆଯାଉଥିଲା।
ସୂଚନାଯୋଗ୍ୟ, ମହାସଂଘର ଦୈନନ୍ଦିନ କାର୍ଯ୍ୟ ଦେଖା ଚାହଁା କରିବା ଲାଗି ଆଡହକ ପ୍ୟାନେଲର ପୁନଃ ପ୍ରବର୍ତ୍ତନ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଦେବାରୁ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଡବ୍ଲ୍ୟୁଏଫ୍‌ଆଇକୁ ସସ୍‌ପେଣ୍ଡ କରିଦେଇଥିଲା। ଫଳରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ହସ୍ତକ୍ଷେପ କରୁଥିବା ଦର୍ଶାଇ ଓ୍ବାଲର୍‌ଡ ଗଭର୍ନିଂ ବଡି ୟୁଡବ୍ଲ୍ୟୁଡବ୍ଲ୍ୟୁ ନିକଟରେ ଫେରାଦ ହେବା ସହ ଡବ୍ଲ୍ୟୁଏଫ୍‌ଆଇ ବିଶ୍ୱ ଚାମ୍ପିୟନଶିପରୁ ଏହାର ଦଳ ପ୍ରତ୍ୟାହାର କରି ନେଇଥିଲା। ଡବ୍ଲ୍ୟୁଏଫ୍‌ଆଇ ନିକଟରେ ୨୩ ବର୍ଷରୁ କମ୍‌ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ସିଲେକ୍ସନ ଟ୍ରାଏଲ୍ସ ଘୋଷଣା କରିଥିଲା। ତେବେ ଏହାର ବୈଧତାକୁ ନେଇ ଅତୀତରେ ଯୌନଶୋଷଣ ଅଭିଯୋଗରେ ପୂର୍ବତନ ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କୁ ଗିରଫ ଦାବିରେ ଆନ୍ଦୋଳନ କରିଥିବା କୁସ୍ତି ଯୋଦ୍ଧାମାନେ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେମାନଙ୍କ ମଧ୍ୟରେ ବଜରଙ୍ଗ ପୁନିଆ, ଭିନେଶ ଫୋଗଟ, ସାକ୍ଷୀ ମଲିକ ଏବଂ ତାଙ୍କ ସ୍ବାମୀ ସତ୍ୟବ୍ରତ ଅନ୍ୟତମ। ତଥାକଥିତ ଆନ୍ଦୋଳନକାରୀମାନଙ୍କ କ୍ୟାରିୟର ଶେଷ ହୋଇଯାଇଛି। ସେମାନେ ଏହି ବ୍ୟାପାରରେ ମୁଣ୍ଡ ନ ଖେଳାଇବା ଭଲ ବୋଲି ମନୀଷା ଭାନଓ୍ବାଲା କହିଛନ୍ତି।

The post ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବ ଭାରତ appeared first on Dharitri Odia News.