ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

ଯାଜପୁର,୧୨।୧୦: ଯାଜପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ‘ଓ୍ବଲ୍ଡ ମେଣ୍ଟାଲ ହେଲଥ ଡେ’ ବା ‘ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ’ ପାଳିତ ହୋଇଯାଇଛି। ଯାଜପୁର ରୋଡ଼ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କନଫରେନ୍ସ ହଲରେ ଏହା ଅନୁଷ୍ଠିତ ହୋଇଛି । ଏ ବର୍ଷର ମାନସିକ ସ୍ବାସ୍ଥ୍ୟ ଦିବସର ଥିମ ରହିଛି କର୍ମକ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟ। ଏହାକୁ ନେଇ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ଏକ କାର୍ଯ୍ୟକ୍ରମର ଆଲୋଚନା କରାଯାଇଛି । ଏଥିରେ ମୁଖ୍ୟ ଅତିଥି […] The post ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ appeared first on Dharitri Odia News.

ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

ଯାଜପୁର,୧୨।୧୦: ଯାଜପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ‘ଓ୍ବଲ୍ଡ ମେଣ୍ଟାଲ ହେଲଥ ଡେ’ ବା ‘ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ’ ପାଳିତ ହୋଇଯାଇଛି। ଯାଜପୁର ରୋଡ଼ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କନଫରେନ୍ସ ହଲରେ ଏହା ଅନୁଷ୍ଠିତ ହୋଇଛି । ଏ ବର୍ଷର ମାନସିକ ସ୍ବାସ୍ଥ୍ୟ ଦିବସର ଥିମ ରହିଛି କର୍ମକ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟ। ଏହାକୁ ନେଇ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ଏକ କାର୍ଯ୍ୟକ୍ରମର ଆଲୋଚନା କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର କହ୍ନେଇପୁରରେ ଥିବା ମିସନ ଚାରିଟିର ନିର୍ଦେଶକ ଅନୁରଞ୍ଜନ ଡୁଙ୍ଗଡୁଙ୍ଗ , ସମ୍ମାନିତ ଅତିଥି ଭାବେ ରାଜେଶ କୁମାର ରାଉତ ଏବଂ ମୁଖ୍ୟବକ୍ତା ଭାବେ ଯଯାତିକେଶରୀ ମେଡିକାଲ କଲେଜ ଆଣ୍ଡ ହସପିଟାଲର ସାଇକାଆର୍ଟିଷ୍ଟ ନର୍ସ ବିନ୍ଦୁଲତା ପଲେଇ ଯୋଗ ଦେଇ କର୍ମକ୍ଷେତ୍ରରେ ମାନସିକ ସ୍ବାସ୍ଥ୍ୟର ଗୁରୁତ୍ୱ ବିଷୟରେ ଆଲୋଚନା କରିଛନ୍ତି।

ଆଜିକାଲି କେବଳ ଯୁବପିଢି ନୁହନ୍ତି ପ୍ରତ୍ୟେକ ବର୍ଗର ଲୋକଙ୍କ ଠାରେ ମାନସିକ ରୋଗ ଚିହ୍ନଟ ହେଉଛି । ଆଉ ଏହି ମାନସିକ ରୋଗ ବିଷୟରେ ଅନେକ ଅଜଣା ଥିବାବେଳେ , ଜାଣିଥିବା କିଛି ଲୋକ ଏହାକୁ ନେଇ ଆଲୋଚନା କରିବାକୁ ଡରୁଛନ୍ତି ତଥା ଆଲୋଚନା କରିବାକୁ ଚାହୁଁ ନାହାନ୍ତି । ତା’ ଛଡା ବର୍ତମାନ ପରିସ୍ଥିତିରେ ନିଜର କର୍ମକ୍ଷେତ୍ରରେ ଲୋକମାନେ କିପରି ବିଭିନ୍ନ ମାନସିକ ଚାପରେ ପ୍ରଭାବିତ ହେଉଛନ୍ତି ଏବଂ ଏହାର ନିରାକରଣ ବିଷୟରେ ଆଲୋଚନା ହୋଇଛି। କେବଳ ଯୁବଗୋଷ୍ଠୀଙ୍କ ଠାରେ ନୁହେଁ ଆଜିକାଲି ଛୋଟ ପିଲାଙ୍କ ଠାରେ ମଧ୍ୟ ମାନସିକ ରୋଗର ଅନେକ ଲକ୍ଷଣ ଦେଖିବାକୁ ମିଳୁଛି । ତେବେ ପ୍ରତ୍ୟେକ ପରିସ୍ଥିତିରେ ମାନସିକ ଭାରସାମ୍ୟରେ କିପରି ସନ୍ତୁଳନ ବଜାୟ ରଖିବା ଏ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ସଭାରେ ମତ ରଖିଯାଇଛି । ଏହା ସହ ମାନସିକ ସାସ୍ଥ୍ୟ ସମସ୍ୟା, ଲକ୍ଷଣ ଓ ନିରାକରଣ ବିଷୟରେ ଉପସ୍ଥିତ ଥିବା ସଦସ୍ୟମାନଙ୍କର ଯାହା ଦ୍ୱନ୍ଦ୍ୱ ଥିଲା ସେମାନେ ମୁଖ୍ୟବକ୍ତାଙ୍କ ଠାରୁ ପଚାରି ବୁଝିଥିଲେ। ତେବେ ଏହି ସଭାରେ ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରତାପ କେଶରୀ ମହାପାତ୍ର, ଗଣେଶ ତରାଇ,ଶ୍ରୀରାମ ଚନ୍ଦ୍ର ସାହୁ, ତନ୍ମୟ କୁମାର ଦାସ, ରାଜେନ୍ଦ୍ର ତରାଇ, ବାସନ୍ତୀ ଲତା ଯେନା, ଦିପ୍ତିମୟୀ ଦାସ, ସରୋଜ ପ୍ରଧାନ, ସାଇଶରୀ ଦାସ, ପ୍ରଣତୀ ଦାସ, ଅରବିନ୍ଦ ସାହୁ, ଚିନ୍ମୟ କୁମାର ଦାସ, ଭରତ ଚନ୍ଦ୍ର ସାହୁ,ସ୍ମୃତିମୟୀ ବେହେରା, ଶଶିକାନ୍ତ,ବାସୁଦେବ ଆଦି ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଛନ୍ତି। କାର୍ଯ୍ୟକ୍ରମଟିକୁ ଫାଉଣ୍ଡେସନର ସଦସ୍ୟ ପ୍ରଦୀପ କୁମାର ଦାସ ସୂଚାରୁରୂପେ ପରିଚାଳନା କରିଥିବା ବେଳେ ଫାଉଣ୍ଡେସନର ସଭାପତି ମନୋଜ କୁମାର ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

The post ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ appeared first on Dharitri Odia News.