ବିଶ୍ୱକପ୍‌ ବିଜେତା ଟିମ୍‌ର ଏହି ୬ଜଣଙ୍କୁ ସ୍ବତନ୍ତ୍ର ଭାବେ ଫୋନ୍‌ କଲେ ପ୍ରଧାନମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୩୦।୬: ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ବିଜୟକୁ ନେଇ ସାରା ଦେଶ ଉତ୍ସବମୁଖର। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ବିଜେତା ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ୬ ଲୋକଙ୍କୁ ସ୍ବତନ୍ତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା,ସୂର୍ଯ୍ୟକୁମାର ଯାଦବ, ଜସପ୍ରିତ ବୁମ୍‌ରା ଏବଂ କୋଚ୍‌ ରାହୁଲ ଦ୍ରାବିଡଙ୍କୁ ଫୋନ୍‌ କରି ବିଜେତା ହେବାର ଶୁଭେଚ୍ଛା ଜଣାଇଛନ୍ତି। Dear @ImRo45, You are excellence personified. Your […] The post ବିଶ୍ୱକପ୍‌ ବିଜେତା ଟିମ୍‌ର ଏହି ୬ଜଣଙ୍କୁ ସ୍ବତନ୍ତ୍ର ଭାବେ ଫୋନ୍‌ କଲେ ପ୍ରଧାନମନ୍ତ୍ରୀ, କହିଲେ… appeared first on Dharitri Odia News.

ବିଶ୍ୱକପ୍‌ ବିଜେତା ଟିମ୍‌ର ଏହି ୬ଜଣଙ୍କୁ ସ୍ବତନ୍ତ୍ର ଭାବେ ଫୋନ୍‌ କଲେ ପ୍ରଧାନମନ୍ତ୍ରୀ, କହିଲେ…
ନୂଆଦିଲ୍ଲୀ,୩୦।୬: ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ବିଜୟକୁ ନେଇ ସାରା ଦେଶ ଉତ୍ସବମୁଖର। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ବିଜେତା ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ୬ ଲୋକଙ୍କୁ ସ୍ବତନ୍ତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା,ସୂର୍ଯ୍ୟକୁମାର ଯାଦବ, ଜସପ୍ରିତ ବୁମ୍‌ରା ଏବଂ କୋଚ୍‌ ରାହୁଲ ଦ୍ରାବିଡଙ୍କୁ ଫୋନ୍‌ କରି ବିଜେତା ହେବାର ଶୁଭେଚ୍ଛା ଜଣାଇଛନ୍ତି।

ମୋଦି କୋହଲିଙ୍କ ଯୋଗଦାନକୁ ସହ ଉଲ୍ଲେଖନୀୟ ଇନିଂସ ଲାଗି ପ୍ରଶଂସା କରିଥିଲେ। କୋହଲି ଭାରତୀୟ ବ୍ୟାଟିଂକୁ ଭଲ ଭାବେ ସମ୍ଭାଳିଥିଲେ। ଏବେ ଦଳରେ ତାଙ୍କ ଅଭାବ ପରିଲକ୍ଷିତ ହେବ ବୋଲି ସେ କହିଥିଲେ। ଏହାଛଡ଼ା ସୂର୍ଯ୍ୟକୁମାରଙ୍କ କ୍ୟାଚ୍‌,  ଜସପ୍ରିତ ବୁମ୍‌ରାଙ୍କ ଯୋଗଦାନ ଏବଂ ହାର୍ଦ୍ଦିକଙ୍କ ଶେଷ ଓଭର ବୋଲିଂକୁ ନେଇ ମଧ୍ୟ ମୋଦି ପ୍ରଶଂସା କରିଥିଲେ। ସେହିଭଳି ଦ୍ରାବିଡ଼ କୋଚ୍‌ ଭାବେ ତାଙ୍କ ଦାୟିତ୍ୱ ତୁଲାଇବା ସହ ବିଶ୍ୱକପ୍‌ ଟ୍ରଫିକୁ ହାତରେ ଉଠାଇଥିବାରୁ ସେ ଖୁସି ଅନୁଭବ କରିଥିବା କହିଥିଲେ।

ତେବେ ପ୍ରଧାନମନ୍ତ୍ରୀଙ୍କ ବ୍ୟତିତ ରାଷ୍ଟ୍ରପତି ଏବଂ ଅନେକ ନେତା ଏହି ଐତିହାସିକ ବିଜୟକୁ ନେଇ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି।

The post ବିଶ୍ୱକପ୍‌ ବିଜେତା ଟିମ୍‌ର ଏହି ୬ଜଣଙ୍କୁ ସ୍ବତନ୍ତ୍ର ଭାବେ ଫୋନ୍‌ କଲେ ପ୍ରଧାନମନ୍ତ୍ରୀ, କହିଲେ… appeared first on Dharitri Odia News.