ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର
ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ କରି ନଥାନ୍ତି। ଯେତେ ଶିକାର କଲେ ମଧ୍ୟ ସେମାନଙ୍କର ପେଟ କେବେ ମଧ୍ୟ ପୂରି ନ ଥାଏ। ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଇବା ପରେ ମଧ୍ୟ କୁମ୍ଭୀରମାନେ ନିଜ ଶିକାରକୁ ଦେଖିବା ମାତ୍ରେ ଆକ୍ରମଣ କରିଥାନ୍ତି। ଆଫ୍ରିକାର ସ୍କଟ୍ସବର୍ଗସ୍ଥିତ ‘କ୍ରୋକ୍ ୱାଲର୍ଡ କଞ୍ଜରଭେଶନ୍ ସେଣ୍ଟର’ରେ ରହୁଥିବା ହେନ୍ରୀ ନାମକ ଏକ […] The post ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର appeared first on Dharitri Odia News.
ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ କରି ନଥାନ୍ତି। ଯେତେ ଶିକାର କଲେ ମଧ୍ୟ ସେମାନଙ୍କର ପେଟ କେବେ ମଧ୍ୟ ପୂରି ନ ଥାଏ। ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଇବା ପରେ ମଧ୍ୟ କୁମ୍ଭୀରମାନେ ନିଜ ଶିକାରକୁ ଦେଖିବା ମାତ୍ରେ ଆକ୍ରମଣ କରିଥାନ୍ତି।
ଆଫ୍ରିକାର ସ୍କଟ୍ସବର୍ଗସ୍ଥିତ ‘କ୍ରୋକ୍ ୱାଲର୍ଡ କଞ୍ଜରଭେଶନ୍ ସେଣ୍ଟର’ରେ ରହୁଥିବା ହେନ୍ରୀ ନାମକ ଏକ କୁମ୍ଭୀର ବିଶ୍ୱର ସବୁଠୁ ବୟସ୍କ ଜୀବନ୍ତ କୁମ୍ଭୀରର ଆଖ୍ୟା ପାଇଛି। ଏହି କୁମ୍ଭୀରର ଓଜନ ପ୍ରାୟ ୭୫୦ କିଲୋଗ୍ରାମ। ଏହାର ୬ଟି ସ୍ତ୍ରୀ ଓ ୧୦ ହଜାର ସନ୍ତାନ ରହିଛନ୍ତି। ରିପୋର୍ଟ ଅନୁଯାୟୀ, ୧୯୦୦ ମସିହା ଡିସେମ୍ବର ୧୬ରେ ଆଫ୍ରିକୀୟ ଦେଶ ବୋତ୍ସ୍ବାନାର ବିଶ୍ୱସ୍ତରୀୟ ‘ଓକାବାଙ୍ଗୋ ଡେଲ୍ଟା’ରେ ଏହି କୁମ୍ଭୀର ଜନ୍ମ ହୋଇଥିଲା। ତେଣୁ ଏବେ ଏହି ବୟସ୍କ କୁମ୍ଭୀରକୁ ୧୨୪ ବର୍ଷ ହେବ। ଏହାର ଲମ୍ବ ଏକ ମିନିବସ୍ର ଲମ୍ବ ସଦୃଶ ହେବ। ତେବେ ଗତ ୩ ଦଶନ୍ଧି ଧରି ହେନ୍ରୀ ଦକ୍ଷିଣ ଆଫ୍ରିକାର ‘କ୍ରୋକ୍ ୱାଲର୍ଡ କଞ୍ଜରଭେଶନ୍ ସେଣ୍ଟର’ରେ ରହି ଆସୁଛି।
ହେଉଛି ଏକ ନୀଳ କୁମ୍ଭୀର। ଏହି ପ୍ରଜାତି ମୁଖ୍ୟତଃ ଆଫ୍ରିକୀୟ ଦେଶଗୁଡିକରେ ଦେଖାଯାଇଥାନ୍ତି। ଏହି କୁମ୍ଭୀରମାନେ ହ୍ରଦ, ନଦୀ, ଜଳାଶୟ ସମେତ ବିଭିନ୍ନ ଜଳୀୟ ପରିବେଶରେ ବାସ କରନ୍ତି। ଘୃଣ୍ୟ ଶିକାରୀ ଭାବରେ ଏହି ପ୍ରଜାତିର କୁମ୍ଭୀର ବେଶ୍ ଜଣାଶୁଣା। ପ୍ରତିବର୍ଷ ଶହ ଶହ ଲୋକ ନୀଳ କୁମ୍ଭୀରମାନଙ୍କର ଆକ୍ରମଣରେ ପ୍ରାଣ ହରାଇଥାନ୍ତି।
The post ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର appeared first on Dharitri Odia News.