ବିଷାକ୍ତ ଖାଦ୍ୟରୁ ବ୍ୟାପୁଛି ଝାଡ଼ାବାନ୍ତି

ଯାଜପୁରରୋଡ୍‌/କୋରେଇ, ୨୪ା୨ (ପବିତ୍ର ରଞ୍ଜନ ମହାନ୍ତି/ ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ଅଞ୍ଚଳରେ ୨ଦିନ ହେବ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଶଙ୍ଖଚିଲା ହାଟରେ ଦହିବରା ଏବଂ ଚଟପଟି ଦୋକନରୁ ଖାଦ୍ୟଖାଇ ସଂଖ୍ୟାଧିକ ଆକ୍ରାନ୍ତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୁରୁବାର ଏବଂ ଶୁକ୍ରବାର ଏହି ଦୁଇ ଦିନରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୦୦ରୁ ଅଧିକ ରୋଗୀ ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବାବେଳେ ଅନେକଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଏବଂ […] The post ବିଷାକ୍ତ ଖାଦ୍ୟରୁ ବ୍ୟାପୁଛି ଝାଡ଼ାବାନ୍ତି appeared first on Dharitri Odia News.

ଯାଜପୁରରୋଡ୍‌/କୋରେଇ, ୨୪ା୨ (ପବିତ୍ର ରଞ୍ଜନ ମହାନ୍ତି/ ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ଅଞ୍ଚଳରେ ୨ଦିନ ହେବ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଶଙ୍ଖଚିଲା ହାଟରେ ଦହିବରା ଏବଂ ଚଟପଟି ଦୋକନରୁ ଖାଦ୍ୟଖାଇ ସଂଖ୍ୟାଧିକ ଆକ୍ରାନ୍ତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୁରୁବାର ଏବଂ ଶୁକ୍ରବାର ଏହି ଦୁଇ ଦିନରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୦୦ରୁ ଅଧିକ ରୋଗୀ ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବାବେଳେ ଅନେକଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଏବଂ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କ୍ଷମତାଠାରୁ ଅଧିକ ରୋଗୀ ଏକକାଳୀନ ପହଞ୍ଚିବାରୁ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। ନବନିର୍ର୍ମିତ ୨୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପରିସରରେ ପାଦ ରଖିବାକୁ ସ୍ଥାନ ମିଳୁନାହିଁ। ଫଳରେ ବେଡ୍‌ ତଳେ ଏବଂ ଉପରେ ରୋଗୀ ଚିକିତ୍ସିତ ହେଉଛନ୍ତି। ୩୦ ଶଯ୍ୟାବିଶିଷ୍ଟ ପୁରୁଣା କୋଠାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ତଳେ ଓ ବାରଣ୍ଡାରେ ସାଲାଇନ ଲଗାଇ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି।
ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, କୋରେଇ ବ୍ଲକ ଖମଣ ପଞ୍ଚାୟତର ରାଧାନଗର, ଉଦୟପାଟଣା, ଗୁରୁସାହି, ଠାକୁରପାଟଣା ଓ ବ୍ୟାସନଗର ପୌର ପରିଷଦର ବିଭିନ୍ନ ୱାର୍ଡ ଅଞ୍ଚଳର ଲୋକେ ଆକ୍ରାନ୍ତ ହୋଇ ଏଠାରେ ଚିକିତ୍ସିତ ହେଉଛନ୍ତି। ଯେଉଁ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଟିକେ ଭଲ ରହିଛି ସେମାନଙ୍କୁ ପ୍ରତିଷେଧକ ଦେଇ ଘରକୁ ପଠାଯାଉଛି। ସଙ୍କଟାପନ୍ନ ରୋଗୀଙ୍କୁ ଅନୂ୍ୟନ ୬ ରୁ ୭ଟି ସାଲାଇନ ଦେବାକୁ ଡାକ୍ତରଖାନା ପରିସରରେ ରଖାଯାଇଛି। କେବଳ ଶଙ୍ଖଚିଲା ଅଞ୍ଚଳରୁ ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏବଂ ଅନେକ ଶିଶୁ ଆକ୍ରାନ୍ତ ହୋଇ ଏଠାରେ ଚିକିତ୍ସିତ ହେଉଛନ୍ତି। ଏହି ରୋଗରେ ଆକ୍ରାନ୍ତଙ୍କ ପ୍ରବଳ ବାନ୍ତି ସହ ଲଗାତର ଝାଡା ହେଉଥିବାବେଳେ ଦେହରୁ ଜଳୀୟ ଅଂଶ କମିଯାଇଛି ବୋଲି ଡାକ୍ତର କହିଛନ୍ତି। ଖବର ପାଇ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣା ଏବଂ ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ରାକେଶ କୁମାର ସାହୁ ଗୁରୁବାର ରାତିରେ ପହଞ୍ଚତ୍ ସ୍ଥିତ ଯାଞ୍ଚ କରିବା ସହ ବିଭିନ୍ନ ଦୋକାନରେ ଚଢ଼ାଉ କରିଛନ୍ତି। ଖାଦ୍ୟ ବିଷାକ୍ତ ଯୋଗୁ ଏଭଳି ଘଟଣା ଘଟିଥିବା ଖାଦ୍ୟ ନିରାପତ୍ତା ଅଧିକାରୀ ସୂଚନା ଦେଇଛନ୍ତି। ଚଢ଼ାଉ ସମୟରେ ୧୭,୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବାବେଳେ ୨୭ ଦୋକାନୀଙ୍କୁ ନୋଟିସ କରାଯାଇଥିବା ନିରାପତ୍ତା ଅଧିକାରୀ କହିଛନ୍ତି। ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଯେଉଁମାନେ ଗୁରୁତର ଥିଲେ ସେମାନଙ୍କୁ ଯାଜପୁର ଏବଂ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି।

The post ବିଷାକ୍ତ ଖାଦ୍ୟରୁ ବ୍ୟାପୁଛି ଝାଡ଼ାବାନ୍ତି appeared first on Dharitri Odia News.