ବିସ୍ଫୋରକ ବୋଲିଂ ସହ ବିଶ୍ୱ ରେକର୍ଡ, ୧୪୮ ବର୍ଷର ଟେଷ୍ଟ ରେକର୍ଡ ବଦଳାଇ ଦେଲେ ବୁମରା

ନୂଆଦିଲ୍ଲୀ,୨୯।୧୨: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବୋଲର ଜସପ୍ରୀତ ବୁମରା ଇତିହାସ ସୃଷ୍ଟି କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଡବଲ ସେଞ୍ଚୁରି ହାସଲ କରିଛନ୍ତି। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆର ଟପ ଫର୍ମ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କୁ ଆଉଟ୍‌ କରି ଜସପ୍ରୀତ ବୁମରା ଏହି ବିଶେଷ ସଫଳତା ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟର ୧୪୮ ବର୍ଷର ଇତିହାସରେ କୌଣସି ବୋଲର ଯାହା କରିପାରି ନାହାଁନ୍ତି ତାହା ଭାରତୀୟ ବ୍ୟାଟ୍ସମ୍ୟାନ କରିଛନ୍ତି। ହାରାହାରି ୨୦ରୁ କମ ଟେଷ୍ଟରେ ୨୦୦କିମ୍ବା ଅଧିକ […] The post ବିସ୍ଫୋରକ ବୋଲିଂ ସହ ବିଶ୍ୱ ରେକର୍ଡ, ୧୪୮ ବର୍ଷର ଟେଷ୍ଟ ରେକର୍ଡ ବଦଳାଇ ଦେଲେ ବୁମରା appeared first on Dharitri Odia News.

ବିସ୍ଫୋରକ ବୋଲିଂ ସହ ବିଶ୍ୱ ରେକର୍ଡ, ୧୪୮ ବର୍ଷର ଟେଷ୍ଟ ରେକର୍ଡ ବଦଳାଇ ଦେଲେ ବୁମରା

ନୂଆଦିଲ୍ଲୀ,୨୯।୧୨: ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର ବୋଲର ଜସପ୍ରୀତ ବୁମରା ଇତିହାସ ସୃଷ୍ଟି କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଡବଲ ସେଞ୍ଚୁରି ହାସଲ କରିଛନ୍ତି। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆର ଟପ ଫର୍ମ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କୁ ଆଉଟ୍‌ କରି ଜସପ୍ରୀତ ବୁମରା ଏହି ବିଶେଷ ସଫଳତା ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟର ୧୪୮ ବର୍ଷର ଇତିହାସରେ କୌଣସି ବୋଲର ଯାହା କରିପାରି ନାହାଁନ୍ତି ତାହା ଭାରତୀୟ ବ୍ୟାଟ୍ସମ୍ୟାନ କରିଛନ୍ତି। ହାରାହାରି ୨୦ରୁ କମ ଟେଷ୍ଟରେ ୨୦୦କିମ୍ବା ଅଧିକ ୱିକେଟ ନେଇ ବୁମରା ବିଶ୍ୱର ପ୍ରଥମ ବୋଲର ହୋଇଛନ୍ତି।
ଜସପ୍ରୀତ ବୁମରା ପୁଣିଥରେ ଭାରତ ପାଇଁ ଏମିତି କରିଛନ୍ତି ଯାହା ପ୍ରତ୍ୟେକ ଭାରତୀୟ ପ୍ରଶଂସକ ତାଙ୍କଠାରୁ ଆଶା କରନ୍ତି । ବକ୍ସିଂ ଡେ ଟେଷ୍ଟର ଚତୁର୍ଥ ଦିନରେ ସୋମ କଷ୍ଟାନ୍ସ ଭାରେ ଭାରତର ପ୍ରଥମ ୱିକେଟ ପାଇଥିବା ଏହି ବୋଲର ଇନ-ଫର୍ମ ଟ୍ରାଭିସ ହେଡଙ୍କୁ ଆଉଟ୍‌ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କୁ ପ୍ରଥମ ଇନିଂସରେ ଖାତା ନ ଖୋଲି ପଠାଯାଇଥିଲା ଏବଂ ଦ୍ୱିତୀୟ ଇନିଂସରେ ମଧ୍ୟ ସେ ସମାନ ଚମତ୍କାର କରିଥିଲେ।

ଜସପ୍ରୀତ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଦ୍ୱିତୀୟ ୱିକେଟ ନେଇ ଏହି ଫର୍ମାଟରେ ନିଜର ଡବଲ ସେଞ୍ଚୁରି ହାସଲ କରିଛନ୍ତି। ଏମିତି ସଫଳତା ହାସଲ କରିବାରେ ଜସପ୍ରୀତ ବୁମରା ବିଶ୍ୱର ପ୍ରଥମ ବୋଲର ହୋଇପାରିଛନ୍ତି। ୱେଷ୍ଟଇଣ୍ଡିଜର ମଲକମ ମାର୍ଶଲ ୩୭୬ ୱିକେଟ ନେଇଛନ୍ତି ଏବଂ ତାଙ୍କର ହାରାହାରି ୨୦.୯୪ ରହିଛି।

 

The post ବିସ୍ଫୋରକ ବୋଲିଂ ସହ ବିଶ୍ୱ ରେକର୍ଡ, ୧୪୮ ବର୍ଷର ଟେଷ୍ଟ ରେକର୍ଡ ବଦଳାଇ ଦେଲେ ବୁମରା appeared first on Dharitri Odia News.