ବିସ୍ଫୋରଣରେ ସେନା ଉଡ଼ାଇ ଦେଲା ଆତଙ୍କବାଦୀଙ୍କ ଠିକଣା, ଜଣେ ବିଦେଶୀ ଆତଙ୍କୀ ନିହତ
ଶ୍ରୀନଗର ୨।୧୧: ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀ ଓ ସୁରକ୍ଷା ବଳଙ୍କ ମଧ୍ୟରେ ଶନିବାର ପୂର୍ବହ୍ନରୁ ଗୁଳି ବିନିମୟ ଜାରି ରହିଛି। ଏଥିରେ ସେନା ଆଇଇଡିରେ ସେହି ଘରକୁ ଟାର୍ଗେଟ୍ କରିଛି ଯେଉଁଘରେ ଆତଙ୍କବାଦୀ ଲୁଚିଥିଲେ। ବିସ୍ଫୋରଣ ପରେ ଘରୁ ଉଠୁଥିବା ଧୁଆଁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ଧ୍ୱଂସ୍ତ ହୋଇଥିବାର ପ୍ରମାଣିତ କରୁଛି। ତେବେ ଏଥିରେ ଜଣେ ବିଦେଶୀ ଆତଙ୍କବାଦୀ ପ୍ରାଣ ହରାଇଥିବାର ସୂଚନା ମିଳୁଛି। ହେଲେ ଏଠାରେ ଆଉ କେତେଜଣ ଆତଙ୍କବାଦୀ ଥିବାର ଆଶଙ୍କା କରାଯାଉଛି। #WATCH | Jammu and Kashmir: A plume of smoke billows into the sky in Srinagar. Gunshots can be heard in the background as an encounter is underway between security forces and terrorists in the Khanyar area of Srinagar.(Visuals deferred by unspecified time) pic.twitter.com/liSbElpyZi— ANI (@ANI) November 2, 2024ସେପଟେ ବାନ୍ଦିପୋରାରେ ଶୁକ୍ରବାର ସନ୍ଧ୍ୟାରୁ ଆତଙ୍କବାଦୀ ଓ ସୁରକ୍ଷା ବଳଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ସୁରକ୍ଷା ବଳ ଅଞ୍ଚଳକୁ ଚାରି ପଟରୁ ଘେରି ଯାଇଛନ୍ତି ଓ ଆତଙ୍କବାଦୀଙ୍କ ତଲାସ କରୁଛନ୍ତି। ତଲାସୀ ଅଭିଯାନ କାଳରେ ସେନା ଦୁଇଟି ବ୍ୟାଗ୍ ଜବତ କରିଛି। ଏହି ବ୍ୟାଗ୍ ଦୁଇଟିକୁ ସନ୍ଦିଗ୍ଧ ସାମଗ୍ରୀ ରୂପେ ଦେଖାଯାଉଛି। ଅନ୍ୟ ଏକ ଘଟଣାରେ ସେନା ଅନନ୍ତନାଗରେ
ଶ୍ରୀନଗର ୨।୧୧: ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀ ଓ ସୁରକ୍ଷା ବଳଙ୍କ ମଧ୍ୟରେ ଶନିବାର ପୂର୍ବହ୍ନରୁ ଗୁଳି ବିନିମୟ ଜାରି ରହିଛି। ଏଥିରେ ସେନା ଆଇଇଡିରେ ସେହି ଘରକୁ ଟାର୍ଗେଟ୍ କରିଛି ଯେଉଁଘରେ ଆତଙ୍କବାଦୀ ଲୁଚିଥିଲେ। ବିସ୍ଫୋରଣ ପରେ ଘରୁ ଉଠୁଥିବା ଧୁଆଁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ଧ୍ୱଂସ୍ତ ହୋଇଥିବାର ପ୍ରମାଣିତ କରୁଛି। ତେବେ ଏଥିରେ ଜଣେ ବିଦେଶୀ ଆତଙ୍କବାଦୀ ପ୍ରାଣ ହରାଇଥିବାର ସୂଚନା ମିଳୁଛି। ହେଲେ ଏଠାରେ ଆଉ କେତେଜଣ ଆତଙ୍କବାଦୀ ଥିବାର ଆଶଙ୍କା କରାଯାଉଛି।
#WATCH | Jammu and Kashmir: A plume of smoke billows into the sky in Srinagar. Gunshots can be heard in the background as an encounter is underway between security forces and terrorists in the Khanyar area of Srinagar.
(Visuals deferred by unspecified time) pic.twitter.com/liSbElpyZi— ANI (@ANI) November 2, 2024
ସେପଟେ ବାନ୍ଦିପୋରାରେ ଶୁକ୍ରବାର ସନ୍ଧ୍ୟାରୁ ଆତଙ୍କବାଦୀ ଓ ସୁରକ୍ଷା ବଳଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ସୁରକ୍ଷା ବଳ ଅଞ୍ଚଳକୁ ଚାରି ପଟରୁ ଘେରି ଯାଇଛନ୍ତି ଓ ଆତଙ୍କବାଦୀଙ୍କ ତଲାସ କରୁଛନ୍ତି। ତଲାସୀ ଅଭିଯାନ କାଳରେ ସେନା ଦୁଇଟି ବ୍ୟାଗ୍ ଜବତ କରିଛି। ଏହି ବ୍ୟାଗ୍ ଦୁଇଟିକୁ ସନ୍ଦିଗ୍ଧ ସାମଗ୍ରୀ ରୂପେ ଦେଖାଯାଉଛି। ଅନ୍ୟ ଏକ ଘଟଣାରେ ସେନା ଅନନ୍ତନାଗରେ ଅପରେସନ କାଳରେ ୨ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏଥିରେ ଜଣେ ସ୍ଥାନୀୟ ହୋଇଥିବା ବେଳେ ଅନ୍ୟ ଜଣକ ବିଦେଶୀ ବୋଲି କୁହାଯାଉଛି।
जम्मू-कश्मीर: श्रीनगर के खानयार इलाके में सुरक्षा बलों द्वारा घेराबंदी और तलाशी अभियान के दौरान भारी गोलीबारी हुई। अधिक जानकारी की प्रतीक्षा है
(वीडियो वर्तमान समयानुसार नहीं है।) pic.twitter.com/eaSL0sVmZX— ANI_HindiNews (@AHindinews) November 2, 2024
ଏଠାରେ ଆଉଜଣେ ଆତଙ୍କବାଦୀ ଏନକାଉଣ୍ଟର ସ୍ଥଳରେ ଫଶି ରହିଛି। ଶୀର୍ଷ ଅଧିକାରୀଙ୍କ ଅନୁସାରେ ଆତଙ୍କବାଦୀ ଲାଗି ଅପରେସନ ଜାରି ରହିଛି। ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପରବର୍ତ୍ତି ସୂଚନା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି। ସେପଟେ ଶ୍ରୀନଗର ରାଓଲପରାରେ ଚାଲିଥିବା ପାଟ୍ରୋଲିଂ କାଳରେ ଜଣେ ଜବାନଙ୍କ ବନ୍ଧୁକରୁ ଭୁଲରେ ଫାୟରିଂ ହୋଇଯାଇଛି। ଫଳରେ ଜବାନ ଗୁରୁତର ଆହତ ହୋଇଛନ୍ତି।