ବିହାରରେ ମହିଳାଙ୍କ ପାଇଁ ୩୫% ସରକାରୀ ଚାକିରି ସଂରକ୍ଷଣ ଘୋଷଣା କଲେ ନୀତୀଶ

ପାଟନା,୮।୭: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳା ଶକ୍ତି (ନାରୀ ଶକ୍ତି) ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଘୋଷଣା କରିଛନ୍ତି ଯେ, ବିହାରର ସ୍ଥାୟୀ ବାସିନ୍ଦା ଥିବା ମହିଳାମାନଙ୍କ ପାଇଁ ରାଜ୍ୟ ସରକାରୀ ଚାକିରିର ସମସ୍ତ ଶ୍ରେଣୀ, ସ୍ତର ଓ ପ୍ରକାରର ପଦବୀରେ ୩୫ ପ୍ରତିଶତ ସଂରକ୍ଷଣ କରାଯିବ। ନୀତୀଶ କୁମାର କହିଛନ୍ତି, “ବିହାରର ମୂଳ ବାସିନ୍ଦା ଥିବା ମହିଳା ପ୍ରାର୍ଥୀମାନଙ୍କ ପାଇଁ […] The post ବିହାରରେ ମହିଳାଙ୍କ ପାଇଁ ୩୫% ସରକାରୀ ଚାକିରି ସଂରକ୍ଷଣ ଘୋଷଣା କଲେ ନୀତୀଶ appeared first on Dharitri Odia News.

ବିହାରରେ ମହିଳାଙ୍କ ପାଇଁ ୩୫% ସରକାରୀ ଚାକିରି ସଂରକ୍ଷଣ ଘୋଷଣା କଲେ ନୀତୀଶ

ପାଟନା,୮।୭: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳା ଶକ୍ତି (ନାରୀ ଶକ୍ତି) ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଘୋଷଣା କରିଛନ୍ତି ଯେ, ବିହାରର ସ୍ଥାୟୀ ବାସିନ୍ଦା ଥିବା ମହିଳାମାନଙ୍କ ପାଇଁ ରାଜ୍ୟ ସରକାରୀ ଚାକିରିର ସମସ୍ତ ଶ୍ରେଣୀ, ସ୍ତର ଓ ପ୍ରକାରର ପଦବୀରେ ୩୫ ପ୍ରତିଶତ ସଂରକ୍ଷଣ କରାଯିବ।

ନୀତୀଶ କୁମାର କହିଛନ୍ତି, “ବିହାରର ମୂଳ ବାସିନ୍ଦା ଥିବା ମହିଳା ପ୍ରାର୍ଥୀମାନଙ୍କ ପାଇଁ ରାଜ୍ୟ ସରକାରୀ ସେବାର ସମସ୍ତ ପ୍ରକାର ଓ ସ୍ତରର ପଦବୀରେ ସିଧାସଳଖ ନିଯୁକ୍ତିରେ ୩୫% ସଂରକ୍ଷଣ କରାଯିବ।” ଏହି ନିଷ୍ପତ୍ତି ରାଜ୍ୟର ସମସ୍ତ ବିଭାଗରେ ମହିଳାମାନଙ୍କର ପ୍ରତିନିଧିତ୍ୱ ବୃଦ୍ଧି କରିବା ଲକ୍ଷ୍ୟରେ ନିଆଯାଇଛି। ଏକ୍ସରେ ପୋଷ୍ଟ କରି ନୀତୀଶ କହିଛନ୍ତି ଯେ, ଏହି ପଦକ୍ଷେପ ମହିଳାମାନଙ୍କୁ କର୍ମକ୍ଷେତ୍ରରେ ଅଧିକ ଅଂଶଗ୍ରହଣ ଓ ଶାସନ ତଥା ପ୍ରଶାସନରେ ବଡ଼ ଭୂମିକା ନେବାରେ ସହାୟକ ହେବ।

ଏହି ନିଷ୍ପତ୍ତି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ମନ୍ତ୍ରୀମଣ୍ଡଳ ବୈଠକରେ ଗୃହୀତ ହୋଇଛି।

ଏହା ସହିତ ଯୁବବର୍ଗଙ୍କୁ ସଶକ୍ତ କରିବା ଲାଗି ନୀତୀଶ କୁମାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବିହାରର ଯୁବକମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ, ତାଲିମ ଓ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ବିହାର ଯୁବ କମିଶନ ଗଠନ କରିବ। ଏହି ନୂତନ ବିଧିବଦ୍ଧ ସଂସ୍ଥାକୁ ମନ୍ତ୍ରୀମଣ୍ଡଳ ମଙ୍ଗଳବାର ଅନୁମୋଦନ କରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିହାରର ଯୁବକମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦେବା, ସେମାନଙ୍କୁ ତାଲିମ ପ୍ରଦାନ କରି ସଶକ୍ତ ଓ ସମର୍ଥ କରିବା ପାଇଁ ବିହାର ଯୁବ କମିଶନ ଗଠନ କରାଯାଉଛି। ଏହାକୁ ଆଜି ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଛି।”

ଏହି ଦୁଇଟି ନିଷ୍ପତ୍ତି ବିହାରରେ ମହିଳା ଓ ଯୁବବର୍ଗଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

The post ବିହାରରେ ମହିଳାଙ୍କ ପାଇଁ ୩୫% ସରକାରୀ ଚାକିରି ସଂରକ୍ଷଣ ଘୋଷଣା କଲେ ନୀତୀଶ appeared first on Dharitri Odia News.