ବିହାରରେ ୨୧ ଦଳିତଙ୍କ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ପାଟନା: ବିହାରର ନୱାଦାରେ ଏକ ଦଳିତ ବସ୍ତିରେ ୨୦ରୁ ଅଧିକ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଜମି ବିବାଦ ପାଇଁ କିଛି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୧୫ ଜଣ ଗିରଫ ହୋଇଛନ୍ତି ବୋଲି ପୁଲିସ କହିଛି। ଅନ୍ୟପକ୍ଷେ ଆର୍‌ଜେଡି ଏବଂ କଂଗ୍ରେସ ଉକ୍ତ ଘଟଣା ବିହାରରେ ‘ଜଙ୍ଗଲରାଜ’ର ଅନ୍ୟ ଏକ ପ୍ରମାଣ ବୋଲି କହି ଏନ୍‌ଡିଏକୁ କଟାକ୍ଷ କରିଛନ୍ତି। ରାତି ସମୟରେ ୮୦ ଘରେ ନିଆଁ ଲଗାଇ […]

ବିହାରରେ ୨୧ ଦଳିତଙ୍କ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ପାଟନା: ବିହାରର ନୱାଦାରେ ଏକ ଦଳିତ ବସ୍ତିରେ ୨୦ରୁ ଅଧିକ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଜମି ବିବାଦ ପାଇଁ କିଛି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୧୫ ଜଣ ଗିରଫ ହୋଇଛନ୍ତି ବୋଲି ପୁଲିସ କହିଛି। ଅନ୍ୟପକ୍ଷେ ଆର୍‌ଜେଡି ଏବଂ କଂଗ୍ରେସ ଉକ୍ତ ଘଟଣା ବିହାରରେ ‘ଜଙ୍ଗଲରାଜ’ର ଅନ୍ୟ ଏକ ପ୍ରମାଣ ବୋଲି କହି ଏନ୍‌ଡିଏକୁ କଟାକ୍ଷ କରିଛନ୍ତି। ରାତି ସମୟରେ ୮୦ ଘରେ ନିଆଁ ଲଗାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ କହିଛି ଯେ ପ୍ରକୃତରେ ଏହି ସଂଖ୍ୟା ୨୧ ଏବଂ ଉକ୍ତ ଅଞ୍ଚଳରେ ଏବେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ କିଛି ଦୁର୍ବୃତ୍ତ ସେମାନଙ୍କ ବସ୍ତିକୁ ପଶି ଆସି ଦଳିତ ପରିବାରର ସଦସ୍ୟଙ୍କୁ ମାଡ଼ପିଟ କରିଥିଲେ। ସେମାନେ ଫାଙ୍କା ଗୁଳିଚାଳନା‌ ମଧ୍ୟ କରିଥ‌ିଲେ। କିନ୍ତୁ ଏସ୍‌ପି ଅଭିନବ ଧୀମନ ଫାଙ୍କା ଗୁଳିଚାଳନା ଖବରକୁ ଖଣ୍ଡନ କରିଛନ୍ତି। ଉକ୍ତ ଘଟଣାରେ କେହି ଆହତ ହୋଇନଥିବା ସେ କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୱାଦା ଘଟଣା ସଂକ୍ରାନ୍ତରେ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି ଏବଂ ଏଡିଜିପି ବ୍ୟକ୍ତିଗତ ଭାବେ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଘଟଣାରେ ଅଧିକ ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମଧ୍ୟ ଗଠନ ହୋଇଛି। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର କହିଛନ୍ତି।