ବ୍ଲାକ୍ ଗୋଲଡ଼
ଗଭୀର ସମୁଦ୍ର ମଧ୍ୟରେ ଅନେକ ରହସ୍ୟ ଲୁଚିରହିଥାଏ । ଏହାରି ମଧ୍ୟରେ ଭିନ୍ନ ତଥା ଅଜବ ଜୀବଜନ୍ତୁ ରହିଥିବାବେଳେ ଅନେକ ଦୁର୍ଘଟଣାଗ୍ରସ୍ତ ଜାହାଜ ମଧ୍ୟ ବୁଡ଼ି ରହିଥାଏ । ତେଣୁ ଗବେଷକମାନେ ବିଭିନ୍ନ ସମୟରେ ଏହାକୁ ଖୋଜିବା ଲାଗି ପ୍ରୟାସ କରିଥାଆନ୍ତି । ଅନେକ ସମୟରେ ସେଠାରୁ ପୁରୁଣା ଅଳଙ୍କାର ଠାରୁ ଆରମ୍ଭ କରି ବିଭିନ୍ନ ଆସବାବପତ୍ର ସନ୍ଧାନ କରାଯାଏ, ଯାହାକୁ ପରେ ନିଲାମ କରାଯାଇଥାଏ । ଠିକ୍ ସେହିପରି ବର୍ତ୍ତମାନ ଇଟାଲୀର ସମୁଦ୍ର ମଧ୍ୟରୁ ୪୦୦୦ […]

ଗଭୀର ସମୁଦ୍ର ମଧ୍ୟରେ ଅନେକ ରହସ୍ୟ ଲୁଚିରହିଥାଏ । ଏହାରି ମଧ୍ୟରେ ଭିନ୍ନ ତଥା ଅଜବ ଜୀବଜନ୍ତୁ ରହିଥିବାବେଳେ ଅନେକ ଦୁର୍ଘଟଣାଗ୍ରସ୍ତ ଜାହାଜ ମଧ୍ୟ ବୁଡ଼ି ରହିଥାଏ । ତେଣୁ ଗବେଷକମାନେ ବିଭିନ୍ନ ସମୟରେ ଏହାକୁ ଖୋଜିବା ଲାଗି ପ୍ରୟାସ କରିଥାଆନ୍ତି । ଅନେକ ସମୟରେ ସେଠାରୁ ପୁରୁଣା ଅଳଙ୍କାର ଠାରୁ ଆରମ୍ଭ କରି ବିଭିନ୍ନ ଆସବାବପତ୍ର ସନ୍ଧାନ କରାଯାଏ, ଯାହାକୁ ପରେ ନିଲାମ କରାଯାଇଥାଏ । ଠିକ୍ ସେହିପରି ବର୍ତ୍ତମାନ ଇଟାଲୀର ସମୁଦ୍ର ମଧ୍ୟରୁ ୪୦୦୦ ବର୍ଷ ପୂର୍ବର ଦୁର୍ଘଟଣାଗ୍ରସ୍ତ ଜାହାଜର ଭଗ୍ନାବଶେଷ ସନ୍ଧାନ କରାଯାଇଛି । ଏହି ଜାହାଜରୁ ଏକ ମୂଲ୍ୟବାନ ପଥରର ଅବଶେଷ ମିଳିଛି, ଯାହାକୁ ବ୍ଲାକ୍ଗୋଲï ବା କଳା ସୁନା ବୋଲି କୁହାଯାଉଛି । ଏହାକୁ ଅବସିଡିଆନ୍ ବୋଲି ମଧ୍ୟ କୁହାଯାଉଛି । ରିପୋର୍ଟ ମୁତାବକ, ବୈଜ୍ଞାନିକମାନଙ୍କୁ ସମୁଦ୍ରପତନରୁ ପ୍ରାୟ ୧୩୦ ଫୁଟ ଗଭୀରରେ ଜାହାଜର ଭଗ୍ନାବଶେଷରୁ ଏହି ମୂଲ୍ୟବାନ ପଥର ମିଳିଛି । ଏହାକୁ ନେପ୍ଲେସ୍ ପୋଲିସର ଅଣ୍ଡୱାଟର ୟୁନିଟ୍ ଠାବ କରିଛି । ଏହି ବ୍ଲାକ୍ଗୋଲଡ଼ ବାଇଗଣି ଓ କଳା ଭୋଲକାନିକ୍ ଗ୍ଲାସ୍ ଭଳି ଦୃଶ୍ୟମାନ ହେଉଛି । ଗତ ନଭେମ୍ବର ୨୦ ତାରିଖରେ ଏହି ଜାହାଜର ଭଗ୍ନାବଶେଷକୁ ଖୋଜିବା ଲାଗି ଏକ ମିଶନ୍ ଲଞ୍ଚ୍ କରାଯାଇଥିଲା । ଏହି ବ୍ଲାକ୍ଗୋଲଡ଼ର ଓଜନ ୮ କିଲୋ ହେବ ବୋଲି ଉଲ୍ଲେଖ କରାଯାଇଛି । ଅବସିଡିଆନ୍ ହେଉଛି ଏକ ଅଦ୍ଭୂତ ପଥର, ଯାହାକୁ କଟିଂ ଟୁଲ୍ସ ନିର୍ମାଣ କରିବା ଲାଗି ବ୍ୟବହାର କରାଯାଏ । ଏହାକୁ ସାଧାରଣତଃ ଟୋନ୍ ଏଜ୍ର କଳାସୁନା ବୋଲି କୁହାଯାଏ । ବୃହତ୍ ପରିମାଣର ଲାଭା ଏକତ୍ରିତ ହେବା ପରେ ଏହି ମୂଲ୍ୟବାନ ଅବସିଡିଆନ୍ ପ୍ରସ୍ତୁତ ହୋଇଥାଏ । ତେବେ ୧୭୦୮ରେ ବ୍ରିଟିଶ ନୌସେନା ସହିତ ଯୁଦ୍ଧ ସମୟରେ ଏକ ସ୍ପେନିଶ ଜାହାଜ କ୍ୟାରିବିଆନ ସାଗରରେ ବୁଡ଼ିଯାଇଥିଲା । ଏହି ଜାହାଜର ନାଁ ସାନ୍ ଜୋସ୍ ଗାଲେଓନ୍ ଥିଲା । ଏଥିରେ ୧୬ ବିଲିଅନ ଡଲାରର ମୂଲ୍ୟବାନ ପଦାର୍ଥ ଥିଲା । ଯେଉଁ ସ୍ଥାନରେ ଜାହାଜଟି ବୁଡ଼ିଥିଲା, ସେହି ସ୍ଥାନକୁ ଜାହାଜର ପବିତ୍ର କବର ବୋଲି କୁହାଗଲା । ବର୍ତ୍ତମାନ ଏହି ଜାହାଜକୁ ଉଦ୍ଧାର କରିବା ଲାଗି ପ୍ରୟାସ କରାଯାଉଥିବାବେଳେ ଅବସିଡିଆନ୍ ନାମକ ଏହି ମୂଲ୍ୟବାନ ପଥର ମିଳିଛି ।