ନୂଆ ଯୋଡି
ବିଜୟ ବର୍ମା ଓ ଫାତିମା ସନ୍ନା ଶୈଖଙ୍କୁ ଏକାଠି ସ୍କ୍ରିନ୍ରେ ଦେଖିବାକୁ ମିଳିବ । ଏନେଇ ସୂଚନା ଦେଇଛନ୍ତି ନିଜେ ମନୀଷ ମଲହୋତ୍ରା । ମନିଷଙ୍କ ପ୍ରଡକ୍ସନ ହାଉସ ଷ୍ଟେଜ୍ ୫ ଅଣ୍ଡରରେ ଏହା ହେଉଛି ତୃତୀୟ ରିଲିଜ୍ । ଫିଲ୍ମର ନାଁ ରହିଛି ‘ଉଲ୍ ଜଲୋଲ ଇସ୍କ’, ଯେଉଁଥିରେ ବିଜୟ ଓ ଫାତିମାଙ୍କ ସହିତ ନାସରୁଦ୍ଦିନ୍ ଶାହ ମଧ୍ୟ ନଜର ଆସିବେ । ଫିଲ୍ମଟି ଜାନୁଆରୀ ୯ରେ ଫ୍ଲୋରକୁ ଆସିବ ବୋଲି ନିଜେ ମନୀଷ ସୂଚନା […]
ବିଜୟ ବର୍ମା ଓ ଫାତିମା ସନ୍ନା ଶୈଖଙ୍କୁ ଏକାଠି ସ୍କ୍ରିନ୍ରେ ଦେଖିବାକୁ ମିଳିବ । ଏନେଇ ସୂଚନା ଦେଇଛନ୍ତି ନିଜେ ମନୀଷ ମଲହୋତ୍ରା । ମନିଷଙ୍କ ପ୍ରଡକ୍ସନ ହାଉସ ଷ୍ଟେଜ୍ ୫ ଅଣ୍ଡରରେ ଏହା ହେଉଛି ତୃତୀୟ ରିଲିଜ୍ । ଫିଲ୍ମର ନାଁ ରହିଛି ‘ଉଲ୍ ଜଲୋଲ ଇସ୍କ’, ଯେଉଁଥିରେ ବିଜୟ ଓ ଫାତିମାଙ୍କ ସହିତ ନାସରୁଦ୍ଦିନ୍ ଶାହ ମଧ୍ୟ ନଜର ଆସିବେ । ଫିଲ୍ମଟି ଜାନୁଆରୀ ୯ରେ ଫ୍ଲୋରକୁ ଆସିବ ବୋଲି ନିଜେ ମନୀଷ ସୂଚନା ଦେଇଛନ୍ତି । ମନୀଷଙ୍କ ଏହି ପୋଷ୍ଟ ପରେ ଫ୍ୟାନମାନେ ରିଆକଫ କରିବା ଆରମ୍ଭ କରିଛନ୍ତି । ସମସ୍ତେ ତାଙ୍କର ବେଶ୍ ପ୍ରଶଂସା କରିବାରେ ଲାଗିଛନ୍ତି । ମନୀଷଙ୍କର ଫ୍ୟାଶନ ଛଡା ଅଭିନୟ ପାଇଁ ଥିବା ଆନ୍ତରିକତାକୁ ସମସ୍ତେ ଭଲ ପାଇବା ଦେବାରେ ଲାଗିଛନ୍ତି । ଏହାସହ ଫିଲ୍ମର ଷ୍ଟାରକାଷ୍ଟରଙ୍କର ମଧ୍ୟ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ମନୀଷ ମଲହୋତ୍ରାଙ୍କ ପ୍ରଡକ୍ସନର ଆଉ ଏକ ଫିଲ୍ମରେ ଜିନତ୍ ଅମାନଙ୍କୁ କମବ୍ୟାକ କରୁଥିବାର ଦେଖିବାକୁ ମିଳିବ, ଯାହାର ନାଁ ରହିଛି ‘ଟ୍ରେନ୍ ଫ୍ରମ୍ ଚାପରୁଲ୍ଲା’ । କେବଳ ଏତିକି ନୁହେଁ ସେ ଆଉ ଏକ ବାୟୋପିକ୍ ସିନେମା ମଧ୍ୟ କରିବାକୁ ଯାଉଛନ୍ତି, ଯାହା ମୀନା କୁମାରୀଙ୍କ ଜୀବନ ଉପରେ ଚିତ୍ରଣ କରାଯିବ । ଏଥିରେ କ୍ରିତି ସନନ୍ଙ୍କୁ କାଷ୍ଟ କରାଯିବା ନେଇ ଚର୍ଚ୍ଚା ହେଉଛି I