ବିୟର ବୋତଲରେ ଆକ୍ରମଣ ଘଟଣା: ତଦନ୍ତ ଆରମ୍ଭ
ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ଗୌଡ଼ ପ୍ରଧାନ ବିଶ୍ରାମ ନେଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କ ଗ୍ରାମର ଏସ.ସୂର୍ଯ୍ୟ ରେଡ୍ଡୀ ଶନିବାର ଅପରାହ୍ନ ପ୍ରାୟ ୩ ଟାରେ ଏକ ବିୟର ବୋତଲରେ ତାଙ୍କ ମୁଣ୍ଡକୁ ମାରିଥିଲେ। ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ସୂର୍ଯ୍ୟଙ୍କୁ ଧରିବା ପାଇଁ ଚେଷ୍ଟା କରିବାବେଳେ ସେ ଦୌଡ଼ି ପଳାଇଥିଲେ। ଗୌଡ଼ ପ୍ରଧାନଙ୍କୁ ରକ୍ତାକ୍ତ […] The post ବିୟର ବୋତଲରେ ଆକ୍ରମଣ ଘଟଣା: ତଦନ୍ତ ଆରମ୍ଭ appeared first on Dharitri Odia News.
ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ଗୌଡ଼ ପ୍ରଧାନ ବିଶ୍ରାମ ନେଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କ ଗ୍ରାମର ଏସ.ସୂର୍ଯ୍ୟ ରେଡ୍ଡୀ ଶନିବାର ଅପରାହ୍ନ ପ୍ରାୟ ୩ ଟାରେ ଏକ ବିୟର ବୋତଲରେ ତାଙ୍କ ମୁଣ୍ଡକୁ ମାରିଥିଲେ। ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ସୂର୍ଯ୍ୟଙ୍କୁ ଧରିବା ପାଇଁ ଚେଷ୍ଟା କରିବାବେଳେ ସେ ଦୌଡ଼ି ପଳାଇଥିଲେ। ଗୌଡ଼ ପ୍ରଧାନଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ହେବାପରେ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ.୧୭୯/୨୫ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।
The post ବିୟର ବୋତଲରେ ଆକ୍ରମଣ ଘଟଣା: ତଦନ୍ତ ଆରମ୍ଭ appeared first on Dharitri Odia News.