ବୁ’ ହେଲେନି ପାଣ୍ଡ୍ୟା

ମୁମ୍ବାଇ,୮ା୪(ପି.ଟି.):ମୁମ୍ବାଇ ଇଣ୍ଡିଆନ୍ସ ଏହାର ପ୍ରଥମ ବିଜୟ ହାସଲ କରଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବୁ’ (ଦର୍ଶକଙ୍କ ଆକ୍ରୋଶର ଶିକାର ହେବା) ହୋଇ ନାହାନ୍ତି। ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ ପାଇଁ ବିଭିନ୍ନ ଏନ୍‌ଜିଓର ୧୮ ହଜାର ଛାତ୍ରୀ ଛାତ୍ରଙ୍କୁ ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିଥିଲା। ରିଲାଏନ୍ସ ଫାଉଣ୍ଡେସନ୍‌ର ଏଜୁକେଶନ ଆଣ୍ଡ ସ୍ପୋଟର୍‌ସ ଫର ଅଲ୍‌ ଦିବସ ପାଳନ କରାଯାଉଥିବାରୁ ଛାତ୍ରୀ ଛାତ୍ର ମାନଙ୍କୁ ମ୍ୟାଚ୍‌ ପାଇଁ ଆମନ୍ତ୍ରଣ କରାଯାଇଥିଲା। ଫଳରେ ପ୍ରଥମ ଥର ହାର୍ଦ୍ଦିକ […] The post ବୁ’ ହେଲେନି ପାଣ୍ଡ୍ୟା appeared first on Dharitri Odia News.

ବୁ’ ହେଲେନି ପାଣ୍ଡ୍ୟା

ମୁମ୍ବାଇ,୮ା୪(ପି.ଟି.):ମୁମ୍ବାଇ ଇଣ୍ଡିଆନ୍ସ ଏହାର ପ୍ରଥମ ବିଜୟ ହାସଲ କରଥିବା ବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବୁ’ (ଦର୍ଶକଙ୍କ ଆକ୍ରୋଶର ଶିକାର ହେବା) ହୋଇ ନାହାନ୍ତି। ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ ପାଇଁ ବିଭିନ୍ନ ଏନ୍‌ଜିଓର ୧୮ ହଜାର ଛାତ୍ରୀ ଛାତ୍ରଙ୍କୁ ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିଥିଲା। ରିଲାଏନ୍ସ ଫାଉଣ୍ଡେସନ୍‌ର ଏଜୁକେଶନ ଆଣ୍ଡ ସ୍ପୋଟର୍‌ସ ଫର ଅଲ୍‌ ଦିବସ ପାଳନ କରାଯାଉଥିବାରୁ ଛାତ୍ରୀ ଛାତ୍ର ମାନଙ୍କୁ ମ୍ୟାଚ୍‌ ପାଇଁ ଆମନ୍ତ୍ରଣ କରାଯାଇଥିଲା। ଫଳରେ ପ୍ରଥମ ଥର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦର୍ଶକଙ୍କ ଆକ୍ରୋଶର ଶିକାର ହେବାକୁ ପଡି ନଥିଲା। ପୂର୍ବରୁ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ, ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ଓ ଓ୍ବାଙ୍ଖେଡେରେ ପାଣ୍ଡ୍ୟାଙ୍କୁ ଦର୍ଶକ ବୁ କରିଥିଲେ। ଗୁଜରାଟ ଟାଇଟନ୍ସର ଅଧିନାୟକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେବା ସହ ତାଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା।ଏହାକୁ ବିରୋଧ କରି ଫ୍ୟାନଙ୍କ ପକ୍ଷରୁ ନିୟମିତ ବୁ’ କରାଯାଉଥିଲା।

The post ବୁ’ ହେଲେନି ପାଣ୍ଡ୍ୟା appeared first on Dharitri Odia News.