ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ସଂଧ୍ୟା ୬ଟାରୁ ରାତି ୧୦ ଯାଏଁ ଦର୍ଶନ ମନା
ପୁରୀ ୧୦।୦୪ : ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି । ବୁଧବାର ସଂଧ୍ୟାରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ବୁଧବାର ଦିନ ୨ୟ ଭୋଗମଣ୍ଡପ ନୀତି ପରେ ବନକଲାଗି ନୀତି ହେବ । ଦତ୍ତମହାପାତ୍ର ସେବାୟତମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର ( ବନକଲାଗି) ନୀତି କରିବେ । ଗର୍ଭଗୃହକୁ ଯାଇ ସେମାନ ସାମୂହିକ ଭାବରେ ସେବା ପ୍ରଦାନ କରିବେ । ଦତ୍ତମହାପାତ୍ର ସେବକ ବାହାରକୁ ଆସିବା ପରେ ଯଥାବିଧି ନୀତି ହୋଇ ମହାସ୍ନାନ ପୂଜା ଶେଷ ହୋଇ ପୁନଃ ଠାକୁର ଦର୍ଶନ ଆରମ୍ଭ ହେବ । ତଥାପି ଦିନର ଠାକୁରଙ୍କ ନୀତି ଉପରେ ଅସଲରେ ପ୍ରକୃତ ଦର୍ଶନ କଟକଣା ସମୟ ଧାର୍ଯ୍ୟ ନିର୍ଭର କରିଥାଏ ।
ପୁରୀ ୧୦।୦୪ : ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି । ବୁଧବାର ସଂଧ୍ୟାରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ବୁଧବାର ଦିନ ୨ୟ ଭୋଗମଣ୍ଡପ ନୀତି ପରେ ବନକଲାଗି ନୀତି ହେବ । ଦତ୍ତମହାପାତ୍ର ସେବାୟତମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର ( ବନକଲାଗି) ନୀତି କରିବେ । ଗର୍ଭଗୃହକୁ ଯାଇ ସେମାନ ସାମୂହିକ ଭାବରେ ସେବା ପ୍ରଦାନ କରିବେ । ଦତ୍ତମହାପାତ୍ର ସେବକ ବାହାରକୁ ଆସିବା ପରେ ଯଥାବିଧି ନୀତି ହୋଇ ମହାସ୍ନାନ ପୂଜା ଶେଷ ହୋଇ ପୁନଃ ଠାକୁର ଦର୍ଶନ ଆରମ୍ଭ ହେବ । ତଥାପି ଦିନର ଠାକୁରଙ୍କ ନୀତି ଉପରେ ଅସଲରେ ପ୍ରକୃତ ଦର୍ଶନ କଟକଣା ସମୟ ଧାର୍ଯ୍ୟ ନିର୍ଭର କରିଥାଏ ।