ବୁଧବାର ମହାରାଷ୍ଟ୍ରରେ ୨୮୮ ଆସନରେ ମତଦାନ; ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍
ମୁମ୍ବାଇ: ନଭେମ୍ବର ୨୦ ଅର୍ଥାତ୍ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ । ଏନେଇ ସୋମବାର ସଂଧ୍ୟାରୁ ପ୍ରଚାର ଶେଷ ହୋଇଛି । ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବାବେଳେ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ ବଳକା ୩୮ ଆସନରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୪୩ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଆସନ୍ତା ୨୩ ତାରିଖରେ ଏହି ଦୁଇ ରାଜ୍ୟ ସମେତ କିଛି ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳ ପ୍ରକାଶ ପାଇବ । ମହାରାଷ୍ଟ୍ରରେ ମୋଟ୍ ୨୮୮ ବିଧାନସଭା ଆସନରେ ମତଦାନ ହେବ । ଏଥିମଧ୍ୟରୁ ୨୩୪ ଅସନ ଅଣସଂରକ୍ଷିତ ସିଟ୍ ରହିଥିବା ବେଳେ ୨୯ ଆସନ ଜନଜାତି ଏବଂ ୨୫ଟି ବିଧାନସଭା ସିଟ୍ ଅନୁସୂଚୀତ ଜନଜାତି ପାଇଁ ସଂରକ୍ଷିତ ରହିଛି । ସେହିପରି ଚଳିତ ନିର୍ବାଚନରେ ୭,୦୭୮ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୨,୯୩୮ଜଣ ଶେଷ ସମୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ମୋଟ୍ ୪, ୧୩୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯.୭ କୋଟି ଭୋଟର । ଏନେଇ ୧,୦୦,୧୮୬ଟି ମତଦାନ କେନ୍ଦ୍ର ତିଆରି ହୋଇଛି । ମୁଖ୍ୟ ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ମୋଟ୍ ୯,୭୦,୨୫,୧୧୯ ପଞ୍ଜୀକୃତ ଭୋଟରଙ୍କ ମଧ୍ୟରେ ୫,୦୦,୨୨,୭୩ଜଣ ପୁରୁଷ ଏବଂ ,୬୯,୯୬,୨୭୯ଜଣ ମହିଳା ଏବଂ ୬,୧୦୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ୨୨, ୨
ମୁମ୍ବାଇ: ନଭେମ୍ବର ୨୦ ଅର୍ଥାତ୍ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ । ଏନେଇ ସୋମବାର ସଂଧ୍ୟାରୁ ପ୍ରଚାର ଶେଷ ହୋଇଛି । ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବାବେଳେ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ ବଳକା ୩୮ ଆସନରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୪୩ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଆସନ୍ତା ୨୩ ତାରିଖରେ ଏହି ଦୁଇ ରାଜ୍ୟ ସମେତ କିଛି ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳ ପ୍ରକାଶ ପାଇବ ।
ମହାରାଷ୍ଟ୍ରରେ ମୋଟ୍ ୨୮୮ ବିଧାନସଭା ଆସନରେ ମତଦାନ ହେବ । ଏଥିମଧ୍ୟରୁ ୨୩୪ ଅସନ ଅଣସଂରକ୍ଷିତ ସିଟ୍ ରହିଥିବା ବେଳେ ୨୯ ଆସନ ଜନଜାତି ଏବଂ ୨୫ଟି ବିଧାନସଭା ସିଟ୍ ଅନୁସୂଚୀତ ଜନଜାତି ପାଇଁ ସଂରକ୍ଷିତ ରହିଛି । ସେହିପରି ଚଳିତ ନିର୍ବାଚନରେ ୭,୦୭୮ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୨,୯୩୮ଜଣ ଶେଷ ସମୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ମୋଟ୍ ୪, ୧୩୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯.୭ କୋଟି ଭୋଟର । ଏନେଇ ୧,୦୦,୧୮୬ଟି ମତଦାନ କେନ୍ଦ୍ର ତିଆରି ହୋଇଛି ।
ମୁଖ୍ୟ ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ମୋଟ୍ ୯,୭୦,୨୫,୧୧୯ ପଞ୍ଜୀକୃତ ଭୋଟରଙ୍କ ମଧ୍ୟରେ ୫,୦୦,୨୨,୭୩ଜଣ ପୁରୁଷ ଏବଂ ,୬୯,୯୬,୨୭୯ଜଣ ମହିଳା ଏବଂ ୬,୧୦୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ୨୨, ୨୨,୭୦୪ଜଣ ୧୮ରୁ ୧୯ ବର୍ଷିୟ ଭୋଟର ରହିଛନ୍ତି । ସେହିପରି ଶହେ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୪୭, ୩୯୧ ରହିଛି ।
ସେପଟେ ଝଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟରେ ବଳକା ୩୮ଟି ବିଧାସଭାନ ଆସନରେ ମତଦାନ ହେବ । ୫୨୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧.୨୩ କୋଟି ପଞ୍ଜୀକୃତ ଭୋଟର । ବୁଧବାର ମତଦାନ ପାଇଁ ୧୪, ୨୧୮ଟି ମତଦାନ କେନ୍ଦ୍ର ହୋଇଛି । ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୪୩ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି ।