ବୃଦ୍ଧଙ୍କ ପେଟରୁ ବାହାରିଲା ବଲ: ଷ୍ଟୋନ୍‌ କି ଟ୍ୟୁମର ନୁହେଁ, ଏହି ବିରଳ ଜିନିଷ ବିଷୟରେ ଜାଣନ୍ତୁ

ଡେରାଡୁନ,୧୬।୭: ଉତ୍ତରାଖଣ୍ଡର ଡେରାଡୁନ ମେଡିକାଲ କଲେଜ ହସ୍ପିଟାଲରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଅପରେଶନ ସମୟରେ ୭୮ ବର୍ଷୀୟ ରାମରାଜଙ୍କ ପେଟରୁ ଏକ ଅଣ୍ଡା ଭଳି ବଲ ବାହାର କରାଯାଇଥିଲା, ଯାହାର ଆକାର ପ୍ରାୟ ଆଠ ସେଣ୍ଟିମିଟର ଏବଂ ଓଜନ ପ୍ରାୟ ୨୦୦ ଗ୍ରାମ ଥିଲା। ଡାକ୍ତରମାନେ ଟେଲିସ୍କୋପ ପଦ୍ଧତି ବ୍ୟବହାର କରି ସଫଳତାର ସହ ଅସ୍ତ୍ରୋପଚାର କରିଥିଲେ। ରାମରାଜ ଦୀର୍ଘ ସମୟ ଧରି ପେଟ ଯନ୍ତ୍ରଣା ଅନୁଭବ କରୁଥିଲେ। ଅଲ୍ଟ୍ରାସାଉଣ୍ଡ ଏବଂ […] The post ବୃଦ୍ଧଙ୍କ ପେଟରୁ ବାହାରିଲା ବଲ: ଷ୍ଟୋନ୍‌ କି ଟ୍ୟୁମର ନୁହେଁ, ଏହି ବିରଳ ଜିନିଷ ବିଷୟରେ ଜାଣନ୍ତୁ appeared first on Dharitri Odia News.

ବୃଦ୍ଧଙ୍କ ପେଟରୁ ବାହାରିଲା ବଲ: ଷ୍ଟୋନ୍‌ କି ଟ୍ୟୁମର ନୁହେଁ, ଏହି ବିରଳ ଜିନିଷ ବିଷୟରେ ଜାଣନ୍ତୁ

ଡେରାଡୁନ,୧୬।୭: ଉତ୍ତରାଖଣ୍ଡର ଡେରାଡୁନ ମେଡିକାଲ କଲେଜ ହସ୍ପିଟାଲରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଅପରେଶନ ସମୟରେ ୭୮ ବର୍ଷୀୟ ରାମରାଜଙ୍କ ପେଟରୁ ଏକ ଅଣ୍ଡା ଭଳି ବଲ ବାହାର କରାଯାଇଥିଲା, ଯାହାର ଆକାର ପ୍ରାୟ ଆଠ ସେଣ୍ଟିମିଟର ଏବଂ ଓଜନ ପ୍ରାୟ ୨୦୦ ଗ୍ରାମ ଥିଲା। ଡାକ୍ତରମାନେ ଟେଲିସ୍କୋପ ପଦ୍ଧତି ବ୍ୟବହାର କରି ସଫଳତାର ସହ ଅସ୍ତ୍ରୋପଚାର କରିଥିଲେ।

ରାମରାଜ ଦୀର୍ଘ ସମୟ ଧରି ପେଟ ଯନ୍ତ୍ରଣା ଅନୁଭବ କରୁଥିଲେ। ଅଲ୍ଟ୍ରାସାଉଣ୍ଡ ଏବଂ ପରେ ସିଟି ସ୍କାନରେ ତାଙ୍କ ପେଟରେ ମୂତ୍ରାଶୟ ଏବଂ ବୃହଦନ୍ତ ମଧ୍ୟରେ ଏକ ଗୋଲ ଅଣ୍ଡା ପରି ଏକ ଅଦ୍ଭୁତ ଆକୃତି ଦେଖାଯାଇଥିଲା। ଏହା ଷ୍ଟୋନ୍‌ କିମ୍ବା ସାଧାରଣ ଟ୍ୟୁମର ପରି ମନେ ହେଉ ନ ଥିଲା। ଡାକ୍ତରୀ ପରୀକ୍ଷା ପରେ,ଡାକ୍ତରୀ ଦଳ ଜାଣିପାରିଲେ ଯେ ଏହା ଏକ ଅତ୍ୟନ୍ତ ବିରଳ ଅବସ୍ଥା, ଯାହାକୁ ଜଏଣ୍ଟ ପେରିଟୋନିଆଲ ମାଉସ କୁହାଯାଏ।

ଡାକ୍ତର ଅନୁସାରେ, ରାମରାଜଙ୍କ ପିତ୍ତକୋଷରେ ଷ୍ଟୋନ୍‌, ଶ୍ୱାସକ୍ରିୟା ଏବଂ ସ୍ନାୟୁଗତ ସମସ୍ୟା ମଧ୍ୟ ଥିଲା। ଏକ ମାସର ପ୍ରସ୍ତୁତି ପରେ ଅସ୍ତ୍ରୋପଚାର କରାଯାଇଥିଲା।

 

The post ବୃଦ୍ଧଙ୍କ ପେଟରୁ ବାହାରିଲା ବଲ: ଷ୍ଟୋନ୍‌ କି ଟ୍ୟୁମର ନୁହେଁ, ଏହି ବିରଳ ଜିନିଷ ବିଷୟରେ ଜାଣନ୍ତୁ appeared first on Dharitri Odia News.