ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି

ଛତ୍ରପୁର,୩୧।୫(ଦିଲ୍ଲୀପ ସାମଲ): ରାଜ୍ୟ ବିଧାନସଭାର ନବମ ଷ୍ଟାଣ୍ଡିଂ କମିଟି ଶନିବାର ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଗ୍ରସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିର ସଦସ୍ୟ ବିଧାୟକ ଦେବିରଞ୍ଜନ ତ୍ରିପାଠୀ, ଅଧୀରାଜ ମୋହନ ପାଣିଗ୍ରାହୀ, ଯୋଗେଶ କୁମାର ସିଂ ଅରବିନ୍ଦ ମହାପାତ୍ର ଓ ଅମର କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ପ୍ରତାପ ଚନ୍ଦ୍ର ନାୟକଙ୍କ ସମେତ ଛତ୍ରପୁର ବିଧାୟକ […] The post ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି appeared first on Dharitri Odia News.

ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି

ଛତ୍ରପୁର,୩୧।୫(ଦିଲ୍ଲୀପ ସାମଲ): ରାଜ୍ୟ ବିଧାନସଭାର ନବମ ଷ୍ଟାଣ୍ଡିଂ କମିଟି ଶନିବାର ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଗ୍ରସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଷ୍ଟାଣ୍ଡିଂ କମିଟିର ସଦସ୍ୟ ବିଧାୟକ ଦେବିରଞ୍ଜନ ତ୍ରିପାଠୀ, ଅଧୀରାଜ ମୋହନ ପାଣିଗ୍ରାହୀ, ଯୋଗେଶ କୁମାର ସିଂ ଅରବିନ୍ଦ ମହାପାତ୍ର ଓ ଅମର କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ପ୍ରତାପ ଚନ୍ଦ୍ର ନାୟକଙ୍କ ସମେତ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପ୍ରଥମେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଲକ ପୋଟଲାମପୁର ସ୍ଥିତ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟକୁ ବୁଲି ଦେଖିଥିଲେ, କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ସଦସ୍ୟମାନେ ବିରକ୍ତି ପ୍ରକାଶ କରିଥିଲେ, ପରେ ମେଗା ପ୍ରକଳ୍ପର ଅନ୍ୟାନ୍ୟ ଅଧିକାରୀ ଏବଂ ଇଂଜିନିୟରମାନଙ୍କ ସହ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ପ୍ରଥମେ କମିଟିର ସଦସ୍ୟମାନଙ୍କୁ ସ୍ଥାନୀୟ ବିଧାୟକ ଏବଂ ଜିଲାପ୍ରଶାସନଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାପରେ ଷ୍ଟାଣ୍ଡିଂ କମିଟି ଚମାଖଣ୍ଡି ସ୍ଥିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଦର୍ଶନ କରିଥିଲେ, ସେଠାରେ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରରେ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଚିପ୍ସ, ଚିଲି ସସ, ଟମାଟସସଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀର ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ, ସେମାନଙ୍କ କାର୍ଯ୍ୟ ଦେଖି କମିଟି ଖୁସି ବ୍ୟକ୍ତ କରିଥିଲେ। ଏହି ପରିଦର୍ଶନ ବେଳେ ଗଞ୍ଜାମ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ଓଡିଶା ଜୀବିକା ମିଶନର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

The post ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି appeared first on Dharitri Odia News.