ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣାର ମୁଖ୍ୟ ସନ୍ଦିଗ୍ଧ ଗିରଫ
ନୂଆଦିଲ୍ଲୀ : ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣାରେ ମୁଖ୍ୟ ସନ୍ଦିଗ୍ଧ ଆଜି ଗିରଫ ହୋଇଛି। ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) କାଫେ ବିସ୍ଫୋରଣ ମାମଲାରେ ବିଭିନ୍ନ ରାଜ୍ୟରେ ଚଢ଼ଉ କରିବାପରେ ମୁଖ୍ୟ ସନ୍ଦିଗ୍ଧକୁ ଗିରଫ କରିଛି। କର୍ଣ୍ଣାଟକରେ ୧୨, ତାମିଲନାଡ଼ୁରେ ୫ ଏବଂ ଉତ୍ତରପ୍ରଦେଶରେ ଗୋେଟିଏ ଆସନରେ ଏନଆଇଏ ଚଢ଼ଉ କରିଛି। ମାମଲାରେ ମୁଖ୍ୟ ସନ୍ଦିଗ୍ଧର ନାଁଛ ମୁଜାମ୍ମିଲ ସରିଫ। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁର ରାମେଶ୍ବରମ କାଫେରେ ବିସ୍ଫୋରଣ ହୋଇଥିଲା। ମାର୍ଚ୍ଚ ୩ […]

ନୂଆଦିଲ୍ଲୀ : ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣାରେ ମୁଖ୍ୟ ସନ୍ଦିଗ୍ଧ ଆଜି ଗିରଫ ହୋଇଛି। ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) କାଫେ ବିସ୍ଫୋରଣ ମାମଲାରେ ବିଭିନ୍ନ ରାଜ୍ୟରେ ଚଢ଼ଉ କରିବାପରେ ମୁଖ୍ୟ ସନ୍ଦିଗ୍ଧକୁ ଗିରଫ କରିଛି। କର୍ଣ୍ଣାଟକରେ ୧୨, ତାମିଲନାଡ଼ୁରେ ୫ ଏବଂ ଉତ୍ତରପ୍ରଦେଶରେ ଗୋେଟିଏ ଆସନରେ ଏନଆଇଏ ଚଢ଼ଉ କରିଛି। ମାମଲାରେ ମୁଖ୍ୟ ସନ୍ଦିଗ୍ଧର ନାଁଛ ମୁଜାମ୍ମିଲ ସରିଫ। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁର ରାମେଶ୍ବରମ କାଫେରେ ବିସ୍ଫୋରଣ ହୋଇଥିଲା। ମାର୍ଚ୍ଚ ୩ ତାରିଖରେ ଏନଆଇଏ ଏହି ମାମଲାର ତଦନ୍ତ ଭାର ହାତକୁ ନେଇଥିଲା। ପୂର୍ବରୁ ଏନଆଇଏ ଏହି ମାମଲାରେ ମୁସାଭିର ସାଜିବ ହୁସେନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରିଥିଲା। ମାମଲାରେ ଅନ୍ୟ ଜଣେ ଷଡ଼ଯନ୍ତ୍ରକାରୀ ହେଉଛି ଅବଦୁଲ ମାଥିନ ତାହା। ଏନଆଇଏ ଅନୁଯାୟୀ ମୁଜାମିଲ ସରିଫ ବିସ୍ଫୋରଣ ଘଟାଇବାପାଇଁ ସହଯୋଗ କରିଥିଲା। ମାର୍ଚ୍ଚ ୧୭ ତାରିଖରେ ୩ ସନ୍ଦିଗ୍ଧଙ୍କର ବିଭିନ୍ନ ଠିକଣାରେ ଚଢ଼ଉ କରାଯାଇଥିଲା। ଇତି ମଧ୍ୟରେ ଏନଆଇଏ ବିସ୍ଫୋରଣ ଘଟାଇଥିବା ଅଭିଯୁକ୍ତର ମୁଣ୍ଡରେ ୧୦ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷଣା କରିଛି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।