'ବେଙ୍ଗାଲୁରୁର ଏ ଅଞ୍ଚଳ ପାକିସ୍ତାନ ପରି', କର୍ଣ୍ଣାଟକ ହାଇକୋର୍ଟଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନିକଟରେ ଅଦାଲତରେ ଏକ ଶୁଣାଣି ସମୟରେ ଜଷ୍ଟିସ ବେଦଭ୍ୟାସାଚାର୍ଯ୍ୟ ଶ୍ରୀଶାନନ୍ଦ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକ ହାଇକୋର୍ଟଙ୍କୁ ରିପୋର୍ଟ ମାଗିଛନ୍ତି।

'ବେଙ୍ଗାଲୁରୁର ଏ ଅଞ୍ଚଳ ପାକିସ୍ତାନ ପରି', କର୍ଣ୍ଣାଟକ ହାଇକୋର୍ଟଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

କର୍ଣ୍ଣାଟକ ହାଇକୋର୍ଟଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ। ନିକଟରେ ଅଦାଲତରେ ଏକ ଶୁଣାଣି ସମୟରେ ଜଷ୍ଟିସ ବେଦଭ୍ୟାସାଚାର୍ଯ୍ୟ ଶ୍ରୀଶାନନ୍ଦ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ଆଜି ସୁପ୍ରିମକୋର୍ଟ କର୍ଣ୍ଣାଟକ ହାଇକୋର୍ଟଙ୍କୁ ରିପୋର୍ଟ ମାଗିଛନ୍ତି।

ଜଷ୍ଟିସ ଶ୍ରୀଶାନନ୍ଦ ଜଣେ ଜମି ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ ଚାଲିଥିବା ବିବାଦର ବାଚାର କରିବାବେଳେ ବେଙ୍ଗାଲୁରୁର ଏକ ମୁସଲିମ ଅଞ୍ଚଳକୁ ଏହା 'ପାକିସ୍ତାନ' ଭଳି ବୋଲି କହିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। 

ଆଜି ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏସ୍ ଖାନ୍ନା, ବିଆର ଗଭାଇ, ଏସ କାନ୍ତ ଏବଂ ଏଚ ରୟଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟଙ୍କ ଉପରେ କ୍ଷୁବ୍ଧ ହେବା ସହ ଏପରି ପ୍ରସଙ୍ଗ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ସାମ୍ବିଧାନିକ ଖଣ୍ଡପୀଠରେ ଜଜମାନଙ୍କ ମନ୍ତବ୍ୟ ଉପରେ ଏକ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଆଶିବାର ଆବଶ୍ୟକତା ଥିବା ସୁପ୍ରିମକୋର୍ଟ କହିଛନ୍ତି।

ଏଥିସହ ଏ ଉପରେ କର୍ଣ୍ଣାଟକ ହାଇକୋର୍ଟଙ୍କୁ ମଧ୍ୟ ରିପୋର୍ଟ ମାଗିଛନ୍ତି। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସୋଶାଲ ମିଡିଆ କୋର୍ଟର ପ୍ରକ୍ରିୟା ଉପରେ ନଜର ରଖିବାରେ ସକ୍ରିୟା ଭୂମିକା ଗ୍ରହଣ କରୁଛି। ଏପରି ସମୟରେ ନ୍ୟାୟାଳୟରେ ଦିଆଯାଉଥିବା ମନ୍ତବ୍ୟଗୁଡ଼ିକ ନିଶ୍ଚିତ ରୂପେ ଆଇନ ସମ୍ମତ ହେବା ଉଚିତ୍।