ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା ରାସ୍ତାରେ କୁଷେଇ ନଦୀରକୂଳ ସ୍ଥାନରେ ଥିବା ଝଙ୍କାଳିଆ ବଣରେ ବାଘ ଆତଙ୍କ ସୃଷ୍ଟି ହୋଇଛି। ଗାଁର କିଛି ଲୋକେ ଛେଳି ଚରାଇବା ସହିତ କାଠ ଆଣିବାକୁ ଯାଉଥିବା ବେଳେ ମଙ୍ଗଳବାର ଆଖି ସାମ୍ନାରେ ବାଘ ଦେଖିଥିବା କହିଛନ୍ତି। ଖବରପାଇ ଆନନ୍ଦପୁର ବନବିଭାଗର ଗୋଟିଏ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ […] The post ବେଲବାହାଳିରେ ବାଘ ଆତଙ୍କ appeared first on Dharitri Odia News.

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା ରାସ୍ତାରେ କୁଷେଇ ନଦୀରକୂଳ ସ୍ଥାନରେ ଥିବା ଝଙ୍କାଳିଆ ବଣରେ ବାଘ ଆତଙ୍କ ସୃଷ୍ଟି ହୋଇଛି। ଗାଁର କିଛି ଲୋକେ ଛେଳି ଚରାଇବା ସହିତ କାଠ ଆଣିବାକୁ ଯାଉଥିବା ବେଳେ ମଙ୍ଗଳବାର ଆଖି ସାମ୍ନାରେ ବାଘ ଦେଖିଥିବା କହିଛନ୍ତି। ଖବରପାଇ ଆନନ୍ଦପୁର ବନବିଭାଗର ଗୋଟିଏ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ଶେଷ ନ ହେବା ଯାଏ ସତ୍ୟାସତ୍ୟ କହିହେବ ନାହିଁ ବୋଲି ବନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି।

The post ବେଲବାହାଳିରେ ବାଘ ଆତଙ୍କ appeared first on Dharitri Odia News.