ବୋଇଂ ବିମାନର ଡେଲିଭରି ଉପରୁ ପ୍ରତିବନ୍ଧକ ହଟାଇଲା ଚୀନ, ଆମେରିକା ସହ ବାଣିଜ୍ୟିକ ଆଲୋଚନା ପରେ ନିଷ୍ପତ୍ତି
ନୂଆଦିଲ୍ଲୀ: ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧ ବନ୍ଦ କରିବାକୁ ନିକଟରେ ସହମତି ପ୍ରକାଶ କରିଛନ୍ତି ଦୁଇ ଦେଶ। ବ୍ଲୁମବର୍ଗ ନ୍ୟୁଜର ଏକ ରିପୋର୍ଟ ଅନୁସାରେ ଦୁଇ ଦେଶ ସୋମବାର ଟାରିଫ୍ କମ୍ କରିବା ଏବଂ ଆଗାମୀ ୯୦ ଦିନ ପାଇଁ ବାଣିଜ୍ୟ ଯୁଦ୍ଧରେ ବ୍ରେକ୍ ଲଗାଇବା ଉପରେ ସହମତି ହୋଇଛନ୍ତି। ଆଉ ଏହି ନିଷ୍ପତ୍ତିର ଠିକ୍ ଗୋଟିଏ ଦିନ ପରେ ଚୀନ୍ ଏକ ବଡ଼ ନିଷ୍ପତ୍ତି ନେଇଛି। ଚୀନ୍, ଆମେରିକାରେ ନିର୍ମିତ ବୋଇଂ ବିମାନର ଡେଲିଭରି ଉପରେ ଲଗାଇଥିବା ବ୍ୟାନ ହଟାଇଛି। ରିପୋର୍ଟ ଅନୁଯାୟୀ, ବେଜିଂର ଅଧିକାରୀ ଏହି ନିଷ୍ପତ୍ତି ସମ୍ପର୍କର ଦେଶର ଏୟାରଲାଇନ ଏବଂ ସରକାରୀ ଏଜେନ୍ସୀଙ୍କୁ ସୂଚିତ କରିସାରିଛନ୍ତି। ଏଣିକି ଆମେରିକାରେ ନିର୍ମିତ ବିମାନର ଡେଲିଭରି ପୁଣି ଆରମ୍ଭ ହେବ। ଏମିତିରେ ଏହି ନିଷ୍ପତ୍ତିକୁ ବିଶ୍ବର ଦୁଇ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ସୁଧାର ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି। ଅବଶ୍ୟ ଏହା ଉପରେ ବୋଇଂ କୌଣସି ଟିପ୍ପଣୀ ରଖିନାହିଁ କିମ୍ବା ଚୀନର ବିମାନ ପ୍ରାଧିକରଣ CAAC ମଧ୍ୟ ଏପର୍ଯ୍ୟନ୍ତ ଏହା ଉପରେ ପ୍ରତିକ୍ରିୟା ଦେଇନାହାଁନ୍ତି।ସୂଚନାଥାଉକି ଏପ୍ରିଲରେ ବୋଇଂ ପକ୍ଷରୁ କୁହାଯାଇଥିଲା ଯେ, ଚୀନ୍ର ଅନେକ ବିମାନ କମ୍ପାନି ଅଧିକ ଟାରିଫ୍ କାରଣରୁ ନୂଆ ବିମାନର ଡେଲିଭରି ନେଉନାହାଁନ୍ତି। ତେଣୁ କମ୍ପାନି ଏହି ବିମାନକୁ ଅନ୍ୟ ଗ୍ରାହକଙ୍କୁ
ନୂଆଦିଲ୍ଲୀ: ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧ ବନ୍ଦ କରିବାକୁ ନିକଟରେ ସହମତି ପ୍ରକାଶ କରିଛନ୍ତି ଦୁଇ ଦେଶ। ବ୍ଲୁମବର୍ଗ ନ୍ୟୁଜର ଏକ ରିପୋର୍ଟ ଅନୁସାରେ ଦୁଇ ଦେଶ ସୋମବାର ଟାରିଫ୍ କମ୍ କରିବା ଏବଂ ଆଗାମୀ ୯୦ ଦିନ ପାଇଁ ବାଣିଜ୍ୟ ଯୁଦ୍ଧରେ ବ୍ରେକ୍ ଲଗାଇବା ଉପରେ ସହମତି ହୋଇଛନ୍ତି। ଆଉ ଏହି ନିଷ୍ପତ୍ତିର ଠିକ୍ ଗୋଟିଏ ଦିନ ପରେ ଚୀନ୍ ଏକ ବଡ଼ ନିଷ୍ପତ୍ତି ନେଇଛି। ଚୀନ୍, ଆମେରିକାରେ ନିର୍ମିତ ବୋଇଂ ବିମାନର ଡେଲିଭରି ଉପରେ ଲଗାଇଥିବା ବ୍ୟାନ ହଟାଇଛି।
ରିପୋର୍ଟ ଅନୁଯାୟୀ, ବେଜିଂର ଅଧିକାରୀ ଏହି ନିଷ୍ପତ୍ତି ସମ୍ପର୍କର ଦେଶର ଏୟାରଲାଇନ ଏବଂ ସରକାରୀ ଏଜେନ୍ସୀଙ୍କୁ ସୂଚିତ କରିସାରିଛନ୍ତି। ଏଣିକି ଆମେରିକାରେ ନିର୍ମିତ ବିମାନର ଡେଲିଭରି ପୁଣି ଆରମ୍ଭ ହେବ। ଏମିତିରେ ଏହି ନିଷ୍ପତ୍ତିକୁ ବିଶ୍ବର ଦୁଇ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ସୁଧାର ଦିଗରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି। ଅବଶ୍ୟ ଏହା ଉପରେ ବୋଇଂ କୌଣସି ଟିପ୍ପଣୀ ରଖିନାହିଁ କିମ୍ବା ଚୀନର ବିମାନ ପ୍ରାଧିକରଣ CAAC ମଧ୍ୟ ଏପର୍ଯ୍ୟନ୍ତ ଏହା ଉପରେ ପ୍ରତିକ୍ରିୟା ଦେଇନାହାଁନ୍ତି।
ସୂଚନାଥାଉକି ଏପ୍ରିଲରେ ବୋଇଂ ପକ୍ଷରୁ କୁହାଯାଇଥିଲା ଯେ, ଚୀନ୍ର ଅନେକ ବିମାନ କମ୍ପାନି ଅଧିକ ଟାରିଫ୍ କାରଣରୁ ନୂଆ ବିମାନର ଡେଲିଭରି ନେଉନାହାଁନ୍ତି। ତେଣୁ କମ୍ପାନି ଏହି ବିମାନକୁ ଅନ୍ୟ ଗ୍ରାହକଙ୍କୁ ବିକ୍ରି କରିବାକୁ ଚାହୁଛି।
ଆମେରିକା- ଚୀନ ମଧ୍ୟରେ ସହମତି, ୯୦ ଦିନ ପର୍ଯ୍ୟନ୍ତ ଲାଗିବନି ୧୧୫% ଟାରିଫ୍
ଆମେରିକା ଏବଂ ଚୀନ ବାଣିଜ୍ୟ ତିକ୍ତତାକୁ କମ୍ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି। ଦୁଇ ଦେଶ ଆଗାମୀ ୯୦ ଦିନ ପର୍ଯ୍ୟନ୍ତ ପରସ୍ପର ଉପରେ କୌଣସି ନୂଆ ଆମଦାନୀ ଶୁଳ୍ପ ବା ଟାରିଫ୍ ନଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ପୂର୍ବରୁ ଲାଗୁ ଟାରିଫ୍କୁ ମଧ୍ୟ କମ୍ କରିବାର ଦିଗରେ କାମ କରିବା ଉପରେ ସହମତି ହୋଇଛି।
ଏବିଷୟରେ ସୂଚନା ଦେଇ ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ସୋମବାର କହିଥିଲେ, ଯେ, ଚୀନ ସହ ୯୦ ଦିନର ଟାରିଫ୍ ବିରାମ ଉପରେ ସହମତ ହୋଇଛନ୍ତି। ଏହା ଅନୁଯାୟୀ ବର୍ତ୍ତମାନର ଟାରିଫକୁ ମଧ୍ୟ କମ୍ କରିବାର ଯୋଜନା ରହିଛି।’’ ସେ କହିଛନ୍ତି ଏହି ନିଷ୍ପତ୍ତି ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଆଲୋଚନାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ ଏବଂ ପାରିସ୍ପରିକ ସମ୍ପର୍କରେ ସୁଧାରର ରାସ୍ତା ଖୋଲିବ।
ନିଷ୍ପତ୍ତି ଅନୁଯାୟୀ, ଆମେରିକା, ଚୀନରୁ ଆସୁଥିବା ଉତ୍ପାଦ ଉପରେ ଟାରିଫ୍କୁ ୧୪୫%ରୁ ଖସାଇ ୩୦% କରିବ ଯେତେବେଳେକି ଚୀନ, ଆମେରିକା ଉତ୍ପାଦ ଉପରେ ଲଗାଉଥିବା ଶୁଳ୍କ ୧୨୫%ରୁ ଖସାଇ ୧୦% କରିବ ଏହି ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚାପରେ ଅସ୍ଥାୟୀ ଆଶ୍ବସ୍ତି ଭାବରେ ଦେଖାଯାଉଛି।