ବୈଭବଙ୍କୁ ପ୍ରଶଂସାରେ ପୋତିଲେ Google ସିଇଓ, ୧୪ ବର୍ଷରେ ଡେବ୍ୟୁ ଦେଖି…

ନୂଆଦିଲ୍ଲୀ,୨୦।୪: ରାଜସ୍ଥାନ ରୟାଲ୍ସ (RR)ର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସରେ  ଡେବ୍ୟୁ କରି ଇଣ୍ଡିଆନ ପ୍ରିମିୟର ଲିଗ (IPL) ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି। ବୈଭବ ମାତ୍ର ୧୪ ବଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ବିପକ୍ଷରେ ଡେବ୍ୟୁ କରିଥିଲେ। ହେଲେ ମଇଦାନରେ ତାଙ୍କର ବ୍ୟାଟିଂ ଅନେକଙ୍କୁ ଚକିତ କରିଥିଲା। ଏହି କ୍ରମରେ ବୈଭବଙ୍କ ଡେବ୍ୟୁକୁ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଦେଖିବା ପରେ ତାଙ୍କର ବଡ଼ ପ୍ରଶଂସକ ପାଲଟିଛନ୍ତି। ପିଚାଇ […] The post ବୈଭବଙ୍କୁ ପ୍ରଶଂସାରେ ପୋତିଲେ Google ସିଇଓ, ୧୪ ବର୍ଷରେ ଡେବ୍ୟୁ ଦେଖି… appeared first on Dharitri Odia News.

ବୈଭବଙ୍କୁ ପ୍ରଶଂସାରେ ପୋତିଲେ Google ସିଇଓ, ୧୪ ବର୍ଷରେ ଡେବ୍ୟୁ ଦେଖି…
ନୂଆଦିଲ୍ଲୀ,୨୦।୪: ରାଜସ୍ଥାନ ରୟାଲ୍ସ (RR)ର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସରେ  ଡେବ୍ୟୁ କରି ଇଣ୍ଡିଆନ ପ୍ରିମିୟର ଲିଗ (IPL) ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି। ବୈଭବ ମାତ୍ର ୧୪ ବଷରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ବିପକ୍ଷରେ ଡେବ୍ୟୁ କରିଥିଲେ। ହେଲେ ମଇଦାନରେ ତାଙ୍କର ବ୍ୟାଟିଂ ଅନେକଙ୍କୁ ଚକିତ କରିଥିଲା।
ଏହି କ୍ରମରେ ବୈଭବଙ୍କ ଡେବ୍ୟୁକୁ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଦେଖିବା ପରେ ତାଙ୍କର ବଡ଼ ପ୍ରଶଂସକ ପାଲଟିଛନ୍ତି। ପିଚାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, “ଆଇପିଏଲ୍‌ରେ ଜଣେ ୮ମ ଶ୍ରେଣୀର ପିଲାକୁ ଖେଳୁଥିବାର ଦେଖିବାକୁ ଉଠିଲି! କି ଡେବ୍ୟୁ!”

ତେବେ ବୈଭବ ତାଙ୍କର ପ୍ରଥମ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ ବଲ୍‌ରେ ସେ ଛକା ମାରିଥିଲେ। ପରେ ଏହି ବାମହାତୀ ବ୍ୟାଟସମ୍ୟାନ ମାତ୍ର ୨୦ ବଲ୍‌ରେ ୩୪ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯେଉଁଥିରେ ୩ ଛକା ଏବଂ ୨ଟି ଚୌକା ସାମିଲ ଥିଲା। IPL ୨୦୨୫ ମେଗା ନିଲାମରେ RR ବୈଭବଙ୍କୁ ୧.୧୦ କୋଟି ଟଙ୍କାରେ କିଣିଥିଲା। ହେଲେ ଏବେ ପ୍ରଦର୍ଶନକୁ ଦେଖି ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ଦଳରେ ତାଙ୍କର ସ୍ଥାନ ବଜାୟ ରହିପାରେ ବୋଲି କୁହାଯାଉଛି।
ତେବେ ଆଇପିଏଲ୍‌ରେ ଦଳର ପ୍ରଦର୍ଶନ ଦେଖିଲେ ରିଷଭ ପନ୍ତଙ୍କ ଅଧିନାୟକତ୍ୱରେ LSG ୮ ମ୍ୟାଚ୍‌ ରୁ ୫ ବିଜୟ ସହିତ ଚତୁର୍ଥ ସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ, RR ଏହି ସିଜିନରେ ସଂଘର୍ଷ କରୁଛି ଏବଂ ୮ ମ୍ୟାଚ୍‌ରୁ ମାତ୍ର ୨ ବିଜୟ ସହିତ ୮ମ ସ୍ଥାନରେ ରହିଛି। ସେମାନଙ୍କର ବିଜୟ ସଂଖ୍ୟା ତଳ ସ୍ଥାନରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହ ସମାନ କିନ୍ତୁ ଭଲ ନେଟ ରନ ରେଟ ଯୋଗୁଁ ସେମାନେ ଉପରେ ଅଛନ୍ତି।

The post ବୈଭବଙ୍କୁ ପ୍ରଶଂସାରେ ପୋତିଲେ Google ସିଇଓ, ୧୪ ବର୍ଷରେ ଡେବ୍ୟୁ ଦେଖି… appeared first on Dharitri Odia News.