ବୋରାସମ୍ବର କ୍ରିକେଟ କପ୍ : ସେମିରେ ପହଞ୍ଚିଲା ଭୁବନେଶ୍ୱର ବାପୁଜୀ କ୍ଲବ
ପଦ୍ମପୁର,୧୮।୧(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡ଼ିଆରେ ବୋରାସମ୍ବର ସ୍ପୋର୍ଟିଂ ପକ୍ଷରୁ ଚାଲିଥିବା ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ର ଗ୍ରୁପ୍ ‘ବି’ର ଦ୍ୱିତୀୟ ମ୍ୟାଚ୍ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ୱର ଏବଂ ଗୁଲବର୍ଗା ସିଟି ଇଲେଭେନ (କର୍ନାଟକ) ମଧ୍ୟରେ ହୋଇଥିଲା। ଗୁଲବର୍ଗା ଦଳ ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିଥିଲା। ବାପୁଜୀ ଦଳ ବ୍ୟାଟିଂ କରି ୨୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୨୫୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଦେବାଂଶ ପଟ୍ଟନାୟକ […] The post ବୋରାସମ୍ବର କ୍ରିକେଟ କପ୍ : ସେମିରେ ପହଞ୍ଚିଲା ଭୁବନେଶ୍ୱର ବାପୁଜୀ କ୍ଲବ appeared first on Dharitri Odia News.
ପଦ୍ମପୁର,୧୮।୧(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡ଼ିଆରେ ବୋରାସମ୍ବର ସ୍ପୋର୍ଟିଂ ପକ୍ଷରୁ ଚାଲିଥିବା ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ର ଗ୍ରୁପ୍ ‘ବି’ର ଦ୍ୱିତୀୟ ମ୍ୟାଚ୍ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ୱର ଏବଂ ଗୁଲବର୍ଗା ସିଟି ଇଲେଭେନ (କର୍ନାଟକ) ମଧ୍ୟରେ ହୋଇଥିଲା। ଗୁଲବର୍ଗା ଦଳ ପ୍ରଥମେ ଟସ୍ ଜିତି ଫିଲ୍ଡିଂ କରିଥିଲା। ବାପୁଜୀ ଦଳ ବ୍ୟାଟିଂ କରି ୨୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୨୫୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଦେବାଂଶ ପଟ୍ଟନାୟକ ୮୮(୫୭) ରନ୍ କରିଥିବା ବେଳେ ଅୟଶ୍ରୀ ଡି. ଭଟ୍ଟ ୫୦ରନ୍ କରିଥିଲେ। ଗୁଲବର୍ଗା ସିଟି ପକ୍ଷରୁ ନୀତିଶ ନିକ୍ୟଲ ୩ଟି ଉଇକେଟ୍ ନେଇଥିଲେ। ୨୫୫ ରନ୍ ଲକ୍ଷ୍ୟ ନେଇ ଗୁଲବର୍ଗା ଦଳ ୧୮.୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୮ରନ ସଂଗ୍ରହ କରି ୧୫୬ ରନରେ ପରାଜିତ ହୋଇଥିଲା। ଦଳ ପକ୍ଷରୁ ଅଭିଷେକ ୨୪ ରନ୍ କରିଥିଲେ। ବାପୁଜୀ ଦଳ ପକ୍ଷରୁ ସାୟେଦ ଯକି ୩ ଓ ସତ୍ୟଜିତ ସବତ ୨ଟି ଉଇକେଟ୍ ନେଇଥିଲେ।
ପୁରସ୍କାର ବିତରଣୀ ଉତ୍ସବରେ ପଦ୍ମପୁର ଆର୍. ବି. ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଲୋଭାଦିନୀ ସାହୁ ଯୋଗଦେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଦେବାଂଶ ପଟ୍ଟନାୟକଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅମ୍ପାୟାର ଭାବେ ଅମୀୟ ଭୂଷଣ ସାହୁ ଓ ବିଶ୍ୱମ୍ବର ମହାକୁଡ ମ୍ୟାଚ୍ ପରିଚାଳନା କରିଥିଲେ। ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ, ଏସ୍. ଜୟକିଶନ, କୁମାର ଆନନ୍ଦ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ। ଶୁକ୍ରବାର ଗ୍ରୁପ୍ ‘ବି’ର ମ୍ୟାଚ୍ ଖୋର୍ଦ୍ଧା ଇଷ୍ଟକୋଷ୍ଟ ରେଳୱେ ଓ ବିଳାସପୁର ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଲୱେ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
The post ବୋରାସମ୍ବର କ୍ରିକେଟ କପ୍ : ସେମିରେ ପହଞ୍ଚିଲା ଭୁବନେଶ୍ୱର ବାପୁଜୀ କ୍ଲବ appeared first on Dharitri Odia News.