ବ୍ରହ୍ମପୁର ଛାଡିଲା କ୍ରାଇମ୍ବ୍ରାଞ୍ଚ ଟିମ୍, ୪ ଦିନରେ ୧୪ ଜଣଙ୍କୁ ହୋଇଛି ଜେରା
ବ୍ରହ୍ମପୁର ୨୭।୦୪ : ବ୍ରହ୍ମପୁର ଛାଡିଲା କ୍ରାଇମବ୍ରାଞ୍ଚ । ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ୨ୟ ଥର ତଦନ୍ତ ସାରି ବ୍ରହ୍ମପୁର ଛାଡିଛି କ୍ରାଇମବ୍ରାଞ୍ଚ ଟିମ୍ । ୪ ଦିନର ତଦନ୍ତରେ ୧୪ ଜଣଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଖବର ଅନୁଯାୟୀ, ବ୍ରହ୍ମପୁର ଆଙ୍କୁଲିସ୍ଥିତ ଗୋପାଳଦାସଙ୍କ ପରିବାର ରହୁଥିବା ବାସଭବନରେ ଗୋପାଳଙ୍କ ସ୍ତ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲେ । ପାଖାପାଖି ଘଣ୍ଟାଏ ସମୟ ଧରି ଜେରା କରିଥିଲେ । ପରେ ଗୋପାଳଙ୍କ ମାନସିକ ରୋଗୀ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ପାଖାପାଖି ୩୦ ମିନିଟ୍ ଜେରା କରିଥିଲେ କ୍ରାଇମବ୍ରାଞ୍ଚ । ଏମକେସିଜି ମେଡିକାଲ ମାନସିକ ରୋଗ ବିଭାଗରେ ପହଞ୍ଚି ଜେରା କରିଥିଲେ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଇଥିବା ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ. ପି ବିଜୟ କୁମାର ମଲ୍ଲିକ । ଗତ ୪ ଦିନ ଭିତରେ ଗୋପାଳ ଦାସଙ୍କ ଭାଇ, ପୁତୁରା, ପୁଅ, ଓ ଏସଆରଟିସି କର୍ମଚାରୀ, ଏଏସଆଇ, ମାନସିକ ରୋଗ ବିଭାଗ ଡାକ୍ତର ପ୍ରମୁଖ ୧୪ ଜଣଙ୍କୁ ଜେରା କରିଥିବା କୁହାଯାଇଛି ।ସୂଚନାଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପୁଣି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବା ପରେ ଏବେ ବ୍ରହ୍ମପୁରରେ ପହଞ୍ଚିଛି । ୩ ଦିନ ହେଲା ବ୍ରହ୍ମପୁରରେ ଡେରା ପକାଇ ଅଭିଯୁକ୍ତ ଗୋପାଳ ଦାସଙ୍କ ପରିବାର ଓ ତାଙ୍କ ସହ କ
ବ୍ରହ୍ମପୁର ୨୭।୦୪ : ବ୍ରହ୍ମପୁର ଛାଡିଲା କ୍ରାଇମବ୍ରାଞ୍ଚ । ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ୨ୟ ଥର ତଦନ୍ତ ସାରି ବ୍ରହ୍ମପୁର ଛାଡିଛି କ୍ରାଇମବ୍ରାଞ୍ଚ ଟିମ୍ । ୪ ଦିନର ତଦନ୍ତରେ ୧୪ ଜଣଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ୍ ।
ଖବର ଅନୁଯାୟୀ, ବ୍ରହ୍ମପୁର ଆଙ୍କୁଲିସ୍ଥିତ ଗୋପାଳଦାସଙ୍କ ପରିବାର ରହୁଥିବା ବାସଭବନରେ ଗୋପାଳଙ୍କ ସ୍ତ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲେ । ପାଖାପାଖି ଘଣ୍ଟାଏ ସମୟ ଧରି ଜେରା କରିଥିଲେ । ପରେ ଗୋପାଳଙ୍କ ମାନସିକ ରୋଗୀ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ପାଖାପାଖି ୩୦ ମିନିଟ୍ ଜେରା କରିଥିଲେ କ୍ରାଇମବ୍ରାଞ୍ଚ । ଏମକେସିଜି ମେଡିକାଲ ମାନସିକ ରୋଗ ବିଭାଗରେ ପହଞ୍ଚି ଜେରା କରିଥିଲେ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଇଥିବା ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ. ପି ବିଜୟ କୁମାର ମଲ୍ଲିକ । ଗତ ୪ ଦିନ ଭିତରେ ଗୋପାଳ ଦାସଙ୍କ ଭାଇ, ପୁତୁରା, ପୁଅ, ଓ ଏସଆରଟିସି କର୍ମଚାରୀ, ଏଏସଆଇ, ମାନସିକ ରୋଗ ବିଭାଗ ଡାକ୍ତର ପ୍ରମୁଖ ୧୪ ଜଣଙ୍କୁ ଜେରା କରିଥିବା କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପୁଣି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବା ପରେ ଏବେ ବ୍ରହ୍ମପୁରରେ ପହଞ୍ଚିଛି । ୩ ଦିନ ହେଲା ବ୍ରହ୍ମପୁରରେ ଡେରା ପକାଇ ଅଭିଯୁକ୍ତ ଗୋପାଳ ଦାସଙ୍କ ପରିବାର ଓ ତାଙ୍କ ସହ କଥା ହୋଇଥିବା ଲୋକଙ୍କୁ ଥାନାକୁ ଡକାଇ ପଚରାଉଚରା କରୁଛି । ଏଏସ୍ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ବ୍ରହ୍ମପୁରରେ ଗତ ୨୩ ତାରିଖରୁ ଆସି ଗୋପାଳ ଦାସଙ୍କ ପରିବାର ଲୋକ ଏବଂ ତାଙ୍କ ସହ କଥା ହୋଇଥିବା ବିଭିନ୍ନ ଲୋକଙ୍କୁ ଥାନାକୁ ଡକାଇ ଜେରା କରୁଛି ।