ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହୋଲି ମିଳନ ଉତ୍ସବ ପାଳିତ

ଗୋପାଳପୁର ୨୩/୩ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭଞ୍ଜମଣ୍ଡପ ପରିସରରେ ଆଜି ଅପରାହ୍ନରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ହୋଲି ମିଳନ ଉତ୍ସବ ପାଳନ ହୋଇଥିଲା।ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ହୋଲି ଗୀତରେ ଝୁମିଥିଲେ ଛାତ୍ର ଛାତ୍ରୀ । ପରସ୍ପର ଫଗୁ ଖେଳ ସାଙ୍ଗକୁ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା। ଦୋଳ ପୂର୍ଣ୍ଣିମା ଓ ହୋଲି ବିଶ୍ଵବିଦ୍ୟାଳୟ ଛୁଟି ରହୁଥିବାରୁ ପରମ୍ପରା ବଜାୟ ରଖିବା ପାଇଁ ଆୟୋଜିତ ହୋଉଥିଲା l ଅନ୍ୟ ମାନଙ୍କ ମଧ୍ୟରେ କୁଳସଚିବ ସଚ୍ଚିତାନନ୍ଦ […] The post ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହୋଲି ମିଳନ ଉତ୍ସବ ପାଳିତ appeared first on Odisha.News.

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହୋଲି ମିଳନ ଉତ୍ସବ ପାଳିତ

ଗୋପାଳପୁର ୨୩/୩
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭଞ୍ଜମଣ୍ଡପ ପରିସରରେ ଆଜି ଅପରାହ୍ନରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ହୋଲି ମିଳନ ଉତ୍ସବ ପାଳନ ହୋଇଥିଲା।ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ହୋଲି ଗୀତରେ ଝୁମିଥିଲେ ଛାତ୍ର ଛାତ୍ରୀ । ପରସ୍ପର ଫଗୁ ଖେଳ ସାଙ୍ଗକୁ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା। ଦୋଳ ପୂର୍ଣ୍ଣିମା ଓ ହୋଲି ବିଶ୍ଵବିଦ୍ୟାଳୟ ଛୁଟି ରହୁଥିବାରୁ ପରମ୍ପରା ବଜାୟ ରଖିବା ପାଇଁ ଆୟୋଜିତ ହୋଉଥିଲା l ଅନ୍ୟ ମାନଙ୍କ ମଧ୍ୟରେ କୁଳସଚିବ ସଚ୍ଚିତାନନ୍ଦ ନାୟକ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ, ୱାଡେନ ପ୍ରଫେସର ସୁଧାକର ପାତ୍ର ପ୍ରମୁଖ ମଂଚାସୀନ ରହି ହୋଲିର ମହତ୍ୱ ଓ ପରସ୍ପର ସହ ସମ୍ପର୍କର ଉତ୍ସବ ବୋଲି କହିଥିଲେ । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଙ୍କ ପକ୍ଷରୁ ଛାତ୍ର ଛାତ୍ରୀ, ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀଙ୍କୁ ଫଗୁ ଲଗାଇ ଏହି ଉତ୍ସବ ର ଶୁଭାରମ୍ଭ କରିଥିଲେ l ଶେଷରେ ଡ଼. ମିହିର କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତିକାର ତଥା କଣ୍ଠଶିଳ୍ପୀ ଡାକ୍ତର ଚନ୍ଦନ ଗନ୍ତାୟତ ଙ୍କ ରଙ୍ଗ ବରଶେ ଗୀତରେ ଛାତ୍ର ଛାତ୍ରୀ ମାନେ ଝୁମି ଥିଲେ l ଏହି କାର୍ଯ୍ୟକ୍ରମରେ ଉପକୂଳସଚିବ ଡ. ବାବୁଜୀ ସାମଲ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧାଙ୍ଗଡାମାଝୀ, ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ କୁଣ୍ଡ, ସହ ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ ପାତ୍ରଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ଗବେଷକ, ଗବେଷିକା, ଛାତ୍ର, ଛାତ୍ରୀ ଉପସ୍ଥିତ ରହି ଫଗୁ ଖେଳି ଥିଲେ l

The post ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହୋଲି ମିଳନ ଉତ୍ସବ ପାଳିତ appeared first on Odisha.News.