ବ୍ରହ୍ମପୁରରେ ପ୍ରଦୀପଙ୍କୁ ଟକ୍କର ଦେବେ ଭୃଗୁ ବକ୍ସି ପାତ୍ର

ଭୁବନେଶ୍ୱର,୩।୪: ବୁଧବାର ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ୨୭ ବିଧାନସଭା ଏବଂ ୫ ଲୋକସଭା ଆସନରେ ଆସନରେ ପ୍ରାର୍ଥୀ ଘୋଷଣା କରିଛି ଦଳ। ଏଥିରେ ସବୁଠୁ ଚର୍ଚ୍ଚିତ ନାଁ ରହିଛି ଭୃଗୁ ବକ୍ସି ପାତ୍ର। ବୁଧବାର ସେ ଭାରତୀୟ ଜନତା ପାଟିରୁ ଇସ୍ତଫା ଦେବା ପରେ ବିଜେଡିରେ ଯୋଗ ଦେଇଥିଲେ। ଆଉ ସନ୍ଧ୍ୟାରେ ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି। ଭୃଗୁ ୨୦୧୯ ରେ ବ୍ରହ୍ମପୁର […] The post ବ୍ରହ୍ମପୁରରେ ପ୍ରଦୀପଙ୍କୁ ଟକ୍କର ଦେବେ ଭୃଗୁ ବକ୍ସି ପାତ୍ର appeared first on Dharitri Odia News.

ବ୍ରହ୍ମପୁରରେ ପ୍ରଦୀପଙ୍କୁ ଟକ୍କର ଦେବେ ଭୃଗୁ ବକ୍ସି ପାତ୍ର

ଭୁବନେଶ୍ୱର,୩।୪: ବୁଧବାର ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ୨୭ ବିଧାନସଭା ଏବଂ ୫ ଲୋକସଭା ଆସନରେ ଆସନରେ ପ୍ରାର୍ଥୀ ଘୋଷଣା କରିଛି ଦଳ। ଏଥିରେ ସବୁଠୁ ଚର୍ଚ୍ଚିତ ନାଁ ରହିଛି ଭୃଗୁ ବକ୍ସି ପାତ୍ର। ବୁଧବାର ସେ ଭାରତୀୟ ଜନତା ପାଟିରୁ ଇସ୍ତଫା ଦେବା ପରେ ବିଜେଡିରେ ଯୋଗ ଦେଇଥିଲେ। ଆଉ ସନ୍ଧ୍ୟାରେ ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି।

ଭୃଗୁ ୨୦୧୯ ରେ ବ୍ରହ୍ମପୁର ଲୋକ ସଭା ଆସନରୁ ଚନ୍ଦ୍ରଶେଖର ସାହୁଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପ୍ରାୟ ୯୪,୦୦୦ ଭୋଟ୍ ବ୍ୟବଧାନରେ ହାରି ଯାଇଥିଲେ। ୨୦୧୯ ରେ ଭୃଗୁଙ୍କୁ ବ୍ରହ୍ମପୁରରୁ ୩.୪୯ ଲକ୍ଷ ଭୋଟ୍ ମିଳିଥିଲା।

ଅନ୍ୟପଟେ ଗୋପାଳପୁର ବିଧାୟକ ତଥା ବିଜେଡିରୁ ବହିଷ୍କାର ପରେ ଭାଜପା ଆସିଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରଦୀପଙ୍କ ପଲା ଭାରି ଲାଗୁଥିବା ବେଳେ ଭୃଗୁ ଦଳ ପରିବର୍ତନ କରିବା ପରେ ସମୀକରଣ ବଦଳିବା ଆଶଙ୍କା କରାଯାଉଛି।

The post ବ୍ରହ୍ମପୁରରେ ପ୍ରଦୀପଙ୍କୁ ଟକ୍କର ଦେବେ ଭୃଗୁ ବକ୍ସି ପାତ୍ର appeared first on Dharitri Odia News.