ବ୍ରେନ୍ ଦ୍ୱାରା ହେବ ଆଲେକ୍ସା ନିୟନ୍ତ୍ରଣ
ବର୍ତ୍ତମାନ ଯୁଗରେ ଟେକ୍ନୋଲୋଜି ସହାୟତାରେ ଅନେକ କାର୍ଯ୍ୟ କରାଯାଉଛି । ତେବେ ଏହି ଟେକ୍ନୋଲୋଜିକୁ ନିୟନ୍ତ୍ରଣ କରିବାକୁ ଅନେକ ଉପକରଣର ସାହାଯ୍ୟ ନିଆଯାଉଛି । ସେହିଭଳି କେତେକ ଗ୍ୟାଜେଟ୍କୁ ନିୟନ୍ତ୍ରଣ କରିବାକୁ ଆମ ସ୍ୱରର ବ୍ୟବହାର କରାଯାଉଛି, ଯେପରି ଆଲେକ୍ସା । ଏହି ଗ୍ୟାଜେଟ୍କୁ ଆପଣ ଯାହା କରିବାକୁ କହିବେ ସେ ଆପଣଙ୍କ ଭଏସ୍କୁ ରିଡିମ୍ କରି ଏହାକୁ କମାଣ୍ଡ୍ ଭାବେ ଗ୍ରହଣ କରି କାର୍ଯ୍ୟ କରିବ । ହେଲେ ଆମେରିକାରେ ଜଣେ ବ୍ୟକ୍ତି ରହିଛନ୍ତି ଯିଏ […]

ବର୍ତ୍ତମାନ ଯୁଗରେ ଟେକ୍ନୋଲୋଜି ସହାୟତାରେ ଅନେକ କାର୍ଯ୍ୟ କରାଯାଉଛି । ତେବେ ଏହି ଟେକ୍ନୋଲୋଜିକୁ ନିୟନ୍ତ୍ରଣ କରିବାକୁ ଅନେକ ଉପକରଣର ସାହାଯ୍ୟ ନିଆଯାଉଛି । ସେହିଭଳି କେତେକ ଗ୍ୟାଜେଟ୍କୁ ନିୟନ୍ତ୍ରଣ କରିବାକୁ ଆମ ସ୍ୱରର ବ୍ୟବହାର କରାଯାଉଛି, ଯେପରି ଆଲେକ୍ସା । ଏହି ଗ୍ୟାଜେଟ୍କୁ ଆପଣ ଯାହା କରିବାକୁ କହିବେ ସେ ଆପଣଙ୍କ ଭଏସ୍କୁ ରିଡିମ୍ କରି ଏହାକୁ କମାଣ୍ଡ୍ ଭାବେ ଗ୍ରହଣ କରି କାର୍ଯ୍ୟ କରିବ । ହେଲେ ଆମେରିକାରେ ଜଣେ ବ୍ୟକ୍ତି ରହିଛନ୍ତି ଯିଏ ନିଜ ବ୍ରେନ୍ ସାହାଯ୍ୟରେ ଆଲେକ୍ସାକୁ ନିୟନ୍ତ୍ରଣ କରୁଛନ୍ତି । ଏଭଳି କରିବାରେ ସେ ପାଲଟିଛନ୍ତି ପ୍ରଥମ ବ୍ୟକ୍ତି । ବ୍ରେନ୍ କମ୍ପୁ୍ୟଟର ଇଣ୍ଟରଫେସ୍ ବା ବିସିଆଇ ଟେକ୍ନୋଲୋଜି ସାହାଯ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ତେବେ ଏହା ଯଦି ସମସ୍ତଙ୍କ କ୍ଷେତ୍ରରେ ସଫଳ ହେବ, ତାହେଲେ ଯେଉଁମାନେ ପାର୍ସିଆଲି ପାରାଲାଇଜï କିମ୍ବା ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇ ପାରୁ ନାହାନ୍ତି ସେମାନଙ୍କ ପାଇଁ ବେଶ୍ ସୁବିଧା ହେବ । ଏହି ୬୪ ବର୍ଷୀୟ ବ୍ୟକ୍ତିଙ୍କର ଏଏଲ୍ଏସ୍ ନାମକ ରୋଗ ହୋଇଥିଲା ଯାହାପରେ ସେ ନିଜ ଶରୀରରେ ବିସିଆଇ ଇମ୍ପ୍ଲାଣ୍ଟ କରାଇଥିଲେ । ଯାହା ତାଙ୍କର ପାରାଲାଇଜï କଣ୍ଡିସନରେ ସାହାଯ୍ୟ କରିବ । ତେବେ ବର୍ତ୍ତମାନ ସେ ଆଲେକ୍ସାକୁ ମଧ୍ୟ ଏହି ବିସିଆଇ ସାହାଯ୍ୟରେ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି, ଯାହା ତାଙ୍କ ଦୈନନ୍ଦିନ କାର୍ଯ୍ୟକୁ ଆହୁରି ସହଜ କରିବ । ବର୍ତ୍ତମାନ ଏହା ଉପରେ ଆହୁରି ଗବେଷଣା ଜାରି ରହିଛି ।