ବ୍ଲକ ଗ୍ରାଣ୍ଟ ଶିକ୍ଷକ-ଅଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର, ଉପକୃତ ହେବେ ୧ ଲକ୍ଷରୁ ଅଧିକ କର୍ମଚାରୀ

ଭୁବନେଶ୍ୱର,୯ା୩: ବ୍ଲକ୍‌ଗ୍ରାଣ୍ଟ ପାଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ଅବସରକାଳୀନ ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁଦାନ ଆଦେଶ ୨୦୦୮ ଓ ୨୦୦୯ ଅନ୍ତର୍ଭୁକ୍ତ ବ୍ଲକ୍‌ଗ୍ରାଣ୍ଟ କଲେଜ ଅଧ୍ୟାପିକା ଓ ଅଧ୍ୟାପକଙ୍କୁ ଅବସର ପରେ ଏକକାଳୀନ ୧୦ ଲକ୍ଷ ଟଙ୍କା ଓ କର୍ମଚାରୀମାନଙ୍କୁ ଏକକାଳୀନ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ୨୦୨୪ ପର୍ଯ୍ୟନ୍ତ ଅବସର ନେଇଥିବା ୯୫୨ ଜଣ ଅଧ୍ୟାପିକା/ଅଧ୍ୟାପକ ଓ ୧୦୨୫ ଜଣ କର୍ମଚାରୀଙ୍କୁ ଏକ ଅନୁଦାନ ମିଳିବ। ଏ ବାବଦରେ […] The post ବ୍ଲକ ଗ୍ରାଣ୍ଟ ଶିକ୍ଷକ-ଅଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର, ଉପକୃତ ହେବେ ୧ ଲକ୍ଷରୁ ଅଧିକ କର୍ମଚାରୀ appeared first on Dharitri Odia News.

ବ୍ଲକ ଗ୍ରାଣ୍ଟ ଶିକ୍ଷକ-ଅଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର, ଉପକୃତ ହେବେ ୧ ଲକ୍ଷରୁ ଅଧିକ କର୍ମଚାରୀ

ଭୁବନେଶ୍ୱର,୯ା୩: ବ୍ଲକ୍‌ଗ୍ରାଣ୍ଟ ପାଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ଅବସରକାଳୀନ ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁଦାନ ଆଦେଶ ୨୦୦୮ ଓ ୨୦୦୯ ଅନ୍ତର୍ଭୁକ୍ତ ବ୍ଲକ୍‌ଗ୍ରାଣ୍ଟ କଲେଜ ଅଧ୍ୟାପିକା ଓ ଅଧ୍ୟାପକଙ୍କୁ ଅବସର ପରେ ଏକକାଳୀନ ୧୦ ଲକ୍ଷ ଟଙ୍କା ଓ କର୍ମଚାରୀମାନଙ୍କୁ ଏକକାଳୀନ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

୨୦୨୪ ପର୍ଯ୍ୟନ୍ତ ଅବସର ନେଇଥିବା ୯୫୨ ଜଣ ଅଧ୍ୟାପିକା/ଅଧ୍ୟାପକ ଓ ୧୦୨୫ ଜଣ କର୍ମଚାରୀଙ୍କୁ ଏକ ଅନୁଦାନ ମିଳିବ। ଏ ବାବଦରେ ରାଜ୍ୟ ସରକାର ୧୪୯.୪୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହି ସୁବିଧା କେବଳ ଶତ ପ୍ରତିଶତ ଅନୁଦାନ ପାଉଥିବା ବେସରକାରୀ କଲେଜଗୁଡ଼ିକ ପାଇଁ ଉପଲବ୍ଧ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

ସେହିପରି ସରକାର ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଓ ସଂସ୍କୃତ ଟୋଲର ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ୬ ଲକ୍ଷ ଏବଂ ଅଣଶିକ୍ଷକ କର୍ମଚାରୀ ମାନଙ୍କୁ ୪ ଲକ୍ଷ ଏବଂ ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଦ୍ରାସାର ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ଟ.୫.୧୦ ଲକ୍ଷ ଲେଖାଏଁ ଏକ କାଳୀନ ଧନ ରାଶି ପ୍ରଦାନ ନିମନ୍ତେ ନିଷ୍ପତି ଗ୍ରହଣ କରିଅଛନ୍ତି

ଏହା ବ୍ୟତୀତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଜ୍ୟର ସମସ୍ତ ୟୁଜି ଓ ପିଜି ପିଲାଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା ଛାତ୍ରବୃତ୍ତି ପାଉଥିଲେ। ଏହାର କାର୍ଯ୍ୟକାରିତାର ସମୟସୀମାକୁ ବଢ଼ାଇବା ପାଇଁ ନୂଆ-ଓ ଛାତ୍ରବୃତ୍ତି ଗାଇଡ୍‌ଲାଇନ୍‌ ସଂଶୋଧନ କରାଯିବ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ସଂଶୋଧନ ଫଳରେ ଅନ୍ୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଭିନ୍ନ ଅଣବୈଷୟିକ ୟୁଜି, ପିଜି ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବାକୁ ସରକାର ଅନୁମତି ଦେବେ।

The post ବ୍ଲକ ଗ୍ରାଣ୍ଟ ଶିକ୍ଷକ-ଅଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର, ଉପକୃତ ହେବେ ୧ ଲକ୍ଷରୁ ଅଧିକ କର୍ମଚାରୀ appeared first on Dharitri Odia News.