ବ୍ଲାଷ୍ଟିଂ ବେଳେ ପଥର ଖଣ୍ଡ ଉଡ଼ି ଆସି ବାଜିଲା କାନମୁଣ୍ଡାରେ, ଚାଲିଗଲା ନାବାଳକଙ୍କ ଜୀବନ
ଦାମନଯୋଡ଼ି,୧୦ା୪(ମାନସ ରଞ୍ଜନ କର): କୋରାପୁଟ ଜିଲା ଦାମନଯୋଡ଼ି ଉପକଣ୍ଠସ୍ଥ ମାନିଆଁ ନିକଟରେ ଏକ ପଥର କ୍ୱାରୀରୁ ବ୍ଲାଷ୍ଟିଂ ବେଳେ ପଥରଖଣ୍ଡ ଉଡ଼ି ଆସି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛିି। ମୃତ ନାବାଳକ ଜଣଙ୍କ ସ୍ଥାନୀୟ ମରିଚମାଳ ଗ୍ରାମର ସାଲିନ ଓ ଝରଣା ମାଝିଙ୍କ ପୁଅ ରିତେଶ (୧୪) ବୋଲି ଜଣାପଡ଼ିଛି। ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଖବରନେବାରୁ ଜଣାପଡ଼ିଛି, ଆଜି ଅପରାହ୍ନରେ ରିତେଶ ଓ ଗ୍ରାମର ଉତ୍ତମ ଖରା ନାମକ ଦୁଇ ନାବାଳକ […] The post ବ୍ଲାଷ୍ଟିଂ ବେଳେ ପଥର ଖଣ୍ଡ ଉଡ଼ି ଆସି ବାଜିଲା କାନମୁଣ୍ଡାରେ, ଚାଲିଗଲା ନାବାଳକଙ୍କ ଜୀବନ appeared first on Dharitri Odia News.
ଦାମନଯୋଡ଼ି,୧୦ା୪(ମାନସ ରଞ୍ଜନ କର): କୋରାପୁଟ ଜିଲା ଦାମନଯୋଡ଼ି ଉପକଣ୍ଠସ୍ଥ ମାନିଆଁ ନିକଟରେ ଏକ ପଥର କ୍ୱାରୀରୁ ବ୍ଲାଷ୍ଟିଂ ବେଳେ ପଥରଖଣ୍ଡ ଉଡ଼ି ଆସି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛିି। ମୃତ ନାବାଳକ ଜଣଙ୍କ ସ୍ଥାନୀୟ ମରିଚମାଳ ଗ୍ରାମର ସାଲିନ ଓ ଝରଣା ମାଝିଙ୍କ ପୁଅ ରିତେଶ (୧୪) ବୋଲି ଜଣାପଡ଼ିଛି। ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।
ଖବରନେବାରୁ ଜଣାପଡ଼ିଛି, ଆଜି ଅପରାହ୍ନରେ ରିତେଶ ଓ ଗ୍ରାମର ଉତ୍ତମ ଖରା ନାମକ ଦୁଇ ନାବାଳକ ଗ୍ରାମ ନିକଟସ୍ଥ ମରିଚମାଳ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଏକ ଫୋନ୍ ଆସିବାରୁ ନଦୀର ବ୍ରିଜ୍ ପାଶର୍ବରେ ଠିଆହୋଇ ମୋବାଇଲରେ କଥା ହେଉଥିବା ସମୟରେ ନିକଟରେ ଥିବା ଏକ ପଥର କ୍ୱାରୀରେ ବ୍ଲାଷ୍ଟିଂ ଚାଲିଥିଲା। ଏହି ସମୟରେ ହଠାତ୍ ଏକ ପଥର ଖଣ୍ଡ ଉଡ଼ି ଆସି ରିତେଶଙ୍କ କାନମୁଣ୍ଡାରେ ବାଜିବାରୁ ଘଟଣାସ୍ଥଳରେ ସେ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ମାଥାଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବରପାଇ ଦାମନଯୋଡ଼ି ଥାନା ପୋଲିସ ଓ ସେମିଳିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ବେଳେ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ଜନଜୀବନ ସୁରକ୍ଷା ଦାବିରେ ଗ୍ରାମବାସୀ ଘଟଣାସ୍ଥଳରେ ରାସ୍ତାରୋକୋ କରିଥିବା ସୂଚନା ମିଳିଛି।
The post ବ୍ଲାଷ୍ଟିଂ ବେଳେ ପଥର ଖଣ୍ଡ ଉଡ଼ି ଆସି ବାଜିଲା କାନମୁଣ୍ଡାରେ, ଚାଲିଗଲା ନାବାଳକଙ୍କ ଜୀବନ appeared first on Dharitri Odia News.