ବ୍ୟବଚ୍ଛେଦ ପରେ ବାଘର ମୃତଦେହକୁ ପୋଡ଼ିଦେଲେ ବନ କର୍ମଚାରୀ
ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରେ ମଙ୍ଗଳବାର ଉଦ୍ଧାର ହୋଇଥିବା ମୃତ ବାଘର ବୁଧବାର ଶବ ବ୍ୟବଚ୍ଛେଦ ହୋଇଛି। ଭଟଲି ବ୍ଲକ ପଶୁଧନ ଚିକିତ୍ସାଳୟର ଡା. ଜିତେନ୍ଦ୍ର ମୋହନ ପଣ୍ଡା ଏବଂ ଅନ୍ୟ କର୍ମଚାରୀମାନେ ମୃତ ବାଘର ଶରୀର ପରିମାପ, ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ ପରେ ମୃତଦେହ ବ୍ୟବଚ୍ଛେଦ କରିଥିଲେ। ମୃତବାଘର କିଛିଅଂଶକୁ ସଂଗ୍ରହ କରିଥିଲେ। ତାକୁ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି। ବ୍ୟବଚ୍ଛେଦ ପରେ […] The post ବ୍ୟବଚ୍ଛେଦ ପରେ ବାଘର ମୃତଦେହକୁ ପୋଡ଼ିଦେଲେ ବନ କର୍ମଚାରୀ appeared first on Dharitri Odia News.
ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରେ ମଙ୍ଗଳବାର ଉଦ୍ଧାର ହୋଇଥିବା ମୃତ ବାଘର ବୁଧବାର ଶବ ବ୍ୟବଚ୍ଛେଦ ହୋଇଛି। ଭଟଲି ବ୍ଲକ ପଶୁଧନ ଚିକିତ୍ସାଳୟର ଡା. ଜିତେନ୍ଦ୍ର ମୋହନ ପଣ୍ଡା ଏବଂ ଅନ୍ୟ କର୍ମଚାରୀମାନେ ମୃତ ବାଘର ଶରୀର ପରିମାପ, ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ ପରେ ମୃତଦେହ ବ୍ୟବଚ୍ଛେଦ କରିଥିଲେ। ମୃତବାଘର କିଛିଅଂଶକୁ ସଂଗ୍ରହ କରିଥିଲେ। ତାକୁ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି। ବ୍ୟବଚ୍ଛେଦ ପରେ ମୃତବାଘକୁ ନିଆଁରେ ପୋଡ଼ି ଦିଆଯାଇଥିଲା। ବରଗଡ଼ ଡିଏଫ୍ଓ ବିକ୍ରମଦେବ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର କୁମାର ଭୋଇ, ହରମୋହନ ରଥ, ଭଟଲି ବନାଞ୍ଚଳ ଅଧିକାରୀ ସୁବୋଧ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ବରପାଲି ତହସିଲଦାର ରୁକ୍ମଣ ମେହେର, କର୍ଲା ପଞ୍ଚାୟତ ସରପଞ୍ଚ ତନୟା ଭୋଇ, ବିଶ୍ୱନାଥ ସାହୁ, ମୀନକେତନ ସାହୁ, ସଞ୍ଜୟ ଖମାରୀ, ସୁଶୀଲ କୁମାର ସାହୁ, ରାଜେନ୍ଦ୍ର କୁମାର ସିଂ, ପର୍ଶୁରାମ ପାଲ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।
The post ବ୍ୟବଚ୍ଛେଦ ପରେ ବାଘର ମୃତଦେହକୁ ପୋଡ଼ିଦେଲେ ବନ କର୍ମଚାରୀ appeared first on Dharitri Odia News.