ବ୍ୟାଟିଂ–ବୋଲିଂରେ କମାଲ, ଦିଲ୍ଲୀକୁ ହରାଇ ପ୍ଲେ ଅଫ୍ ଆଡ଼କୁ ଅଗ୍ରସର ବେଙ୍ଗାଲୁରୁ
ବେଙ୍ଗାଲୁରୁ: ବ୍ୟାଟରଙ୍କ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞର୍ସ ବେଙ୍ଗାଲୁରୁ ନିଜର କର ବା ମର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବେଙ୍ଗାଲୁରୁ ପ୍ଲେ ଅଫ୍ ଦିଗରେ ଆଉ ପାଦେ ଆଗକୁ ବଢିଛି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ମୁସ୍କିଲ ବଢି ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ରଜତ ପାଟିଦାରଙ୍କ ୫୨ ରନ ଓ ଓ୍ଵିଲ ଜ୍ୟାକ୍ସଙ୍କ ୪୧ ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୮୭ ରନ କରିଥିଲା। ଜବାବରେ ଦିଲ୍ଲୀ ୧୯.୧ ଓଭରରେ ୧୪୦ ରନ କରି ପାରିଛି। ଅକ୍ଷର ପଟେଲ୍ ୫୭ ରନ କରି ଏକାକୀ ସଂଘର୍ଷ କରିଥିବା ବେଳେ ଅନ୍ୟ ବ୍ୟାଟର ବିଫଳ ରହିଥିଲେ। ବେଙ୍ଗାଲୁରୁ ପକ୍ଷରୁ ବୋଲିଂରେ ୟଶ ଦୟାଲ ଓ ଲୋକି ଫର୍ଗ୍ୟୁସନ ପକ୍ଷରୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଦିଲ୍ଲୀ ୧୩ମ ମୁକାବିଲାରୁ ୭ ପରାଜୟ ଭୋଗିଥିବା ବେଳେ ଆରସିବି ଷଷ୍ଠ ବିଜୟ ହାସଲ କରିବା ସହ ନେଟ୍ ରନ ରେଟ୍ ମଜବୁତ କରିଛି। ଦଳ ଅଙ୍କ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି ବେଙ୍ଗାଲୁରୁ। ମେ ୧୮ ତାରିଖରେ ବେଙ୍ଗାଲୁରୁ ଓ ଚେନ୍ନାଇ ମଧ୍ୟରେ ଚଳିତ ସିଜିନରେ ଲିଗ୍ ପର୍ଯ୍ୟାୟର ସବୁଠୁ ବଡ଼ ମ୍ୟାଚ୍ ଖେଳାଯିବ।