ବଡ଼ ପ୍ଲାନିଂ କରି ହେଜ୍ବୋଲ୍ଲାକୁ ଫସାଇଲା ମୁସାଦ: ସିରିଜ୍ ବିସ୍ଫୋରଣ ପଛରେ ଇସ୍ରାଏଲୀ ଶେଲ୍ କମ୍ପାନୀ
ଜେରୁଜେଲମ୍,୧୯ା୯: ଲଗାତାର ଦୁଇ ଦିନ ସିରିଏଲ ବିସ୍ଫୋରଣ ଦ୍ୱାରା ଲେବାନନ୍ କମ୍ପିତ ହୋଇ ଉଠିଛି। ସବୁଆଡେ ପ୍ରାଣବିକଳାରେ ଲୋକଙ୍କ ଚିତ୍କାର ଶୁଭୁଥିଲା। ପ୍ରଥମ ଦିନରେ ପେଜର୍ ବିସ୍ଫୋରଣରେ ୧୨ ହେଜ୍ବୋଲ୍ଲା ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ପ୍ରାୟ ୪୦୦୦ ଲୋକ ଆହତ ହୋଇଥିଲେ। ଏହାପରେ ବୁଧବାର ୱାକି-ଟକି ଏବଂ ସୋଲାର ପ୍ୟାନେଲ ବିସ୍ଫୋରଣରେ ଆଉ ୨୫ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଶହ ଶହ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ ହେଜ୍ବୋଲ୍ଲା ଇସ୍ରାଏଲର ଗୋଇନ୍ଦା ସଂସ୍ଥା […] The post ବଡ଼ ପ୍ଲାନିଂ କରି ହେଜ୍ବୋଲ୍ଲାକୁ ଫସାଇଲା ମୁସାଦ: ସିରିଜ୍ ବିସ୍ଫୋରଣ ପଛରେ ଇସ୍ରାଏଲୀ ଶେଲ୍ କମ୍ପାନୀ appeared first on Dharitri Odia News.
ଜେରୁଜେଲମ୍,୧୯ା୯: ଲଗାତାର ଦୁଇ ଦିନ ସିରିଏଲ ବିସ୍ଫୋରଣ ଦ୍ୱାରା ଲେବାନନ୍ କମ୍ପିତ ହୋଇ ଉଠିଛି। ସବୁଆଡେ ପ୍ରାଣବିକଳାରେ ଲୋକଙ୍କ ଚିତ୍କାର ଶୁଭୁଥିଲା। ପ୍ରଥମ ଦିନରେ ପେଜର୍ ବିସ୍ଫୋରଣରେ ୧୨ ହେଜ୍ବୋଲ୍ଲା ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ପ୍ରାୟ ୪୦୦୦ ଲୋକ ଆହତ ହୋଇଥିଲେ। ଏହାପରେ ବୁଧବାର ୱାକି-ଟକି ଏବଂ ସୋଲାର ପ୍ୟାନେଲ ବିସ୍ଫୋରଣରେ ଆଉ ୨୫ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଶହ ଶହ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ ହେଜ୍ବୋଲ୍ଲା ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୁସାଦ ଦାୟୀ କରିଛି।
ରିପୋର୍ଟ ଅନୁଯାୟୀ ଲେବାନନ୍ରେ ସିରିଜ ବିସ୍ଫୋରଣର କାରଣ ସାଜିଥିବା ପେଜରଗୁଡ଼ିକର ନିର୍ମାତା ହେଉଛି ଇସ୍ରାଏଲ୍ର ଏକ ଶେଲ୍ କମ୍ପାନୀ। ଉକ୍ତ କମ୍ପାନୀ ନିୟମିତ ଭାବେ ଅନ୍ୟ କ୍ଲାଏଣ୍ଟଙ୍କ ପାଇଁ ପେଜର ନିର୍ମାଣ କରି ନ ଥାଏ। ତେବେ ହେଜ୍ବୋଲ୍ଲା ପାଇଁ ତିଆରି କରିଥିବା ପେଜରଗୁଡ଼ିକର ବ୍ୟାଟେରିରେ କମ୍ପାନୀ ବିସ୍ଫୋରକ ଖଞ୍ଜିଥିଲା ବୋଲି ୩ ଜଣ ଗୋଇନ୍ଦା ଅଧିକାରୀଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏହି ୩ ଅଧିକାରୀ ଆହୁରି କହିଛନ୍ତି, ପେଜର ତିଆରିରେ ନିୟୋଜିତ ବ୍ୟକ୍ତି ଓ ସଂସ୍ଥାର ପରିଚୟ ଗୋପନ ରଖିବା ଉଦ୍ଦେଶ୍ୟରେ ଅତିରିକ୍ତ ୨ଟି ଶେଲ୍ କମ୍ପାନୀ ଗଢ଼ାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୨ରେ ପ୍ରଥମେ ଅଳ୍ପ ପରିମାଣର ବିସ୍ଫୋରକଯୁକ୍ତ ପେଜର ଲେବାନନ୍କୁ ପଠାଯାଇଥିଲା।
ହେଜ୍ବୋଲ୍ଲା ସେକ୍ରେଟାରି ଜେନେରାଲ ହାସନ ନସରଲ୍ଲା ସେଲ୍ଫୋନ୍କୁ ଇସ୍ରାଏଲୀ ଏଜେଣ୍ଟ ଆଖ୍ୟା ଦେଇ ଏହାର ବ୍ୟବହାର ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ପେଜର ବ୍ୟବହାର କରିବାକୁ କହିଥିଲେ। ନସରଲ୍ଲାଙ୍କ ସମ୍ବୋଧନ ପରେ ଲେବାନନ୍ର ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ବିଏସି ନିର୍ମିତ ପେଜର ମଗାଇବା ପାଇଁ ବହୁସଂଖ୍ୟାରେ ଅର୍ଡର କରାଯାଇଥିଲା। ନସରଲ୍ଲା ହେଜ୍ବୋଲ୍ଲା ଅଧିକାରୀମାନଙ୍କୁ ସେଲ୍ଫୋନ ପରିବର୍ତ୍ତେ ପେଜର ଧରି ସାଙ୍ଗଠନିକ ବୈଠକ କରିବାକୁ ପରାମର୍ଶ ଦେଇଥିଲେ। ଏପରି କି ହେଜ୍ବୋଲ୍ଲାର ଗତିବିଧି ଓ ଯୋଜନା ସମ୍ପର୍କରେ କୌଣସି ସେଲ୍ ଫୋନ୍ରେ ନିଜର କୌଣସି ସହଯୋଗୀ କିମ୍ବା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ ନ କରାଇବା ପାଇଁ ସେ କହୁଥିଲେ।
ହେଜ୍ବୋଲ୍ଲା ପେଜରକୁ ଏକ ଆମତ୍ରକ୍ଷାମୂଳକ ଉପକରଣ ଭାବେ ବ୍ୟବହାର କରୁଥିଲା। କିନ୍ତୁ ଇସ୍ରାଏଲୀ ଇଣ୍ଟେଲିଜେନ୍ସ ଏହାକୁ ‘ବଟନ୍ସ’ ରୂପେ ବର୍ଗୀକୃତ କରିଥିଲା, ଯାହାକୁ ରଣନୈତିକ ସ୍ଥିତିରେ ଆକ୍ଟିଭେଟ୍ କରିହେବ। ପେଜରଗୁଡ଼ିକୁ ବିପ୍ ପାଇଁ ସେଟ୍ କରାଯାଇଥିଲା। ବିପ୍ କରିବା ପରେ ସେଗୁଡ଼ିକୁ ଧରିଥିବା ଲୋକେ ହେଜ୍ବୋଲ୍ଲା ଅଧିକାରୀମାନଙ୍କଠାରୁ କ’ଣ ମେସେଜ୍ ଆସିଛି ବୋଲି ଯାଞ୍ଚ କରିଥିଲେ। ଏହାର କିଛି ସେକେଣ୍ଡ ଭିତରେ ପେଜରଗୁଡ଼ିକରେ ବିସ୍ଫୋରଣ ଘଟି ଲେବାନନ୍ ସାରା ଆତଙ୍କ ସୃଷ୍ଟି ହୋଇଥିଲା।
The post ବଡ଼ ପ୍ଲାନିଂ କରି ହେଜ୍ବୋଲ୍ଲାକୁ ଫସାଇଲା ମୁସାଦ: ସିରିଜ୍ ବିସ୍ଫୋରଣ ପଛରେ ଇସ୍ରାଏଲୀ ଶେଲ୍ କମ୍ପାନୀ appeared first on Dharitri Odia News.