ଭଉଣୀ ଘର ଗାଁରେ ଭାଇଙ୍କୁ ହତ୍ୟା
ଆସିକା,୬ା୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା କୋଟିନଡ଼ା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମ ଅସବର୍ଣ୍ଣ ବସ୍ତିରେ ଶନିବାର ରାତି ପ୍ରାୟ ୯ଟାରେ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଗ୍ରାମର ହୃଷି ନାୟକ(୨୨)। ହୃଷି ପଢ଼ାଳ ଗ୍ରାମକୁ ତାଙ୍କ ଭଉଣୀ ଘରକୁ ଆସିଥିଲେ। ଭଉଣୀ ଶ୍ୱଶୁରଙ୍କର ସେହି ବସ୍ତିର ଜଣେ ଯୁବକଙ୍କ ସହ କୌଣସି କଥାକୁ ଯୁକ୍ତିତର୍କ ଚାଲିଥିଲା। ହୃଷୀ ସେଥିରେ ହସ୍ତକ୍ଷେପ କରିବାରୁ ବସ୍ତିର ଅନ୍ୟଜଣେ ଯୁବକ […] The post ଭଉଣୀ ଘର ଗାଁରେ ଭାଇଙ୍କୁ ହତ୍ୟା appeared first on Dharitri Odia News.
ଆସିକା,୬ା୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା କୋଟିନଡ଼ା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମ ଅସବର୍ଣ୍ଣ ବସ୍ତିରେ ଶନିବାର ରାତି ପ୍ରାୟ ୯ଟାରେ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଗ୍ରାମର ହୃଷି ନାୟକ(୨୨)। ହୃଷି ପଢ଼ାଳ ଗ୍ରାମକୁ ତାଙ୍କ ଭଉଣୀ ଘରକୁ ଆସିଥିଲେ। ଭଉଣୀ ଶ୍ୱଶୁରଙ୍କର ସେହି ବସ୍ତିର ଜଣେ ଯୁବକଙ୍କ ସହ କୌଣସି କଥାକୁ ଯୁକ୍ତିତର୍କ ଚାଲିଥିଲା। ହୃଷୀ ସେଥିରେ ହସ୍ତକ୍ଷେପ କରିବାରୁ ବସ୍ତିର ଅନ୍ୟଜଣେ ଯୁବକ ତାଙ୍କୁ ଛୁରିରେ ଅତର୍କିତ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ହୃଷିଙ୍କୁ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା କୋଡିନଡ଼ା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ କହିଛନ୍ତି।
The post ଭଉଣୀ ଘର ଗାଁରେ ଭାଇଙ୍କୁ ହତ୍ୟା appeared first on Dharitri Odia News.