ଭଉଣୀଙ୍କ ନଣନ୍ଦଙ୍କୁ ଭଲ ପାଇ ବସିଥିଲେ ପଙ୍କଜ ତ୍ରିପାଠୀ, ବିବାହର ୧୯ ବର୍ଷ ପରେ ବି ଆପଣାଇନାହାନ୍ତି ପରିବାର

ବମ୍ବେ: ସାଧାରଣତଃ ପ୍ରେମ ବିବାହରେ ଉଭୟ ପକ୍ଷଙ୍କ ପରିବାରକୁ ରାଜି କରାଇବା କଷ୍ଟକର ହୋଇଥାଏ। ଅଧିକାଂଶ ସମୟରେ ସହମତି ହୋଇ ନ ପାରିବାରୁ ପ୍ରେମୀଯୁଗଳ ପରିବାର ଇଚ୍ଛା ବିରୋଧରେ ଯାଇ ବିବାହ କରିଥାନ୍ତି। ପରେ କିଛି ପରିବାର ନିଜ ସନ୍ତାନର ଭୁଲକୁ ଗ୍ରହଣ କରୁଥିବା ବେଳେ କିଛି ତାଙ୍କୁ ପର କରିଦେଇଥାନ୍ତି। କିଛି ଏଭଳି ଚର୍ଚ୍ଚିତ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ସହ ଘଟିଛି। ବଲିଉଡ୍‌ଠାରୁ ଆରମ୍ଭ କରି ଓଟିଟିରେ ରାଜ୍‌ କରୁଥିବା ଅଭିନେତା ପଙ୍କଜ ପ୍ରେମ ବିବାହ […] The post ଭଉଣୀଙ୍କ ନଣନ୍ଦଙ୍କୁ ଭଲ ପାଇ ବସିଥିଲେ ପଙ୍କଜ ତ୍ରିପାଠୀ, ବିବାହର ୧୯ ବର୍ଷ ପରେ ବି ଆପଣାଇନାହାନ୍ତି ପରିବାର appeared first on Dharitri Odia News.

ଭଉଣୀଙ୍କ ନଣନ୍ଦଙ୍କୁ ଭଲ ପାଇ ବସିଥିଲେ ପଙ୍କଜ ତ୍ରିପାଠୀ, ବିବାହର ୧୯ ବର୍ଷ ପରେ ବି ଆପଣାଇନାହାନ୍ତି ପରିବାର

ବମ୍ବେ: ସାଧାରଣତଃ ପ୍ରେମ ବିବାହରେ ଉଭୟ ପକ୍ଷଙ୍କ ପରିବାରକୁ ରାଜି କରାଇବା କଷ୍ଟକର ହୋଇଥାଏ। ଅଧିକାଂଶ ସମୟରେ ସହମତି ହୋଇ ନ ପାରିବାରୁ ପ୍ରେମୀଯୁଗଳ ପରିବାର ଇଚ୍ଛା ବିରୋଧରେ ଯାଇ ବିବାହ କରିଥାନ୍ତି। ପରେ କିଛି ପରିବାର ନିଜ ସନ୍ତାନର ଭୁଲକୁ ଗ୍ରହଣ କରୁଥିବା ବେଳେ କିଛି ତାଙ୍କୁ ପର କରିଦେଇଥାନ୍ତି। କିଛି ଏଭଳି ଚର୍ଚ୍ଚିତ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ସହ ଘଟିଛି।

ବଲିଉଡ୍‌ଠାରୁ ଆରମ୍ଭ କରି ଓଟିଟିରେ ରାଜ୍‌ କରୁଥିବା ଅଭିନେତା ପଙ୍କଜ ପ୍ରେମ ବିବାହ କରିଛନ୍ତି। ନିଜ ଭଉଣୀଙ୍କ ନଣନ୍ଦ ମୃଦୁଳାଙ୍କୁ ସେ ଜୀବନସାଥୀ ରୂପେ ବାଛିଛନ୍ତି। ହେଲେ ତାଙ୍କ ପରିବାରଲୋକେ ବିବାହର ୧୯ ବର୍ଷ ପରେ ମଧ୍ୟ ସ୍ତ୍ରୀଙ୍କୁ ଆପଣାଇ ନାହାନ୍ତି। ମୃଦୁଳାଙ୍କ ଏକ ସାକ୍ଷାତକାରରେ ଏନେଇ ଖୁଲାସା ହୋଇଛି।

ଅତୁଲ ୟୁଟ୍ୟୁବ୍‌ ଚ୍ୟାନେଲରେ ଆଲୋଚନା ବେଳେ ମୃଦୁଳା ନିଜର ଶାଶୁଙ୍କୁ ନେଇ ଏଭଳି କିଛି କହିଛନ୍ତି, ଯାହାକୁ ଶୁଣି ଅନେକେ ଭାବୁକ ହେଉଛନ୍ତି। ପଙ୍କଜ ପ୍ରେମବିବାହ କରିଥିବାରୁ ତାଙ୍କ ମା’ ଖପ୍ପା ଅଛନ୍ତି।

ମୃଦୁଳା କହିଛନ୍ତି, ପଙ୍କଜଙ୍କ ଭଉଣୀଙ୍କ ବିବାହ ମୋ’ ଭାଇଙ୍କ ସହ ହୋଇଛି। ଏହି ବିବାହରେ ଆମେ ପରସ୍ପରକୁ ଭେଟିଥିଲୁ। ଏହାପରେ ଆମେ ପରସ୍ପରର ନିକଟତର ହୋଇଥିଲୁ। ଅନେକ ଦିନ ଧରି ଏ ବିଷୟରେ କେହି ଜାଣି ପାରି ନ ଥିଲେ। ହେଲେ ପଙ୍କଜଙ୍କ ମା’ ସବୁ ଜାଣି ପାରିଥିଲେ। ସେ ମୋତେ ପଙ୍କଜଙ୍କୁ ଭାଇ କହି ଡାକିବାକୁ କହୁଥିଲେ। ହେଲେ ମୁଁ ସେଭଳି କିଛି କରି ନ ଥିଲି। ମୁଁ ତାଙ୍କୁ ‘ଜି’ ସମ୍ବୋଧନ କରୁଥିଲି।

ଏହାଛଡ଼ାର ମୃଦୁଳା କହିଛନ୍ତି ଯେ ଆମ ଅଞ୍ଚଳରେ ବଡ଼ ଘର ଝିଅ ଛୋଟ ଘରକୁ ବିବାହ କରି ଆସନ୍ତି ନାହିଁ। ଏଣୁ ଆମ ବିବାହରେ ବହୁତ ଅସୁବିଧା ହୋଇଥିଲା। ଶେଷରେ କିନ୍ତୁ ଆମେ ବିବାହ କରିନେଇଥିଲୁ। ହେଲେ ଆଜିଯାଏ ପଙ୍କଜଙ୍କ ମା’ ମୋତେ ଗ୍ରହଣ କରିନାହାନ୍ତି।

ତେବେ ନିକଟରେ ପଙ୍କଜ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସ୍ତ୍ରୀ’ରେ ନଜର ଆସିଥିଲେ। ଏଥିରେ ତାଙ୍କ ଅଭିନୟ ସମସ୍ତଙ୍କ ମନ ଜିଣିଥିଲା। ବକ୍ସ ଅଫିସରେ ଏହି ଫିଲ୍ମ ଜବରଦସ୍ତ ରୋଜଗାର କରିଥିଲା।

The post ଭଉଣୀଙ୍କ ନଣନ୍ଦଙ୍କୁ ଭଲ ପାଇ ବସିଥିଲେ ପଙ୍କଜ ତ୍ରିପାଠୀ, ବିବାହର ୧୯ ବର୍ଷ ପରେ ବି ଆପଣାଇନାହାନ୍ତି ପରିବାର appeared first on Dharitri Odia News.