ଭକୁଆ ହେଲେ ଛାତ୍ରୀଛାତ୍ର: ଏପଟେ ଆୟୋଜନା ସେପଟେ ପେଟ ପୂଜା କରି ଚାଲିଗଲା ଷ୍ଟାଣ୍ଡିଙ୍ଗ କମିଟି
ପୁରୁଷୋତ୍ତମପୁର,୧୫।୭ (ସୀମାଞ୍ଚଳ ମିଶ୍ର): ବିଧାନସଭା ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ରଛାତ୍ରୀଙ୍କୁ ଭକୁଆ ବନାଇ ନିରାଶ କରିଥିବା ବେଳେ ଏଥିରୁ ବାଦ୍ ପଡ଼ି ନାହାନ୍ତି ପୋଲିସ କର୍ମଚାରୀ। ଷ୍ଟାଣ୍ଡିଂ କମିଟିରେ ସ୍ଥାନୀୟ ଖଲ୍ଲିକୋଟ ବିଧ୍ୟାୟକ ଅଧକ୍ଷ ରହିଥିବାରୁ କଲେଜ ଛାତ୍ରଛାତ୍ରୀ ମାନେ ଚୌକି ମୁଣ୍ଡାଇ ନେଇ ପକାଇବା ସହ କମିଟିକୁ ସ୍ବାଗତ କରିବା ଓ କଲେଜରେ ଲାଗିରହିଥିବା ଘୋର ସମସ୍ୟାକୁ ନେଇ ଗୁହାରି ଜଣାଇବାଲାଗି ସକାଳ ୯ ଘଣ୍ଟ ଠାରୁ […] The post ଭକୁଆ ହେଲେ ଛାତ୍ରୀଛାତ୍ର: ଏପଟେ ଆୟୋଜନା ସେପଟେ ପେଟ ପୂଜା କରି ଚାଲିଗଲା ଷ୍ଟାଣ୍ଡିଙ୍ଗ କମିଟି appeared first on Dharitri Odia News.
ପୁରୁଷୋତ୍ତମପୁର,୧୫।୭ (ସୀମାଞ୍ଚଳ ମିଶ୍ର): ବିଧାନସଭା ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ରଛାତ୍ରୀଙ୍କୁ ଭକୁଆ ବନାଇ ନିରାଶ କରିଥିବା ବେଳେ ଏଥିରୁ ବାଦ୍ ପଡ଼ି ନାହାନ୍ତି ପୋଲିସ କର୍ମଚାରୀ। ଷ୍ଟାଣ୍ଡିଂ କମିଟିରେ ସ୍ଥାନୀୟ ଖଲ୍ଲିକୋଟ ବିଧ୍ୟାୟକ ଅଧକ୍ଷ ରହିଥିବାରୁ କଲେଜ ଛାତ୍ରଛାତ୍ରୀ ମାନେ ଚୌକି ମୁଣ୍ଡାଇ ନେଇ ପକାଇବା ସହ କମିଟିକୁ ସ୍ବାଗତ କରିବା ଓ କଲେଜରେ ଲାଗିରହିଥିବା ଘୋର ସମସ୍ୟାକୁ ନେଇ ଗୁହାରି ଜଣାଇବାଲାଗି ସକାଳ ୯ ଘଣ୍ଟ ଠାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ୩ ଘଣ୍ଟା ଖରାରେ ସିଝି ଠିଆହୋଇ ଜଗିରହିଥିବା ବେଳେ କଲେଜର କର୍ମଚାରୀ ମାନେ ମଧ୍ୟ ଜଗି ରହିଥିଲେ । ଏହାର ସୁରକ୍ଷା ଲାଗି ପୋଲିସ ପ୍ରଶାସନ ମଧ୍ୟ କଲେଜ ଗେଟ ଓ ଛକଠାରେ ଜଗିରହି ଟ୍ରାଫିକ ନିୟନ୍ତ୍ରଣ କରି ରାସ୍ତାକୁ ସୁନସାନ କରିଥିଲେ। ମାତ୍ର ବହୁଆଡମ୍ବର ଲଘୁକ୍ରିଆ ଭଳି ଷ୍ଟାଣ୍ଡଂ କମିଟି କଲେଜକୁ ଆସିବା ପରିବର୍ତ୍ତେ ପୂର୍ତ୍ତବିଭାଗୀୟ ଡାକବଙ୍ଗଳାରେ ଶିତତାପ ନିୟନ୍ତ୍ରୀତ କୋଠରୀରେ ବସି କିଛି କଲେଜ କର୍ମଚାରୀଙ୍କୁ ଡକାଇ କଥାହୋଇ ଖିଆପିଆ କରି ଚାଲି ଯାଇଥିଲେ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅଶୋନ୍ତୋଷ ପ୍ରକାଶ ପାଇଛି। ଆମକୁ ଭକୁଆ କରିଦେଲେ ବୋଲି ଛାତ୍ରଛାତ୍ରୀମାନେ ପ୍ରତିକ୍ରିଆରେ କହିଛନ୍ତି। ଏପରିକି ଯଦି କଲେଜକୁ ଆସିବାର ନଥିଲା ଆମକୁ ଆଗୁଆ ଜଣାଇଲେ ନାହିଁ କାହିଁକି ବୋଲି ବିଧାୟକଙ୍କ ଉପରେ ବର୍ଷିଛନ୍ତି ଛାତ୍ରଛାତ୍ରୀ। ଏହାକୁ ନେଇ ଏଠାରେ ତୀବ୍ର ଆଶୋନ୍ତୋଷ ଦେଖାଦେଇଛି ।
The post ଭକୁଆ ହେଲେ ଛାତ୍ରୀଛାତ୍ର: ଏପଟେ ଆୟୋଜନା ସେପଟେ ପେଟ ପୂଜା କରି ଚାଲିଗଲା ଷ୍ଟାଣ୍ଡିଙ୍ଗ କମିଟି appeared first on Dharitri Odia News.