ଭକ୍ତ କୌଣସି ଦିନ ଅଯୋଧ୍ୟା ଯାଇପାରିବେ: ଖାର୍ଗେ
ନୂଆଦିଲ୍ଲୀ,୧୩ା୧: ଜାନୁଆରୀ ୨୨ରେ ହେବାକୁ ଥିବା ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ କଂଗ୍ରେସ ମନା କରିବା ପରେ ଭାଜପା ନେତାମାନେ ବିରୋଧୀ ଦଳକୁ ସମାଲୋଚନା କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର କହିଛନ୍ତି, ଭଗବାନ ରାମଙ୍କ ଉପରେ ଆସ୍ଥା ରଖିଥିବା କୌଣସି ଭକ୍ତ ଯେକୌଣସି ଦିନ ଅଯୋଧ୍ୟା ଯାଇ ମନ୍ଦିରରେ ଦର୍ଶନ କରିପାରିବେ। ଭାଜପା ଏକ ଷଡ଼ଯନ୍ତ୍ରର ଅଂଶବିଶେଷ ସ୍ବରୂପ କଂଗ୍ରେସକୁ ଟାର୍ଗେଟ କରୁଛି। କଂଗ୍ରେସ କୌଣସି ଧର୍ମକୁ କି […] The post ଭକ୍ତ କୌଣସି ଦିନ ଅଯୋଧ୍ୟା ଯାଇପାରିବେ: ଖାର୍ଗେ appeared first on Dharitri Odia News.
ନୂଆଦିଲ୍ଲୀ,୧୩ା୧: ଜାନୁଆରୀ ୨୨ରେ ହେବାକୁ ଥିବା ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ କଂଗ୍ରେସ ମନା କରିବା ପରେ ଭାଜପା ନେତାମାନେ ବିରୋଧୀ ଦଳକୁ ସମାଲୋଚନା କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର କହିଛନ୍ତି, ଭଗବାନ ରାମଙ୍କ ଉପରେ ଆସ୍ଥା ରଖିଥିବା କୌଣସି ଭକ୍ତ ଯେକୌଣସି ଦିନ ଅଯୋଧ୍ୟା ଯାଇ ମନ୍ଦିରରେ ଦର୍ଶନ କରିପାରିବେ। ଭାଜପା ଏକ ଷଡ଼ଯନ୍ତ୍ରର ଅଂଶବିଶେଷ ସ୍ବରୂପ କଂଗ୍ରେସକୁ ଟାର୍ଗେଟ କରୁଛି। କଂଗ୍ରେସ କୌଣସି ଧର୍ମକୁ କି ଧର୍ମଗୁରୁଙ୍କୁ ଅପମାନିତ କରିନାହିଁ। କିନ୍ତୁ ଭାଜପାର ଧ୍ୟାନ ହଟାଇବା କୌଶଳରେ ଦଳ ପଡ଼ିବ ନାହିଁ। ମୁଦ୍ରାସ୍ଫୀତି ଓ ବେରୋଜଗାରି ଭଳି ପ୍ରସଙ୍ଗକୁ କଂଗ୍ରେସ ଉଠାଇ ଚାଲିଥିବ।
ପ୍ରକାଶ ଯେ, ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ ଓ ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେମାନେ ଏହାକୁ ନିର୍ବାଚନୀ ଲାଭ ପାଇଁ ଭାଜପାର ଏକ ରାଜନୈତିକ ପ୍ରକଳ୍ପ ଭାବେ ଅଭିହିତ କରି ଯୋଗଦେବେ ନାହିଁ ବୋଲି କହିଛନ୍ତି।
The post ଭକ୍ତ କୌଣସି ଦିନ ଅଯୋଧ୍ୟା ଯାଇପାରିବେ: ଖାର୍ଗେ appeared first on Dharitri Odia News.