ଭଞ୍ଜନଗରରେ ପୋଲିସ ପ୍ରତିଷ୍ଠା ଦିବସ
ଭଞ୍ଜନଗର,୧ା୪(ବାବୁଲ ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ଆଇଆର୍ବି ୮ମ ସ୍ବତନ୍ତ୍ର ବାଟାଲିୟନରେ ସୋମବାର ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ କମାଣ୍ଡିଙ୍ଗ ଅଫିସର ହୃଷୀକେଶ ରଥ ମୁଖ୍ୟ ଅତଥି ଭାବେ ଯୋଗଦେଇ ପରେଡ୍ରେ ଅଭିବାଦନ ଗ୍ରହଣ କରିବା ସହ ଓଡ଼ିଶା ପୋଲିସର ଇତିହାସ ସମ୍ପର୍କରେ କହିଥିଲେ। ଏଥିସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସେ ପଠନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ଏସ୍ଆଇ […] The post ଭଞ୍ଜନଗରରେ ପୋଲିସ ପ୍ରତିଷ୍ଠା ଦିବସ appeared first on Dharitri Odia News.
ଭଞ୍ଜନଗର,୧ା୪(ବାବୁଲ ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା
ଆଇଆର୍ବି ୮ମ ସ୍ବତନ୍ତ୍ର ବାଟାଲିୟନରେ ସୋମବାର ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ କମାଣ୍ଡିଙ୍ଗ ଅଫିସର ହୃଷୀକେଶ ରଥ ମୁଖ୍ୟ ଅତଥି ଭାବେ ଯୋଗଦେଇ ପରେଡ୍ରେ ଅଭିବାଦନ ଗ୍ରହଣ କରିବା ସହ ଓଡ଼ିଶା ପୋଲିସର ଇତିହାସ ସମ୍ପର୍କରେ କହିଥିଲେ। ଏଥିସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସେ ପଠନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ଏସ୍ଆଇ ରବୀନ୍ଦ୍ର କୁମାର ନନ୍ଦ, ଏଏସ୍ଆଇ ଜଗନ୍ନାଥ ତିଓ୍ବାରୀ, ହାବିଲଦାର କୁମାର ନାୟକ, ପ୍ରଭୁଦତ୍ତ ମଣ୍ଡଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡେପୁଟି କମାଣ୍ଡିଂ ଅଫିସର ଲଳିତ କୁମାର ବାଗ, ଆସିଷ୍ଟାଣ୍ଟ କମାଣ୍ଡିଂ ଅଫିସର ରଞ୍ଜିତ ବର୍ଲା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପରେଡକୁ ଆସିଷ୍ଟାଣ୍ଟ କମାଣ୍ଡିଂ ଅଫିସର ମନୋରଞ୍ଜନ ତରାଇ , ଅତିସ କୁମାର ସାହୁ ପରିଚାଳନା କରିଥିଲେ।
The post ଭଞ୍ଜନଗରରେ ପୋଲିସ ପ୍ରତିଷ୍ଠା ଦିବସ appeared first on Dharitri Odia News.