ଭଡ଼ାଘରେ ଆର୍ଜେ ସିମରନ୍ଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ…
ନୂଆଦିଲ୍ଲୀ,୨୬।୧୨: ଜମ୍ମୁର ଲୋକପ୍ରିୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ତଥା ଆର୍ଜେ ସିମରନ୍ ସିଂଙ୍କ ଆତ୍ମହତ୍ୟା। ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ତେବେ ତାଙ୍କ ମୃତଦେହକୁ ଗୁରୁଗାଓଁ ସ୍ଥିତ ସେକ୍ଟର ୪୬ର ଏକ ଭଡ଼ା ଆପାର୍ଟମେଣ୍ଟରୁ ଜବତ କରାଯାଇଛି। ପୋଲିସ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛି। ଝୁଲନ୍ତା ଅବସ୍ଥାରେ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ତାଙ୍କର ପୋଷ୍ଟମର୍ଟମ ଶେଷ ହୋଇଛି। ତାଙ୍କ […] The post ଭଡ଼ାଘରେ ଆର୍ଜେ ସିମରନ୍ଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ… appeared first on Dharitri Odia News.
ନୂଆଦିଲ୍ଲୀ,୨୬।୧୨: ଜମ୍ମୁର ଲୋକପ୍ରିୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ତଥା ଆର୍ଜେ ସିମରନ୍ ସିଂଙ୍କ ଆତ୍ମହତ୍ୟା। ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ତେବେ ତାଙ୍କ ମୃତଦେହକୁ ଗୁରୁଗାଓଁ ସ୍ଥିତ ସେକ୍ଟର ୪୬ର ଏକ ଭଡ଼ା ଆପାର୍ଟମେଣ୍ଟରୁ ଜବତ କରାଯାଇଛି। ପୋଲିସ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛି।
ଝୁଲନ୍ତା ଅବସ୍ଥାରେ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ତାଙ୍କର ପୋଷ୍ଟମର୍ଟମ ଶେଷ ହୋଇଛି। ତାଙ୍କ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଆର୍ଜେ ସିମରନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ସ୍ତବ୍ଧ ହୋଇଯାଇଛନ୍ତି। ଅପରପକ୍ଷେ ପୋଲିସକୁ ମୃତଦେହ ନିକଟରେ କୌଣସି ଲେଟର କିମ୍ବା ନୋଟ୍ ମିଳିନାହିଁ। ଏମିତିରେ ପୋଲିସ ଘଟଣାର ଯାଞ୍ଚ କରୁଛି।
ଇନଷ୍ଟାଗ୍ରାମରେ ସିମରନ୍ ସପ୍ତାହେ ପୂର୍ବେ ପୋଷ୍ଟ କରିଥିଲେ। ଏବେ ପ୍ରଶଂସକମାନେ ସେଠାରେ ପ୍ରତିକ୍ରିୟା ରଖୁଛନ୍ତି।
ପୋଲିସ ମୁତାବକ, ସିମରନ୍ଙ୍କ ଘରଲୋକଙ୍କ କହିବାନୁଯାୟୀ ତାଙ୍କ ଝିଅ ଦୀର୍ଘଦିନରୁ ଚିନ୍ତାରେ ରହିଥିଲେ। କୌଣସି ସମସ୍ୟା ଯୋଗୁ ସେ ଏତେବଡ଼ ପଦକ୍ଷେପ ନେଇପାରିଥାନ୍ତି।
The post ଭଡ଼ାଘରେ ଆର୍ଜେ ସିମରନ୍ଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ… appeared first on Dharitri Odia News.