ଭଦ୍ରକରେ ୩୫ କେନ୍ଦ୍ରରେ ଚାଲିଛି ଯୁକ୍ତ ୨ ପରୀକ୍ଷା

ଭଦ୍ରକ,୧୬ା୨(ସନାତନ ରାଉତ): ଶୁକ୍ରବାରଠାରୁ +୨ ବିଜ୍ଞାନ ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇଛି। ଭଦ୍ରକ ଜିଲାରେ କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ୍‌ ୧୨୨୨୦ ପିଲା ଚଳିତଥର ପରୀକ୍ଷା ଦେଉଥିବା ବେଳେ ପ୍ରଥମଦିନରେ ବିଜ୍ଞାନରେ ୨୮୭୯ ପିଲା ପରୀକ୍ଷା ଦେଉଛନ୍ତି। ଭଦ୍ରକ କଲେଜରେ ୫୨୦ ପିଲା ସମେତ ୮ ଟି ଘରୋଇ କଲେଜର ପିଲାଙ୍କୁ ମିଶାଇ ମୋଟ୍‌ ୯୮୭ ପିଲା ପରୀକ୍ଷା ଦେଉଛନ୍ତି। ଜିଲାରେ ଭଦ୍ରକ କଲେଜ, ବିଏନ୍‌ଏମ୍‌ କଲେଜ ପାଳିଆ, ଏବି କଲେଜ […] The post ଭଦ୍ରକରେ ୩୫ କେନ୍ଦ୍ରରେ ଚାଲିଛି ଯୁକ୍ତ ୨ ପରୀକ୍ଷା appeared first on Dharitri Odia News.

ଭଦ୍ରକରେ ୩୫ କେନ୍ଦ୍ରରେ ଚାଲିଛି ଯୁକ୍ତ ୨ ପରୀକ୍ଷା

ଭଦ୍ରକ,୧୬ା୨(ସନାତନ ରାଉତ): ଶୁକ୍ରବାରଠାରୁ +୨ ବିଜ୍ଞାନ ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇଛି। ଭଦ୍ରକ ଜିଲାରେ କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ୍‌ ୧୨୨୨୦ ପିଲା ଚଳିତଥର ପରୀକ୍ଷା ଦେଉଥିବା ବେଳେ ପ୍ରଥମଦିନରେ ବିଜ୍ଞାନରେ ୨୮୭୯ ପିଲା ପରୀକ୍ଷା ଦେଉଛନ୍ତି। ଭଦ୍ରକ କଲେଜରେ ୫୨୦ ପିଲା ସମେତ ୮ ଟି ଘରୋଇ କଲେଜର ପିଲାଙ୍କୁ ମିଶାଇ ମୋଟ୍‌ ୯୮୭ ପିଲା ପରୀକ୍ଷା ଦେଉଛନ୍ତି। ଜିଲାରେ ଭଦ୍ରକ କଲେଜ, ବିଏନ୍‌ଏମ୍‌ କଲେଜ ପାଳିଆ, ଏବି କଲେଜ ବାସୁଦେବପୁର, ଆଗରପଡ଼ା ଓ ଧାମନଗର ମୋଟ୍‌ ୫ ଟି କଲେଜରେ ପ୍ରଶ୍ନପତ୍ର ହବ୍‌ କରାଯାଇଛି। ବିଡିଓମାନେ ସ୍ବତନ୍ତ୍ର ଅଫିସର ଭାବେ ପ୍ରଶ୍ନପତ୍ର ହବ୍‌ ଦାୟିତ୍ୱରେ ଥିବା ବେଳେ ୩୫ ଜଣ ରାଜସ୍ବ ନିରୀକ୍ଷକଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଜିଲାରେ କଳାରେ ୮୦୬୨, ବାଣିଜ୍ୟରେ ୧୨୭୯ ପିଲା  ପରୀକ୍ଷା ଦେବେ।

The post ଭଦ୍ରକରେ ୩୫ କେନ୍ଦ୍ରରେ ଚାଲିଛି ଯୁକ୍ତ ୨ ପରୀକ୍ଷା appeared first on Dharitri Odia News.