ଭଲିବଲ: ଛତିଶଗଡକୁ ହରାଇ ହରିୟାଣା ଚାମ୍ପିୟନ

ରାଉରକେଲା,୪।୩(ଦିନେଶ ମିଶ୍ର): ରାଉରକେଲା ସେକ୍ଟର-୨୦ ସ୍ଥିତ ରାଇଜିଂ ଖେଳ ପଡିଆରେ ରାଇଜିଂ କ୍ଲବ ପକ୍ଷରୁ ଚାଲିଥିବା ଅଲ୍‌ ଇଣ୍ଡିଆ ଭଲବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଛତିଶଗଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିଲା। ଏଥିରେ ହରିୟାଣା ଦଳ ଛତିଶଗଡକୁ ୩-୦ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ଫାଇନାଲ ମ୍ୟାଚ୍‌ରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଦଳ ହରିୟାଣାକୁ ୧୫ […] The post ଭଲିବଲ: ଛତିଶଗଡକୁ ହରାଇ ହରିୟାଣା ଚାମ୍ପିୟନ appeared first on Dharitri Odia News.

ଭଲିବଲ: ଛତିଶଗଡକୁ ହରାଇ ହରିୟାଣା ଚାମ୍ପିୟନ

ରାଉରକେଲା,୪।୩(ଦିନେଶ ମିଶ୍ର): ରାଉରକେଲା ସେକ୍ଟର-୨୦ ସ୍ଥିତ ରାଇଜିଂ ଖେଳ ପଡିଆରେ ରାଇଜିଂ କ୍ଲବ ପକ୍ଷରୁ ଚାଲିଥିବା ଅଲ୍‌ ଇଣ୍ଡିଆ ଭଲବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଛତିଶଗଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିଲା। ଏଥିରେ ହରିୟାଣା ଦଳ ଛତିଶଗଡକୁ ୩-୦ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା।

ଫାଇନାଲ ମ୍ୟାଚ୍‌ରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଦଳ ହରିୟାଣାକୁ ୧୫ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ୍‌ ଛତିଶଗଡ ଦଳକୁ ୧୧ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।

ସେହିପରି ପ୍ରତିଯୋଗିତାର ଶ୍ରେଷ୍ଠ ଷ୍ଟ୍ରାଇକର ଭାବେ ହରିୟାଣାର ରଜତ ଓ ଶ୍ରେଷ୍ଠ ଖେଳାଳି ଭାବେ ଛତିଶଗଡ ଦଳର ୟସ୍‌ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ସଟ୍‌ର ଭାବେ ତୟାବ ଓ ବିକାଶଙ୍କ ସମେତ ଶ୍ରେଷ୍ଠ ଲିବୋରୋ ଭାବେ ପପୁଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ରତିଯୋଗିତାରେ ରେଫରୀ ନିରଞ୍ଜନ ନାୟକ, ସଞ୍ଜୀବ ଚାନ୍ଦ, ଆଦିକନ୍ଦ ପରିଡା, ସଞ୍ଜୀବ ମହାନ୍ତି, ସୁଶାନ୍ତ ଗୌଡ, ସସ୍ମିତା ଦାସ, ଆନ୍ନା କେରକେଟ୍ଟା, ସୁଜୟ ନାୟକ, ଦୁର୍ଗାମାଧବ ନାୟକ ପ୍ରମୁଖ ମ୍ୟାଚ୍‌ ପରିଚାଳନା କରିଥିଲେ। କ୍ଲବର ସାଙ୍ଗଠନିକ ସମ୍ପାଦକ ଶିଶିର ସାହୁ, ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ମିଶ୍ର, କମଳାକାନ୍ତ ନାୟକ, ବିନୋଦ ରାୟ ରମେଶ ପ୍ରଧାନ, ସଞ୍ଜୟ ଦାସ, ରମେଶ ଚନ୍ଦ୍ର ମହାନ୍ତି, ସତ୍ୟନାରାୟଣ ପ୍ରଧାନ, ସମୀର ରାୟ, ଅନୀଲ ସିଂ, ସୌଭାଗ୍ୟ ମିଶ୍ର, ଦୁଷ୍ମନ୍ତ ପାତ୍ର, ଅମର ଦାସ, ଇନ୍ଦ୍ରଜିତ ସିଂ, ଧରଣୀଧର ବିଶ୍ୱାଳ, ମନୋଜ ତିୱାରି ପ୍ରମୁଖ ସହଯୋଗ କରିଥିଲେ ା

The post ଭଲିବଲ: ଛତିଶଗଡକୁ ହରାଇ ହରିୟାଣା ଚାମ୍ପିୟନ appeared first on Dharitri Odia News.