ରାଗିଲେ କରନ୍ ଜୋହର
ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍କୁ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ ବିନ୍ଦାସ ଅନ୍ଦାଜରେ ନିଜ ମତ ରଖିବା ପାଇଁ ମଧ୍ୟ ବେଶ୍ ଜଣାଶୁଣା। ସମ୍ପ୍ରତି ଏହି ଫିଲ୍ମ ନିର୍ମାତା ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରି ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏକ ଟିଭି ଶୋ’ରେ ଜଣେ ହାସ୍ୟ ଅଭିନେତାଙ୍କ ଦ୍ୱାରା କରାଯାଇଥିବା ତାଙ୍କର ‘ଖରାପ ମିମିକ୍ରି’କୁ କରନ୍ ନାପସନ୍ଦ କରିଛନ୍ତି। ଏ ସମ୍ପର୍କରେ ସେ […] The post ରାଗିଲେ କରନ୍ ଜୋହର appeared first on Dharitri Odia News.
ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍କୁ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ ବିନ୍ଦାସ ଅନ୍ଦାଜରେ ନିଜ ମତ ରଖିବା ପାଇଁ ମଧ୍ୟ ବେଶ୍ ଜଣାଶୁଣା। ସମ୍ପ୍ରତି ଏହି ଫିଲ୍ମ ନିର୍ମାତା ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରି ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏକ ଟିଭି ଶୋ’ରେ ଜଣେ ହାସ୍ୟ ଅଭିନେତାଙ୍କ ଦ୍ୱାରା କରାଯାଇଥିବା ତାଙ୍କର ‘ଖରାପ ମିମିକ୍ରି’କୁ କରନ୍ ନାପସନ୍ଦ କରିଛନ୍ତି। ଏ ସମ୍ପର୍କରେ ସେ ନିଜ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଷ୍ଟୋରି ଶେୟାର କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରୋଗ୍ରାମରେ ତାଙ୍କର କରାଯାଇଥିବା ମିମିକ୍ରିକୁ କରନ ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ଶେୟାର କରିଛନ୍ତି। ଜଣେ ଫିଲ୍ମ ଇଣ୍ଡଷ୍ଟ୍ରିର ବ୍ୟକ୍ତି ବିଶେଷଙ୍କ ଦ୍ୱାରା କରାଯାଇଥିବା ଏହି ମିମିକ୍ରି ତାଙ୍କୁ ଆଘାତ ଦେଇଥିବା ସେ ନିଜ ଷ୍ଟୋରିରେ ଦର୍ଶାଇଛନ୍ତି। କରନ୍ ତାଙ୍କ ମା’ଙ୍କ ସହ ଏକ ପ୍ରତିଷ୍ଠିତ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏକ ରିୟଲିଟି କମେଡି ଶୋ’ ଦେଖୁଥିଲେ। ଏହି ପ୍ରୋଗ୍ରାମରେ ହାସ୍ୟ ଅଭିନେତା ଜଣକ ତାଙ୍କୁ ଇଙ୍ଗିତ କରି ବ୍ୟଙ୍ଗାତ୍ମକ ମିମିକ୍ରି କରିଥିଲେ। ଏହା ତାଙ୍କୁ ଓ ତାଙ୍କ ମା’ଙ୍କୁ ବହୁମାତ୍ରାରେ ଆଘାତ ଦେଇଥିବା କରନ ଦର୍ଶାଇଛନ୍ତି। ତେବେ ତାଙ୍କ ମିମିକ୍ରି କରିଥିବା ହାସ୍ୟ ଅଭିନେତାଙ୍କ ନାମ କରନ୍ ନେଇନାହାନ୍ତି। ତାଙ୍କର ଏହି ଷ୍ଟୋରିକୁ ଅନ୍ୟତମ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଏକତା କପୁର ସମର୍ଥନ କରିଛନ୍ତି। ସେ ନିଜ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଷ୍ଟୋରି ଦେଇ ଲେଖିଛନ୍ତି, ଏବେ ଏହିପରି କିଛି କଣ୍ଟେଣ୍ଟ ପାଇଁ ବିଭିନ୍ନ ହାସ୍ୟ କାର୍ଯ୍ୟକ୍ରମର ସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଏକତାଙ୍କ ଏହି ଷ୍ଟୋରିକୁ କରନ୍ ଶେୟାର କରିଛନ୍ତି।
The post ରାଗିଲେ କରନ୍ ଜୋହର appeared first on Dharitri Odia News.