ଭାଇ-ଭଉଣୀ ସମ୍ପର୍କର ଶକ୍ତ ରଜୁ ହେଉଛି ରାକ୍ଷୀ
ଘର, ବାହାର, ଅଫିସ, ଅନୁଷ୍ଠାନ ସବୁଠି ପାଳିତ ହୋଇଛି ପବିତ୍ର ରକ୍ଷା ବନ୍ଧନ ଉତ୍ସବ।
ରାକ୍ଷୀ। ଭାଇ-ଭଉଣୀ ସମ୍ପର୍କର ଶକ୍ତ ରଜୁ। ଅତୁଟ ବନ୍ଧନର ନିବିଡ଼ ସେତୁ। ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଉତ୍ସବମୁଖର ଗାଁଠୁ ସହର। ସକାଳୁ ସକାଳୁ ବେଶ୍ ଆନନ୍ଦ-ଉତ୍ସାହର ସହ ପୂଜାର୍ଚ୍ଚନା ଓ ବନ୍ଦାପନା କରି ଭାଇ ହାତରେ ଭଉଣୀ ବାନ୍ଧି ଦେଇଥିଲା ସ୍ନେହବୋଳା ସମ୍ପର୍କର ରଜୁ। ଆଉ ପ୍ରତି ବଦଳରେ ଭଉଣୀ ପାଇଥିଲା ଭାଇଠୁ ସାରା ଜୀବନ ପାଇଁ ସୁରକ୍ଷାର ସଂକଳ୍ପ। ଘର, ବାହାର, ଅଫିସ, ଅନୁଷ୍ଠାନ ସବୁଠି ପାଳିତ ହୋଇଛି ପବିତ୍ର ରକ୍ଷା ବନ୍ଧନ ଉତ୍ସବ।