ଭାଇକୁ ବାଡେଇ ପକାଇଲେ ମେଡିକାଲରେ, ଆଉ ଏବେ ଭଉଣୀଙ୍କୁ ଦଉଛନ୍ତି…
ପାଣିକୋଇଲି,୨୧।୮(ବିକାଶ ମଲ୍ଲିକ):ଏକ ମରଣାନ୍ତକ ଆକ୍ରମଣ ମାମଲାରେ ମଙ୍ଗଳପୁର ଥାନା ପୋଲିସ ଚୁପ୍ ବିରୋଧରେ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତଙ୍କ ଭଉଣୀ। ଅଭିଯୋଗ ମୁତାବକ, ଈଶ୍ୱରପୁର ଗ୍ରାମର ନାରାୟଣ ଚନ୍ଦ୍ର ଦାସଙ୍କ ଚାଷଜମିରେ ବାଡ଼ ବୁଜାଯାଇଥିଲା। ଗ୍ରାମର ପ୍ରଫୁଲ୍ଲ ବେହେରା ଓ ତାଙ୍କ ପୁଅମାନେ ମିଶି ଉକ୍ତ ବାଡକୁ ଓପାଡୁଥିଲେ। ଏହାକୁ ନାରାୟଣଙ୍କ ପୁଅ ସମ୍ବିତ ବିରୋଧ କରିବାରୁ ସଂଘବଦ୍ଧ ଭାବେ ପ୍ରଫୁଲ୍ଲ ଓ ତାଙ୍କ ପୁଅମାନେ ମିଶି ଆକ୍ରମଣ କରିଥିଲେ। ଫଳରେ ସମ୍ବିତ ଗୁରୁତର ହେବା ସହ […] The post ଭାଇକୁ ବାଡେଇ ପକାଇଲେ ମେଡିକାଲରେ, ଆଉ ଏବେ ଭଉଣୀଙ୍କୁ ଦଉଛନ୍ତି… appeared first on Dharitri Odia News.
ପାଣିକୋଇଲି,୨୧।୮(ବିକାଶ ମଲ୍ଲିକ):ଏକ ମରଣାନ୍ତକ ଆକ୍ରମଣ ମାମଲାରେ ମଙ୍ଗଳପୁର ଥାନା ପୋଲିସ ଚୁପ୍ ବିରୋଧରେ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତଙ୍କ ଭଉଣୀ। ଅଭିଯୋଗ ମୁତାବକ, ଈଶ୍ୱରପୁର ଗ୍ରାମର ନାରାୟଣ ଚନ୍ଦ୍ର ଦାସଙ୍କ ଚାଷଜମିରେ ବାଡ଼ ବୁଜାଯାଇଥିଲା। ଗ୍ରାମର ପ୍ରଫୁଲ୍ଲ ବେହେରା ଓ ତାଙ୍କ ପୁଅମାନେ ମିଶି ଉକ୍ତ ବାଡକୁ ଓପାଡୁଥିଲେ। ଏହାକୁ ନାରାୟଣଙ୍କ ପୁଅ ସମ୍ବିତ ବିରୋଧ କରିବାରୁ ସଂଘବଦ୍ଧ ଭାବେ ପ୍ରଫୁଲ୍ଲ ଓ ତାଙ୍କ ପୁଅମାନେ ମିଶି ଆକ୍ରମଣ କରିଥିଲେ। ଫଳରେ ସମ୍ବିତ ଗୁରୁତର ହେବା ସହ କ୍ଷତାକ୍ତ ଅବସ୍ଥାରେ ମଙ୍ଗଳପୁର ଥାନାରେ ପହଞ୍ଚିବାପରେ ପୋଲିସ ତାଙ୍କୁ ମଙ୍ଗଳପୁର ଚିକିତ୍ସାଳୟ ପଠାଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ନଂ.୨୮୧/୨୪ ରୁଜୁ କରି ପ୍ରଫୁଲ୍ଲଙ୍କ ପୁଅ ଶେତାମ୍ବରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମାତ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ। କଟକରେ ସମ୍ବିତ ଚିକିତ୍ସିତ ହେଉଥିବା ବେଳେ ଗତ ୧୯ ତାରିଖରେ ପ୍ରଫୁଲ୍ଲଙ୍କ ଅନ୍ୟ ପୁଅ କୁନୁ ବେହେରା ସମ୍ବିତଙ୍କ ଭଉଣୀ ସରିତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ମଧ୍ୟ ଦେଇଛନ୍ତି। ଏନେଇ ସରିତା ମଙ୍ଗଳପୁର ଥାନାରେ ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସେ ପାଣିକୋଇଲିସ୍ଥିତ ଜିଲା ପୋଲିସ ମୁଖ୍ୟାଳୟରେ ପହଞ୍ଚି ଏସ୍ପିଙ୍କୁ ଜଣାଇଛନ୍ତି।
The post ଭାଇକୁ ବାଡେଇ ପକାଇଲେ ମେଡିକାଲରେ, ଆଉ ଏବେ ଭଉଣୀଙ୍କୁ ଦଉଛନ୍ତି… appeared first on Dharitri Odia News.